କରୋନା ମୁକାବିଲା :  ୩୬୬୭ ଜଣ ୧୦୪ ହେଲ୍ପ ଲାଇନ୍ ଜରିଆରେ କରିଛନ୍ତି ପଞ୍ଜୀକରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ

 ଭୁବନେଶ୍ୱର (ଶାସକ ପ୍ରଶାସକ) : ଙ୍କପୂର୍ବରୁ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୋଳ ସହିତ ୮ଟି ସହର ଯଥା-ପୁରୀ, ରାଉରକେଲା (ରାଉରକେଲା ଇସ୍ପାତ ନଗରୀ ସମେତ), ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଟାଉନ୍ ଓ ଯାଜପୁର ରୋଡ଼୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଥିଲୋ ଆଜି ଏହାକୁ ପରିବର୍ଦ୍ଧିତ କରାଯାଇ ଆଉ ୯ଟି ଜିଲ୍ଲା ଯଥା-ପୁରୀ, ନୟାଗଡ଼, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ଏବଂ ଝାରସୁଗୁଡ଼ା ଆଦି ଜିଲ୍ଲାକୁ ୨୪ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତିା  ୨୪ ତାରିଖ ପୂର୍ବାହ୍ନ ୧୧ଟା ସମୟରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବା ସମସ୍ତ ସହରାଞ୍ଚଳରେ ସିଟି ବସ୍ ସେବା ୨୩/୦୩/୨୦୨୦ ମଧ୍ୟରାତ୍ରିଠାରୁ ବନ୍ଦ ରହିବ ବୋଲି କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା  ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲୋ 

ଶ୍ରୀ ଵାଗଚୀ ଆହୁରି କହିଛନ୍ତି ଯେ , କୌଣସି ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ଗ୍ରାମପଞ୍ଚାୟତରେ ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛିା | ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ଜଣେ ପଦବୀଧାରୀ ଅଧିରୀଙ୍କୁ ପ୍ରତି ଗ୍ରାମପଞ୍ଚାୟତ ପାଇଁ ନୋଡାଲ୍ ଅଫିସର ଭାବେ ଘୋଷିତ କରାଯାଇଛିା 

ଆବଶ୍ୟକ ସମୟରେ ଖାଦ୍ୟ, ଶଯ୍ୟା, ବେଡ୍ସିଟ୍ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ସେବା ପ୍ରଦାନକାରୀ (ସର୍ଭିସ ପ୍ରୋଭାଇଡର)ଙ୍କୁ ଚିହ୍ନଟ କରାଯାଇଛିା  ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମୌଳିକ ସୁବିଧା ଯଥା-ପାନୀୟ ଜଳ, ଶୌଚାଳୟ, ବିଦୁ୍ୟତ ସଂଯୋଗ ଏବଂ ସମସ୍ତ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିା ଏଥିପାଇଁ ବିଡ଼ିଓମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୦ ଲକ୍ଷ ଟଙ୍କା ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ କ୍ଷମତା ପ୍ରଦାନ କରାଯାଇଛିା ତ୍ରିସ୍ତରୀୟ  ପଞ୍ଚାୟତିରାଜ ବ୍ୟବସ୍ଥାର ସମସ୍ତ ପ୍ରତିନିଧିଙ୍କୁ କୋଭିଡ-୧୯ ସଂର୍ପକରେ ଥିବା ୭ଟି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଆଦେଶ ସଂଖ୍ୟା ୮୭୦୯ ତା, ୨୧/୦୩/୨୦୨୦ ଅନୁଯାୟୀ ତାଲାବନ୍ଦ(ଲକ୍ ଡାଉନ୍) ଘୋଷିତ ଅଞ୍ଚଳରେ ଅବସ୍ଥିତ ଏସ୍.ଟି., ଏସ୍.ସି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସଗୁଡ଼ିକରେ ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସ୍କଲାରସିପ୍ ଟଙ୍କା ଅଗ୍ରୀମ ବଣ୍ଟନ କାର୍ଯ୍ୟ ଶେଷ ହେବ |୨୫ ମାର୍ଚ୍ଚ ୨୦୨୦ ସନ୍ଧ୍ୟା ୬ଟା ସୁଦ୍ଧା ଅନ୍ତେବାସୀମାନଙ୍କୁ ସେମାନଙ୍କ ପିତାମାତା/ଅଭିଭାବକ/ସେମାନଙ୍କର ପ୍ରତିନିଧିମାନେ ଛାତ୍ରାବାସରୁ ସାଥିରେ ନେଇଯିବୋ ପିତାମାତା/ଅଭିଭାବକ/ପ୍ରତିନିଧିମାନେ ଏଥିପାଇଁ ନିଜେ ନିଜେ ବେସରକାରୀ ଗାଡ଼ିର ବନ୍ଦୋବସ୍ତ କରିବୋ ଏଥିପାଇଁ ସେମାନଙ୍କୁ ସଂପୃକ୍ତ ପ୍ରଧାନଶିକ୍ଷକ/ଶିକ୍ଷକମାନେ ଏକ ପ୍ରମାଣପତ୍ର ଦେବୋ ପ୍ରମାଣପତ୍ରରେ ଉକ୍ତ ଯାନଟି ପିଲାମାନଙ୍କୁ ଘରକୁ ନେବା ପାଇଁ ବ୍ୟବହୃତ ହୋଇଛି ବୋଲି ଦର୍ଶା ଯାଇଥିବ, ଫଳରେ ଲକ୍ ଡାଉନ୍ ସମୟରେ ଯାନବାହନ ଚଳାଚଳ କଟକଣାରୁ ସେହି ଯାନଗୁଡ଼ିକ ମୁକ୍ତ ରହିବ   ନିକଟରେ ଉଜ୍ବେକିସ୍ତାନରୁ ଫେରିଥିବା ଜଣେ ବ୍ୟକ୍ତି ସରକାରଙ୍କ କୋଭିଡ୍-୧୯ କ୍ୱାରାଣ୍ଟାଇନ୍ ଗାଇଡ୍ଲାଇନକୁ  ଉଲ୍ଲଂଘନ କରିଥିବା କାରଣରୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ବିବରଣୀ ଅନୁଯାୟୀ ଏବଂ ପୁଲିସ୍ର ପ୍ରାରମ୍ଭିକ ତଦନ୍ତ ଅନୁସାରେ ସମ୍ବଲପୁରର ଧନୁପାଲି ଥାନାରେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୧୮୮/୨୭୧ରେ ଏକ ମାମଲା ରୁଜୁ ହୋଇଛିା ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯାଇଛି  | ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ଅପ୍ରେଲ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖି ବାକୁ ନିର୍ଦ୍ଦେଶ ଦିଆଯାଇଛିା  ଟେକ୍ ହୋମ୍ ରାସନ୍ ବାବଦରେ ଛତୁଆ, ଲଡ଼ୁ ଆଦି ଶୁକଜୋଲ  ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କର୍ମୀ/ସହାୟିକାମାନେ ସେମାନଙ୍କ ଘରେ ପହଞ୍ଚାଇବୋ  ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ  ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବା ପ୍ରତ୍ୟେକ ପରିବାରକୁ ସେମାନଙ୍କ ପ୍ରାପ୍ୟ ବାବଦକୁ ଅଣ୍ଡା ପ୍ରତି ସପ୍ତାହରେ ଘରେ ବଣ୍ଟନ କରାଯିବ |  ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସାମାଜିକ ଦୁରତ୍ୱ ଏବଂ ପରିଷ୍କାରପରିଚ୍ଛନ୍ନତା ପାଇଁ ଆବଶ୍ୟକୀୟ ପ୍ରୋଟୋକଲ୍ ନିଶ୍ଚୟ ପାଳନ କରିବୋ 

ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୮୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛିା ସେଥିରୁ ୨ଟି ପଜିଟିଭ୍ ଚିହ୍ନଟ ହୋଇଛିା ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛିା ଉଭୟ ହସ୍ପିଟାଲରେ  ଦିଆ ଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତିା ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛିା ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ ହୋଇଛିା ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛିା ୯ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତିା ବର୍ତ୍ତମାନ ସୁଦ୍ଧା ୩୬୬୭ ଜଣ ୧୦୪ ହେଲ୍ପ ଲାଇନ୍ ଜରିଆରେ ପଞ୍ଜୀକରଣ କରିଛନ୍ତିା  କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ ରଖାଯାଇଛିା 

ମହାମାରୀ ରୋଗ ଆଇନ୍-୧୮୯୭ର ଧାରା ୨ ଅନୁସାରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ଅଣ-ଅତ୍ୟାବଶକ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ୍ ଓ ବୀମା କାର୍ଯ୍ୟାଳୟ ଆଦି ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ । ଏଥିନିମନ୍ତେ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ କର୍ମଚାରୀଙ୍କ ନାମ ଉଲ୍ଲେଖପୂର୍ବକ ନିର୍ଦ୍ଧାରିତ ଫର୍ମାଟ୍ରେ ସେମାନଙ୍କୁ ଯାତାୟତ ନିମନ୍ତେ ଅନୁମତି ଦେବେ । ଭେହିକିଲ୍ ପାସ୍ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ମଧ୍ୟ କାର୍ଯ୍ୟାଳୟର ମୁଖ୍ୟ ସ୍ଥାନୀୟ ଥାନାକୁ ଜଣାଇବେ । ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍ କ୍ୱାରାଣ୍ଟାଇନରେ  ରହୁଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ।

ରାଜ୍ୟ ବାହାରୁ ଆସୁଥିବା  ଲୋକମାନେ ଯେପରି ହୋମ କ୍ୱରାଣ୍ଟାଇନ୍/ପୃଥକବାସରେ ରହିବେ,  ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଶତକଡ଼ା ୫୦ ଭାଗ ଷ୍ଟାଫଙ୍କୁ ନେଇ ଚାଲିବ । କେଉଁ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟ ଆସିବେ, ତାହା ସମ୍ପୃକ୍ତ ବିଭାଗର ଶାସନ ସଚିବ ନିର୍ଦ୍ଧାରଣ କରିବେ । ସେହିପରି ଆଂଶିକ-ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଶାସନ ସଚିବଙ୍କ ନିଷ୍ପତ୍ତି ଅନୁସାରେ ଶତକଡ଼ା ୧୦ ଭାଗ ଷ୍ଟାଫଙ୍କୁ  ନେଇ ଚାଲିବ । ନନ୍-କି୍ରଟିକାଲ ବିଭାଗଗୁଡ଼ିକର ଅଧିକାରୀ  ଏବଂ କର୍ମଚାରୀମାନେ ସବୁବେଳେ ଫୋନ୍ ଯୋଗାଯୋଗରେ ରହିବେ । ଦରକାର ସମୟରେ ତାଙ୍କୁ ତତ୍କ୍ଷଣାତ୍ କାର୍ଯ୍ୟାଳୟକୁ ଡକାଯିବ ।

0
0
0
s2sdefault