ବାରିପଦା ପୌରପରିଷଦ : ସଫେଇକୁ ନେଇ ଜନସାଧାରଣ ଓ ସଫେଇ କର୍ମଚାରୀ ମୁହାଁମୁହିଁ, ଥାନାରେ ମାମଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ପୌରପରିଷଦରେ ସଫେଇକୁ ନେଇ ଆଜି ପୌରବାସୀ ଓ ସଫେଇ କର୍ମଚାରୀ ମୁହାଁମୁହିଁ ହେବା ସାଙ୍ଗକୁ ଉଭୟ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରିବା ସଂଗେସଂଗେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛନ୍ତି । ଏହାପରେ ସଫେଇ କର୍ମଚାରୀମାନେ ନିଜର ସୁରକ୍ଷା ଦାବିରେ ପୌରପରିଷଦ କାର୍ଯ୍ୟାଳୟରେ ପାଟିତୁଣ୍ଡ ଆରମ୍ଭ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାହୀ ଅଧିକାରୀ ବାରିପଦା ଟାଉନ ଥାନାକୁ ଖବର ଦେଇ ପୁଲିସ ଡ଼କାଇବାକୁ ବାଧ୍ୟ ହୋଇଥିଲେ । ସଫେଇ କର୍ମଚାରୀ ସୁନୀଲ ଘଡେ଼ଇଙ୍କ ଅଭିଯୋଗ ଆଧାରରେ  ପ୍ରତ୍ୟେକ ଦିନ ଭଳି ଗୁରୁବାର ସକାଳ ସମୟରେ ପୌରପରିଷଦର ଏକ ନମ୍ବର ୱାଡର଼୍ର ସଫେଇ ଦାୟିତ୍ୱରେ ରହିଥିବା କର୍ମଚାରୀମାନେ ସଫେଇ କର୍ମଚାରୀମାନେ ପୌରକାର୍ଯ୍ୟାଳୟରେ ହାଜିରା ଦେଇ ସଫେଇ କାର୍ଯ୍ୟରେ ବାହାରି ଯାଇଥିଲେ । ଟାଙ୍କିସାହିରେ ନାଳ ନର୍ଦ୍ଧମା ଆଦିରୁ ବାହାରି ଥିବା ଅଳିଆ ଆବର୍ଜନାକୁ ଡ଼ଷ୍ଟବିନରେ ପକାଇବା ନିମନ୍ତେ ଆଣିବା ସମୟରେ କେତେକ ସ୍ଥାନୀୟ ଲୋକ ବିରୋଧ କରି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ  । ଏହି ସମୟରେ ସଫେଇ କାର୍ଯ୍ୟ ତଦାରଖ କରୁଥିବା  ସ୍ୱଚ୍ଛ ସାଥୀ ମଧୁସ୍ମିତା ପୃଷ୍ଟି ନିଜ ମୋବାଇଲରେ ରେକର୍ଡିଙ୍ଗ ଆରମ୍ଭ କରିଦେଇଥିଲେ । ଏହାଦେଖି ୱାର୍ଡ ବାସି ନିଜର ଅସନ୍ତୋଷ ଜାହିର କରିବା ସଂଗେସଂଗେ ମୋବାଇଲରେ କରାଯାଇଥିବା ରେକଡିÿର୍ଂକୁ ଡ଼ିଲିଟ କରାଇବା ନିମନ୍ତେ ବାଧ୍ୟ କରି ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ସେହିପରି ପୌରପରିଷଦ ସଫେଇ ସଂଘର କର୍ମକର୍ତ୍ତା ରାଜୁ ଘଡେ଼ଇ ଏକ ନମ୍ବର ୱାଡର଼୍ରେ ମାଡ଼ ହୋଇଛି । ତେଣୁ ଆକ୍ରମଣ କାରିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ନିମନ୍ତେ ପୌର ନିର୍ବାହୀଙ୍କ ନିକଟରେ ଦାବି ଜଣାଇବା ସହିତ ଭବିଷ୍ୟତରେ ଏହି ଘଟଣାର ପୁନଃ ଆବୃତ୍ତି ଯେପରି ନ ଘଟେ ସେଥି ନିମନ୍ତେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀମାନଙ୍କ ସୁରକ୍ଷା ଦାବି କରିଛୁ । ଯଦି ପୌର କର୍ତ୍ତୃପକ୍ଷ ଏଥିରେ ବିଫଳ ହୁଅନ୍ତି, ତେବେ ସମସ୍ତ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ ବୋଲି  ପ୍ରକାଶ କରିଥିଲେ । ୱାଡର଼୍ ନମ୍ବର ୧୫ ସୁପରଭାଇଜର କୁଶ କିଶୋର ବେହେରା ସଫେଏଇ କର୍ମଚାରୀମାନେ ୱାଡରେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ସଫେଇ କର୍ମଚାରୀମାନଙ୍କ ସୁରକ୍ଷା ଦିନକୁ ଦିନ ବିପନ୍ନ ହୋଇପଡ଼ିଥିବା ବେଳେ ନିର୍ବାହୀ ଅଧିକାରୀ ଧର୍ମକୁ ଆଖିଠାର ମାରି କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ସେହିପରି ପୌରପରିଷଦର ଏକ ନମ୍ବର ୱାଡର଼୍ର ପୂର୍ବତନ କାଉନସିଲର ତଥା ପୂର୍ବତନ ଉପନଗରପାଳ ଦୁର୍ଗାମଣି ଆଚାର୍ଯ୍ୟଙ୍କ କହିବା ଅନୁସାରେ ଅତୀତରେ  ବାରିପଦା ପୌରପରିଦରେ ପରିମଳ ବ୍ୟବସ୍ଥାକୁ ନେଇ  କେବଳ ଓଡ଼ିଶା ନୁହେଁ ଭାରତରେ ନାମ ରହିଥିଲା । ରାଜ୍ୟର ରାଜଧାନୀ ଭୂବନେଶ୍ୱର ଭଳି ପୌରପରିଷଦର ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ରହିଥିଲା । ଫଳରେ ପୌରପରିଷଦକୁ ଅମୃତ ସହର ଯୋଜନାରେ ସାମିଲ କରାଯାଇଥିଲା । କିନ୍ତୁ ବାରିପଦା ପୌରପରିଷଦର କାଉନସିଲ ବୋଡର଼୍ ଭାଙ୍ଗିବାର ପରବର୍ତ୍ତି ସମୟଠାରୁ ସହରର ମୁଖ୍ୟ ରାସ୍ତା ପାଶ୍ୱର୍ ହେଉ ଅଥବା ଗଳିକନ୍ଦି ଚତୁର୍ଦ୍ଧିଗରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସ୍ଥାନାନ୍ତରିତ କରାଯାଉନାହିଁ । ତାଙ୍କ ୱାଡର଼୍ରେ ପ୍ରାୟ ଏକ ମାସରୁ ଅଧିକ ସମୟ ହେବ ଅଳିଆ ଆବର୍ଜନା ଜମା ହୋଇ ନାକଫଟା ଦୁର୍ଗନ୍ଧ ବାହାରୁଛି । ପରିବେଶକୁ ପ୍ରଦୋଷିତ କରାଉଛି । ତେଣୁ ସଫେଇ କର୍ମଚାରୀମାନଙ୍କୁ ସେଠାରେ ଅଳିଆ ଆବର୍ଜନାକୁ ଜମା ନକରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ବୁଝାଇଥିଲେ । ମାତ୍ର ସଫେଇ କର୍ମଚାରୀମାନେ କିଛି ନ ଶୁଣି ସେଠାରେ ଅଳିଆ ଜମା କରିବାରେ ଲାଗି ପଡ଼ିଥିଲେ । ଫଳରେ ୱାଡର଼୍ରେ ଜମା ହୋଇଥିବା ଆବର୍ଜନାକୁ ତୁରନ୍ତ ସ୍ଥାନାନ୍ତରିତ କରାଇବା ନିମନ୍ତେ ୱାଡର଼୍ବାସୀମାନେ ଦାବି କରିଥିଲେ ଏବଂ ପୌର ପରିଷଦ ପକ୍ଷରୁ ଜେସିବି ମେସିନ ଲାଗାଇ ପ୍ରାୟ ୪ ଟ୍ରକରୁ ଅଧିକ ଅଳିଆ ଆବର୍ଜନାକୁ ସ୍ଥାନାନ୍ତରିତ କରାଇଥିଲେ । କିନ୍ତୁ କୌଣସି ସଫେଇ କର୍ମଚାରୀମାନଙ୍କୁ ୱାଡର଼୍ର ଜନସାଧାରଣ ଆକ୍ରମଣ କିମ୍ବା ଅଶାଳୀନ ଭାଷାରେ ଗାଳିମନ୍ଦ କରି ନଥିବାର ପ୍ରକାଶ କରିଥିଲେ ।  ଏବିଷୟରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ଘଟଣା କଣ ଘଟିଛି ସେ ବିଷୟରେ ବୁଝିବି ଏବଂ ସଫେଇ କାର୍ଯ୍ୟ ନେଇ ଥିବା ଠିକାଦାର ସଠିକ୍ ଭାବେ କାର୍ଯ୍ୟ ନ କରିବାରୁ ତାର ଟଣ୍ଡେରକୁ ବାତିଲ କରାଯାଇ ନୂଆ ଲୋକକୁ କାର୍ଯ୍ୟଦେଶ ଦିଆଯାଇଛି । ଏହା ମଧ୍ୟରେ ସେ ସଫେଇ କାର୍ଯ୍ୟ ଆରମ୍ଭ କରିଦେବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।  

 

0
0
0
s2sdefault