ହେଡଲାଇନସ୍:

ଦେଖ ଝୁଲଣାରେ ଝୁଲୁଛନ୍ତି  ମଦନ ମୋହନ ମୁରତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ମାଧବ ବିଡିକା :  ଦୋଳ ବିମାନରେ ଝୁଲୁଛନ୍ତି ପ୍ରଭୁ ମଦନ ମୋହନ । ଏହି ଦୃଶ୍ୟ ଟି ହେଉଛି ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ କୁମ୍ଭାର ସାହି ଅର୍ଥାତ ପୁରୁଣା ସିନେମା ହଲ ପାଖର । ମଦନ ମୋହନ କ୍ଷେତ୍ର ନାମରେ ଏହି ସ୍ଥାନଟି ବେଶ ପରିଚିତ । ଏଠାରେ କେଉଁ ଆବାହମାନ କାଳରୁ କଳା ନିକୁଞ୍ଜ ଶ୍ରୀକୃଷ୍ଣ ଓ ପରମ ପ୍ରେମମୟୀ ରାଧାରାଣୀ ପୂଜା ପାଇ ଆସୁଛନ୍ତି । ଆଜି ପବିତ୍ର ଦୋଳଯାତ୍ରା ଅବସର ରେ ଏଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା ଯାତ୍ରା । ଆଜି ପ୍ରଭାତ ରୁ  ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ବେଳେ ସନ୍ଧ୍ୟାରେ ଯୁଗଳ ମୁରତୀ ଙ୍କ ଝୁଲଣ ଏବଂ ମଦନ ମୋହନ ଙ୍କୁ  ଦୋଳ ମଣ୍ଡପ ଉପରେ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶଙ୍ଖ , ହୁଳହୁଳି ଓ କୀର୍ତ୍ତନ ର ନାଦ ରେ କମ୍ପି ଉଠିଥିଲା ମଦନ ମୋହନ କ୍ଷେତ୍ର । ପରମ୍ପରା ଅନୁଯାୟୀ ଆଜି ଦୋଳ ପୂର୍ଣ୍ଣିମା ରେ ରାଧାରାଣୀ ଓ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ହୋଲି ଖେଳ ସମାପନ ହେବା ପରେ ଆସନ୍ତା କାଲି ଲୋକେ ହୋଲି ଖେଳିବା ପ୍ରଥା ରହିଛି ।  ପୂଜକ ଦିବ୍ୟ ରଞ୍ଜନ ନିଶଙ୍କ ଯୁଗଳ ମୁରତୀ ଙ୍କ ପୁଜାର୍ଚନା ଓ ଭୋଗଲାଗି କରିଥିବା ବେଳେ ସାହି ବାସିନ୍ଦା ଏଥିରେ ସହାୟତା କରିଥିଲେ । ଏହି ମନ୍ଦିର ଟି ବହୁ ପୂରାତନ କାଳ ରୁ ନିର୍ମାଣ ହୋଇଥିବା ରୁ ଏହାର ଛାତ  ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି । ମନ୍ଦିର ବର୍ତ୍ତମାନ ଭଗ୍ନାବସ୍ଥା ରେ ଥିବା ଯୋଗୁଁ ପ୍ରଭୁ ମଦନ ମୋହନ ଙ୍କୁ  ରୋଷେଇ ଶାଳ ରେ ରଖି ପୁଜା କରାଯାଉଛି । ମନ୍ଦିର ପୂଜକ ପାଉଥିବା ଦକ୍ଷିଣା ଅର୍ଥ ରେ ପ୍ରତି ବର୍ଷ ଏହି ଛାତ ର କିଛି କିଛି ଅଂଶ ମରାମତି କରାଯାଉଥିବା ସତ୍ୱେ ଏହାର ସ୍ଥାୟୀ ନିର୍ମାଣ ହୋଇପାରିନାହିଁ । ଫଳ ରେ ଏହା ସମ୍ପୂର୍ଣ ଭୁସୁଡ଼ିବା ଅବସ୍ଥା କୁ ଆସିଲାଣି । ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ ସକାଶେ ହାତ ବଢ଼ାଉଥବା ବେଳେ ଏହା ଯଥେଷ୍ଟ ନୁହେଁ । ଏଣୁ ସ୍ଥାନୀୟ ବାସୀ ବିଧାୟକ ଏବଂ ସାଂସଦ ପାଣ୍ଠି ରୁ କିଛି ସହାୟତା ପାଇବା ଆଶା ବାନ୍ଧିଛନ୍ତି । ଏଥି ପ୍ରତି ବିଧାୟକ ଓ ସାଂସଦ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।

 

0
0
0
s2sdefault