ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାରେ ଜନଗଣନା-୨୦୨୧ ପାଇଁ ଫିଲ୍ଡ ଲେବଲ୍ ଟ୍ରେନରମାନଙ୍କ ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା: (ଦିଲ୍ଲୀପ ମହାନ୍ତି)- ଭାରତରେ ଜନଗଣନା - ୨୦୨୧ ପାଇଁ ଓଡିଶା ଜନଗଣନା ନିର୍ଦ୍ଦେଶାଳୟ  ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା  ପ୍ରଶାସନ ତତ୍ୱାବଧାନରେ କ୍ଷେତ୍ର ସ୍ତରୀୟ ପ୍ରଶିକ୍ଷକମାନଙ୍କୁ ପ୍ରଥମ ପ୍ରର୍ଯ୍ୟାୟରେ ପାଞ୍ଚ ଦିବସୀୟ ତାଲିକ କାର୍ଯ୍ୟକ୍ରମ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇଛି ଓ ଏହା ୧୫ ପର୍ଯ୍ୟନ୍ତ ଚାଲୁହିବ । ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଡେପୁ୍ୟଟି କଲେକ୍ଟର  ପ୍ରମିଳା ମଲ୍ଲିକ, ଓଡିଶା ଜନଗଣନା ନିର୍ଦ୍ଦେଶାଳୟର ଷ୍ଟାଟିଷ୍ଟିକାଲ୍ ଇନ୍ଭେଷ୍ଟିଗେଟର ତଥା ରାଜ୍ୟ ପ୍ରଶିକ୍ଷକ ଚନ୍ଦ୍ରଭାନୁ ମହାନ୍ତ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଅନୁଷ୍ଠିତ ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ତଥା ଜିଲ୍ଲା ପ୍ରଶିକ୍ଷକ ଭାବେ ବାରିପଦା ତହସିଲଦାର  ରାମଚନ୍ଦ୍ର ସୋରେନ୍, ତହସିଲଦାର ଉଦଳା ମନିଷା ମଧୁଲିକା ହେମ୍ବ୍ରମ୍, ତହସିଲାଦାର ରାଇରଙ୍ଗପୁର ଯୋଗ ରଞ୍ଜନ ନାୟକ ଓ  କରଞ୍ଜିଆ  ତହସିଲଦାର  ତାପସ ରଞ୍ଜନ ଦେହୁରୀ ପ୍ରମୁଖ ଯୋଗ ଦେଇ ଜନଗଣନା ସଂପର୍କିତ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଗୃହ ତାଲିକା ଓ  ଗୃହ ଗଣନା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକରଣ ନିମନ୍ତେ ଜିଲ୍ଲାର ୨୬ଟି ତହସିଲ୍ ସହ ୨ଟି ପୌରାଞ୍ଚଳ ଓ ୨ଟି ବିଜ୍ଞାପିତ କ୍ଷେତ୍ର ପରିଷଦ ନିମନ୍ତେ  କ୍ଷେତ୍ରସ୍ତରୀୟ ପ୍ରଶିକ୍ଷକ (ଫିଲ୍ଡ ଲେବଲ୍ ଟ୍ରେନର) ନିୟୋଜିତ ହୋଇଥିବା  ୮୦ ଜଣ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷକମାନେ ତହସିଲସ୍ତରରେ ପରବର୍ତ୍ତି ଦ୍ୱିତୀୟ ପ୍ରର୍ଯ୍ୟାୟରେ ଜିଲ୍ଲାରେ ନିୟୋଜିତ ହେବାକୁ ଥିବା ଗୃହ ଗଣନାକାରୀ ଓ ସୁପରଭାଇଜରମାନଙ୍କୁ ତାଲିମ ପ୍ରଦାନ କରିବେ । ଆସନ୍ତା ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ  ମଧ୍ୟରେ(୪୫ଦିନ) ପ୍ରଥମ ପ୍ରର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୦୨୧ ଫେବୃୟାରୀ ୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏବଂ  ମାର୍ଚ୍ଚ୦୧ ରୁ ୦୫ ମାର୍ଚ୍ଚ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥିବା ସତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମରେ ଲୋକମାନଙ୍କ ନାମ ପଞ୍ଜିକରଣ କରାଯିବା ସହ ଏନ୍ପିଆର୍ (ରାଷ୍ଟ୍ରୀୟ ଜନସଂଖ୍ୟା ରେଜଷ୍ଟ୍ରାର) ପ୍ରସ୍ତୁତି ନିମନ୍ତେ ଜନଗଣନା ଜାତୀୟ କାର୍ଯ୍ୟକ୍ରମ ସଂପାଦନ କରାଯିବବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

0
0
0
s2sdefault