ହେଡଲାଇନସ୍:

ମୁମ୍ବାଇରେ ଫସି ରହିଥିବା ୨୫ ବରିଷ୍ଠ ଓଡ଼ିଆକୁ ସହାୟତାର ହାତ ବଢ଼ାଇଲା "ଓଡିଶା ମୋ ପରିବାର "  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଣ୍ଟ ସରିଲା ଯାଏ ମୁମ୍ବାଇରେ ନିରାପଦରେ ରହିବାର କଲେ ସ୍ୱତନ୍ତ୍ର ବ୍ୟବସ୍ଥା 

ଭୁବନେଶ୍ୱର(ଶାସକ ପ୍ରଶାସକ): ସମଗ୍ର ବିଶ୍ୱ ଏବେ କରୋନା ଯନ୍ତ୍ରଣାରେ ସନ୍ତୁଳି ହେଉଥୁବା ବେଳେ ତୀର୍ଥ କରିବାକୁ ଯାଇ  ମୁମ୍ବାଇରେ ଫସିରହିଥିବା ୨୫ ଜଣ ବରିଷ୍ଠ  ନାଗରିକଙ୍କୁ ସହାୟତାର ହାତ ବଢାଇଲା ଓଡିଶା-ମୋ ପରିବାର | 

ସାରା ବିଶ୍ୱରେ ବର୍ତମାନ ମହାମାରୀ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ମୁମ୍ବାଇରେ ଫସି ରହିଥିବା ୨୫ ଜଣ ବରିଷ୍ଠ  ନାଗରିକଙ୍କୁ ସହାୟତାର ହାତ ବଢାଇଲା ଓଡିଶା -ମୋ ପରିବାର । କଟକ ବରିଷ୍ଠ  ନାଗରିକ ମହାସଭାର ଚେୟାରମ୍ୟାନ  ଶ୍ରୀ ବିଷ୍ଣୁ ଦାସ ସାମନ୍ତ ୨୫ ଜଣ ବରିଷ୍ଠ ନାଗରିକ ମୁମ୍ବାଇରେ ଫସି ରହିଥିବାର ଖବର ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଜଣାଇଥିଲେ । ଏହି ୨୫ ଜଣ ବରିଷ୍ଠ  ନାଗରିକ ତୀର୍ଥଯାତ୍ରା କରିବା ଉଦ୍ଦେଶ୍ୟରେ ରାଜସ୍ଥାନ ଏବଂ ଗୁଜୁରାଟର ବିଭିନ୍ନ ସ୍ଥାନକୁ ଯାଇଥିଲେ, ମାତ୍ର ପ୍ରତ୍ୟାବର୍ତନ କରିବା ସମୟରେ କୋଭିଡ୍-୧୯ର ପ୍ରଭାବରେ ସାରା ଦେଶରେ ଲକ ଡାଉନ  ହେତୁ ଏମାନେ ମୁମ୍ବାଇରେ ଫସି ରହିଥିଲେ । ଏହାପରେ ଶ୍ରୀ ପଣ୍ଡା ଘଟଣା ସମ୍ପର୍କରେ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇବା ସହ ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ଜଣାଇ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।

ଶ୍ରୀ ଅରୂପ ପଟ୍ଟନାୟକ ବରିଷ୍ଠ  ନାଗରିକମାନଙ୍କୁ ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଲେ ଯେ, ସେମାନଙ୍କ ମଧ୍ୟରୁ ୧୭ଜଣ ବିମାନ ଯାତ୍ରା କରି ଓଡିଶା ଫେରିବା ଲାଗି ଟିକେଟର ବନ୍ଦୋବସ୍ଥ  କରି ସାରିଥିଲେ ହେଁ ସାରା ସହରରେ ଲକ୍ ଡାଉନ୍ ହେତୁ ବିମାନବନ୍ଦରରେ ପହଂଚିବାରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଏହାପରେ ଶ୍ରୀ ପଟ୍ଟନାୟକ କୁର୍ଲା ପୁଲିସ ଷ୍ଟେସନର ସିନିଅର ଇନିସପେକ୍ଟର ଶ୍ରୀ ତେଜାଲେଙ୍କ ସହ ଯୋଗାଯୋଗ କରି ଏହି ଘଟଣାରେ ତାଙ୍କର ସହାୟତା ଲୋଡିଥିଲେ । ତେବେ ଏହି ୧୭ ଜଣ ବରିଷ୍ଠ  ନାଗରିକ କିପରି ସୁରକ୍ଷିତ ଅବସ୍ଥାରେ ମୁମ୍ବାଇ ବିମାନବନ୍ଦରରେ ପହଂଚି ପାରିବେ ସେ ଦିଗରେ ସମସ୍ତ ପ୍ରକାରର ପୁଲିସ ସହାୟତା ଶ୍ରୀ ତେଜାଲେ କରିଥିଲେ। ବାକି ସମସ୍ତ ବରିଷ୍ଠ ନାଗରିକ କିପରି ଲକ୍ ଡାଉନ୍ ର ଅବଧି ସମାପ୍ତ ହେବା ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ରହି ପାରିବେ ସେଥି ନିମନ୍ତେ ସେମାନଙ୍କୁ ଏକ ସ୍କୁଲକୁ  ସ୍ଥାନାନ୍ତର କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆ ଯାଇଥିଲା ।

ତେବେ ଏହି ମହତ୍ କାର୍ଯ୍ୟ ତଥା ସହାୟତା ଲାଗି ସମସ୍ତ ବରିଷ୍ଠ ନାଗରିକ  ମୁଖ୍ୟମନ୍ତ୍ରୀ,  ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଏବଂ ଓଡିଶା-ମୋ ପରିବାରର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । 

0
0
0
s2sdefault