ହେଡଲାଇନସ୍:

ଲକ୍ ଡାଉନ୍ : ବୃନ୍ଦାବନ - ମଥୁରା ତୀର୍ଥ କରିବାକୁ ଯାଇଫସିଗଲେ ବୀରମହାରାଜପୁରର ୨୫ ଶ୍ରଦ୍ଧାଳୁ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୋଲିସ କଲାନାହିଁ ସହଯୋଗ, ଖାଇବାକୁ ହାତରେ ଟଙ୍କା ନାହିଁ 

ଉଦ୍ଧାର ପାଇଁ ମନ୍ତ୍ରୀ ପଦ୍ମନାଭ  ବେହେରା ଦେଲେ ନିର୍ଭର ପ୍ରତିଶ୍ରୁତି ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ )  ତୀର୍ଥ ତବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର , ବୌଦ୍ଧ ଓ ଦେବଗଡ ଜିଲ୍ଲାର ମୋଟ ୬୦ ଜଣ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶ ର ମଥୁରା ଓ ବୃନ୍ଦାବନ ଅଟକି ଯାଇଛନ୍ତି ।ତୀର୍ଥ ଯାତ୍ରୀଙ୍କ ମଧ୍ୟରେ ୨୮ ଜଣ ମହିଳା ଶ୍ରଦ୍ଧାଳୁ ରହିଛନ୍ତି । କିରାନା ଭାଇରସ ଯୋଗୁଁ ଉତ୍ତରପ୍ରଦେଶ ସମତେ ପୁରା ଭାରତ ଲକ୍ ଡାଉନ୍ ଥିବାରୁ ସେମାନେ ଓଡିଶାକୁ ଫେରି ପାରୁନାହାନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ -ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ମଠ (ବହାରପଦର ) ମହାନ୍ତ ଖେଳା କୃଷ୍ଣ ଦାଶ, ବାବା ନିତ୍ୟ ଗୋପାଳ ଦାଶ, ଭିକାରୀ ମେହର, ବ୍ରହ୍ମାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ଵରେ ଶ୍ରଦ୍ଧାଳୁମାନେ ମଥୁରା ଓ ବୃନ୍ଦାବନରେ ଥିବା ତୀର୍ଥ ବୁଲିବାକୁ ଯାଇଥିଲେ । ଜନତା କରଫିଉ ପରେ ପରେ ଉତ୍ତରପ୍ରଦେଶ ଲକ୍ ଡାଉନ୍ ଆରମ୍ଭ ହୋଇଯାଇଥିବାରୁ ଓଡ଼ିଆ ଶ୍ରଦ୍ଧାଳୁ ମାନେ ଓଡିଶାକୁ ଫେରିଆସି ପାରିନଥିଲେ । ଓଡିଶା ଆସିବା ପାଇଁ ସେମାନେ ସେଠାରେ ସ୍ଥାନୀୟ ପୋଲିସ ର ସହାୟତା ମାଗିଥିଲେ । କିନ୍ତୁ ଓଡିଶା ଲୋକଙ୍କୁ ଉତ୍ତରପ୍ରଦେଶ ପୋଲିସ ପାଲଟା ଜବାବ ଦେଇଥିଲା । ହାତରେ ଟଙ୍କା ନଥିବାରୁ ଏବେ ଖାଇବା -ପିଇବା ମଧ୍ଯ ବହୁ ଅସୁବିଧା ହେଉଥିବା ଫୋନ ଯୋଗ ଆମ ପ୍ରତିନିଧି ଜଣାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରୁ ୨୫ ଜଣ, ଉଲୁଣ୍ଡା ବ୍ଲକ ରୁ ୧୦ ଜଣ, ବିନିକା ବ୍ଲକ ରୁ ୫ ଜଣ ଓ ଦେବଗଡ ଜିଲା ରୁ ୧୦ ଜଣ ଏବଂ ବୌଦ୍ଧ ଜିଲ୍ଲାରୁ ୭ ଜଣ ରହିଛନ୍ତି । ଫସି ରହିଥିବା ଶ୍ରଦ୍ଧାଳୁମାନେ ଓଡିଶାକୁ ଫେରିବା ପାଈଁ ବୀରମହାରାଜପୁର ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରାବେହେରାଙ୍କୁ ମଧ୍ୟ ଜଣାଇଛନ୍ତି । ମନ୍ତ୍ରୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରୁଛି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

0
0
0
s2sdefault