ହେଡଲାଇନସ୍:

 "ଶୀତଳ ଷଷ୍ଠି " ଉତ୍ସବ ପାଳନ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍/ ରମାକାନ୍ତ ବିଶ୍ବାଳ : ସମ୍ବଲପୁରର  ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରିଚୟ ବହନ କରୁଥିବା ଜଗତଜନନୀ ମା' ପାର୍ବତୀ ଏବଂ ଦେବ ଦେବ ମହାଦେବ ଙ୍କ ଅଲୋକିକ ବିବାହ ଉତ୍ସବ ପବିତ୍ର  "ଶୀତଳ ଷଷ୍ଠି " ଉତ୍ସବ  ଚଳିତ ବର୍ଷ ପାଳନ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା l ମହାମାରୀ କରୋନା ପାଇଁ ରାଜ୍ୟ ସରକାର ୧୮୦ ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି l ତେବେ ଏହି ୧୮୦ ଦିନର କରୋନା ଯୁଦ୍ଧ ଅବଧି ଭିତରେ ପଡ଼ୁଛି ଜଗତଜନନୀ ମା' ପାର୍ବତୀ ଏବଂ ଦେବ ଦେବ ମହାଦେବ ଙ୍କ ଅଲୋକିକ ବିବାହ ଉତ୍ସବ ପବିତ୍ର "ଶୀତଳ ଷଷ୍ଠି " ଯାତ୍ରା l  ତେବେ ଏଥର ଶୀତଳ ଷଷ୍ଠି " କିଭଳି ପାଳିତ ହେବ ତାକୁ ନେଇ ଅନିଶ୍ଚିତତା ବଢ଼ିଯାଇଛି l  ଆସନ୍ତା ମଇ  ୨୮  ତାରିଖରେ ପଡ଼ୁଥିବା ଚଳିତ ବର୍ଷର  ଶୀତଳ ଷଷ୍ଠି " ଯାତ୍ରା କରୋନା ପାଇଁ  ଆଡମ୍ବର ନା ନିରାଡମ୍ବରରେ ପାଳନ କରାଯିବ ତାକୁ ନେଇ ଆରମ୍ଭ ‌ହୋଇଛି ତର୍ଜମା l ସମ୍ଭବତଃ ଏଥର ଶୀତଳ ଷଷ୍ଠି  ପରମ୍ପରା ମୁତ‌ାବକ, ନିରାଡମ୍ବରରେ ପାଳନ କରାଯିବ l 

       ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ  l  ଆସନ୍ତା ଏପ୍ରିଲ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟାରୁ  ଶୀତଳ ଷଷ୍ଠି ଯାତ୍ରା  ଅନୁକୂଳ ହେବ l ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ l ଅକ୍ଷୟ ତୃତୀୟା ଦିନ ଥାଳ ଉଠିବା ଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦା ଦିନ ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଁଡି ବା ନିବନ୍ଧ(ପିନ୍ଧାଣି) ଏବଂ ତା'ପରଦିନ ନୃସିଂହ ନିଉତା ବା ଦେବଦେବୀଙ୍କୁ ବିବାହ ପାଇଁ ଅନୁଷ୍ଠିତ ହୋଇଥାଏ l ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱରବାବା, ବଡ଼ବଜାରର ଶୀତଳେଶ୍ୱରବାବା ଏବଂ ଠାକୁରପଡାର ଗୁପ୍ତେଶ୍ୱରବାବାଙ୍କ ତୃତୀୟା ଦିନ ପତରପେଁଡି ଏବଂ ଚତୁର୍ଥୀଦିନ ଗୁଆଗୁଣ୍ଡା ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ତିଥି ରାତିରେ ଶ୍ମଶାନଚାରୀ ଶିବ ବରବେଶ ହୋଇ ବୃଷଭ ଆରୋହଣ କରି ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତା ଗୃହକୁ ଗମନ କରନ୍ତି । ତାଙ୍କ ବରଯାତ୍ରୀରେ ଶ୍ମଶାନବାସୀ, ସାକ୍ଷୀଗୋପୀନାଥ, ହନୁମାନ, ନୃସିଂହ ଦେବଦେବୀ ସାମିଲ୍ ହୋଇଥାନ୍ତି । ଦେବଦମ୍ପତିଙ୍କ ଏହି ବିବାହଉତ୍ସବ  ସମ୍ପୂର୍ଣ୍ଣ ଲୋକାଚାରରେ ସମ୍ପନ୍ନ କରାଯାଉଥିବାରୁ ପ୍ରତିବର୍ଷ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତାମାତା ଚୟନ କରାଯାଏ । ଯେଉଁମାନେ କନ୍ୟାପିତାମାତା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ସେମାନେ କନ୍ୟା ପାର୍ବତୀଙ୍କୁ ତାଙ୍କ ଘରକୁ ନେଇ ବିବାହ ପରେ ଯାନିଯୌତୁକ ଦେଇ ବିଦାୟ ଦେଇଥାନ୍ତି । ବୈଦିକ ରୀତିରେ ପଞ୍ଚମୀ ରାତିରେ ବିବାହ ଅନୁଷ୍ଠିତ ହୋଇଥାଏ l  ନନ୍ଦପଡାର ବମ୍ ବରାଡ଼ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀଲୋକନାଥ ବାବା, ମୁଦିପଡାର ଶ୍ରୀଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ବାଲିବନ୍ଧର ସୋମନାଥ ବାବା, ଦୁର୍ଗାପାଲିର ଶ୍ରୀଗୁଡେଶ୍ୱର ବାବlଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବରେ ସ୍ଥାନୀୟ ତଥା ବହିରାଗତ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶରେ ସମ୍ବଲପୁର ଲୋକାରଣ୍ୟ ହୋଇଉଠେ । 

       ତେବେ ମହାମାରୀ କରୋନା ସକାଶେ ନିଜର ବିଶେଷତା ବହନ କରୁଥିବା ପବିତ୍ର ଶୀତଳ ଷଷ୍ଠି  ଯାତ୍ରା ଉତ୍ସବ ଚଳିତ ବର୍ଷ ପାଳନ ନେଇ   ଅନିଶ୍ଚିତତା କୁ ନେଇ  ଭକ୍ତଙ୍କ ମହଲରେ ନିରାଶ ଦେଖାଯାଇଛି l

0
0
0
s2sdefault