ହେଡଲାଇନସ୍:

ଆଜି ରାତି 12ଟାରୁ ସାରା ଭାରତରେ 21 ଦିନିଆ ଲକ ଡାଉନ, ଏହା କର୍ଫ୍ୟୁ ସହ ସମାନ : ପ୍ରଧାନମନ୍ତ୍ରୀ କଲେ ଘୋଷଣା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲକ୍ଷ୍ମଣ ରେଖା ଭିତରେ ରହିଲେ ସୁରକ୍ଷିତ ରହିବା

ସାମାଜିକ ଦୂରତ୍ୱ ଓ ଘରେ ରହିବା କେବଳ ଏକମାତ୍ର ବାଟ 

କରୋନା ମୁକାବିଲା ପାଇଁ ୧୫୦୦୦ କୋଟି ଟଙ୍କାର ପ୍ରାବଧାନ 

କୌଣସି ପ୍ରକାରର ଅନ୍ଧ ବିଶ୍ୱାସ ଓ ଗୁଜବରୁ ଦୁରେଇ ରୁହନ୍ତୁ 

ଭୁବନେଶ୍ୱର/ ନୂଆଦିଲ୍ଲୀ କରୋନା ଭଳି ବିଶ୍ୱ ମହାମାରୀର ମୁକାବିଲା ପାଇଁ  ପ୍ରଧାନମନ୍ତ୍ରୀ ଆଜି କଲେ ବଡ ଓ ଗୁରୁତ୍ୱପୂର୍ଣ ଘୋଷଣା | ଆଜି ରାତି ୧୨ ଟାରୁ ଦେଶବ୍ୟାପୀ ଲକ ଡାଉନ | ୨୧ ଦିନ ପାଇଁ ଲାଗୁ ରହିବ ଲକ ଡାଉନ | ଏହା ଏକ ପ୍ରକାର କର୍ଫ୍ୟୁ ସହ ସମାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସାମାଜିକ ଦୂରତ୍ୱ ଛଡା ଆଉ କୌଣସି ବିକଳ୍ପ ନାହିଁ, ଆମେ ଘରୁ ବାହାରିବାନି, ଯାହା ବି ହୋଇଯାଉ | ଘର ଆଗରେ ଗୋଟାଏ ଲକ୍ଷ୍ମଣ ରେଖା ଟାଣି ଦିଅନ୍ତୁ | ବାହାରକୁ ଯିବା କେମିତି ଭୁଲିଯାଆନ୍ତୁ |  ଜୀବନ ଅଛି ତା ଦୁନିଆ ଅଛି | ଏହା ଧର୍ଯ୍ୟ ଓ ଅନୁଶାସନର ସମୟ | ଘରେ ରହି ଆପଣମାନେ ସେମାନଙ୍କ ବିଷୟରେ ଭାବନ୍ତୁ, ଯେଉଁମାନେ ନିଜ  ଜିବନକୁ ନିପନ୍ନ କରି ଜୀବନ ବଂଚାଇବା କାମରେ ନିୟୋଜିତ ଅଛନ୍ତି | ସେମାନଙ୍କ ପାଇଁ ଆପଣମାନେ ପ୍ରାର୍ଥନା କରନ୍ତୁ |  କରନା ମୁକାବିଲା ପାଇଁ କଲେ ୧୫୦୦୦ କୋଟି ଟଙ୍କାର ପ୍ରାବଧାନ | ସବୁ ରାଜ୍ୟ ସରକାର ପାଇଁ କେବଳ ସ୍ୱାସ୍ଥ୍ୟ ସେବା ହିଁ ପ୍ରାଥମିକତା | ସମସ୍ତେ ସରକାରଙ୍କ ସହ କାମ କରିବା ପାଇଁ ଆଗେଇ ଆସିଲେଣି | କୌଣସି ପ୍ରକାରର ଅନ୍ଧ ବିଶ୍ୱାସ ଓ ଗୁଜବରୁ ଦୁରେଇ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିବେଦନ କରିଛନ୍ତି | ୨୧ ଦିନ ଲକ ଡାଉନ ଗୋଟେ ଲମ୍ବା ସମୟ ନିଶ୍ଚୟ, ହେଲେ ଆପଣମାନଙ୍କ ଜୀବନ ପାଇଁ ଗୁରୁତ୍ୱପୂର୍ଣ | ଆତ୍ମ ବିଶ୍ୱାସ ସହ ସରକାରଙ୍କ ନିର୍ଦ୍ଦେଶର ଅନୁପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି | 

 

0
0
0
s2sdefault