ହେଡଲାଇନସ୍:

୫ ଟି ସଚିବଙ୍କ ପାହାନ୍ତା ବିଜେ : ସରକାରଙ୍କ ଟାର୍ଗେଟରେ ସିଲଭର ସିଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଟକ(ଶାସକ ପ୍ରଶାସକ) : ଆଜି ଥିଲା ହୋଲି | ସରକାରୀ ଛୁଟି | ହେଲେ ପୂର୍ବଧାର୍ଯ୍ୟ କାର୍ଯ୍ୟ ସୂଚୀ ଅନୁଯାୟୀ  ଭୋର ୪.୫୫ ବେଳକୁ ବାଦାମବାଡ଼ିରେ ପହଂଚି ଯାଇଥିଲା ୫ ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କ ଗାଡି | ଟାଇମ ପୂର୍ବରୁ ସବୁ ଗାଡି ପହଂଚି ଯାଇଥିଲେ ଅନ୍ୟ ଅଧିକାରୀମାନଙ୍କ | ଉପସ୍ଥିତ ବି ଥିଲେ ପୂର୍ତ୍ତ ସଚିବ ଡ଼ କ୍ରିଷନ କୁମାର | ଆଉ ଟୁଇନ ସିଟି କମିଶନର ସୁଧାଂଶୁ ଷଢଙ୍ଗି ବି |ଆରଡିସିଙ୍କ ସହ ଜିଲ୍ଲା ଅଧିକାରୀଙ୍କୁ ସାଥିରେ ନେଇ  ଆରମ୍ଭ ହେଲା ୫-ଟି ସଚିବଙ୍କ ବୁଲା | ପ୍ରଥମେ ବାଦାମବାଡ଼ି ବସଷ୍ଟାଣ୍ଡ ବୁଲିବା ସହ ତାକୁ କେମିତି ଉନ୍ନତମାନର ବସଷ୍ଟାଣ୍ଡରେ ପରିଣତ କରାଯାଇପାରିବ , ସେଥିପାଇଁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ଶ୍ରୀ ପାଣ୍ଡିଆନ । ଏହା ପରେ ଅନୁଗୁଳ ବସଷ୍ଟାଣ୍ଡ, ସେସୁ କାର୍ଯ୍ୟାଳୟ ପରିସରର ଜମି ବୁଲି ଦେଖିଥିଲେ ।

ସେହିପରି ମିଶନ ୱାର୍ଲଡ କ୍ଳାସ ଏସସିବି ମେଡିକାଲ କଲେଜ ପାଇଁ ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଣୀହାଟ, ଯୋବ୍ରା ଅଞ୍ଚଳରେ  ଜାରି ରହିଥିବା କାମର ସମୀକ୍ଷା ମଧ୍ୟ କରିଥିଲେ । ମହାନଦୀ ବ୍ରିଜ ମୁଣ୍ଡରୁ ହାଡ଼ିଆପଠା ପର୍ଯ୍ୟନ୍ତ କାମର ଅଗ୍ରଗତି ସମ୍ପର୍କରେ ଅଧକାରୀମାନଙ୍କ ସହ ବିସ୍ତାରରେ ଆଲୋଚନା କରିଥିଲେ | ତାପରେ ମେରୀଟାଇମ ମ୍ୟୁଜିୟମରେ ପହଂଚିଥିଲେ ୫ ଟି ସଚିବ | ତାହାର ସାମ୍ପ୍ରତିକ ବ୍ୟବସ୍ଥା ଆଉ ଏହାକୁ ଅଧିକ ଉନ୍ନତ କେମିତି କରିହେବ ତା ବିଷୟରେ ଆଲୋଚନା କରିଥିଲେ ବିଭାଗୀୟ ଅଧିକାରୀଙ୍କ ସହ । ଭୁବନେଶ୍ୱର ଫେରିବା ବାଟରେ ଖାନନଗର ବିଶ୍ୱନାଥ ପାଠାଗାର ଭିତରେ ପଶି ଯାଇ ବୁଲି ଦେଖିଥିଲେ |

0
0
0
s2sdefault