ହେଡଲାଇନସ୍:

ବିଲୁପ୍ତ ପ୍ରଜାତିର ଆହତ ଉଡନ୍ତା ମୂଷା ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନବିଭାଗ କୁ ହସ୍ତାନ୍ତର କଲେ ସଚେତନ ନାଗରିକ

ବରଗଡ(ଶାସକ ପ୍ରଶାସକ) :-  ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ପାଇକମାଲ ନାଗରିକ କମିଟିର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ମଧୁସୂଦନ ପ୍ରଧାନ ପାଇକମାଲ ନୃସିଂହନାଥ ରାସ୍ତାର ବାଲକୋ  ନିକଟ ରେ ଏକ ଗଛ ମୂଳରେ ଏକ ଜନ୍ତୁ ପଡିଥିବାର ଲକ୍ଷ୍ୟ  କରିଥିଲେ । ପାଖକୁ ଯାଇ ଦେଖିବାରୁ ଏହା ଏକ ଉଡନ୍ତା ମୂଷା ( Flying Squirrel)  ପ୍ରଜାତିର ବୋଲି ଜଣା ପଡିଥିଲା । ଏହି ପ୍ରଜାତି ବର୍ତମାନ ବିଲୁପ୍ତ ପ୍ରାୟ ।  ମୁଷଟି ଆହତ ଅବସ୍ଥାରେ ଥିବାରୁ ଶ୍ରୀ ତ୍ରିବେଦୀ ତୁରନ୍ତ ପାଇକମାଲ ରେଞ୍ଜର ଶ୍ରୀ ଗିରିଧାରୀ ପ୍ରଧାନଙ୍କୁ ଫୋନ କରି ଜଣାଇଥିଲେ । ଘଟଣା ବାବଦରେ ରେଞ୍ଜର ଅବଗତ ହେବା ପରେ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ମୂଷା ଟିକୁ ଉଦ୍ଧାର କରିବା ସହିତ ପ୍ରଥମେ ପ୍ରାଣୀ ଚିକିତ୍ସାଳୟ ରେ ତାର ଉପଚାର କରାଇଥିଲେ । ମୂଷା ଟିର ପଛ ଗୋଡ଼ ଦୁଇଟି ରେ ପୁରୁଣା କ୍ଷତ ଥିବାର ଦେଖା ଯାଇଥିଲା । ଆଗାମୀ କିଛି ଦିନ ବନ ବିଭାଗର ଅଫିସରେ ମୂଷାଟିର ଯତ୍ନ ନିଆଯିବ ଓ ସମ୍ପୁର୍ଣ୍ଣ ଭାବରେ ଭଲ ହେବା ପରେ ତାକୁ ପୁନର୍ବାର ଜଙ୍ଗଲରେ ଛାଡି ଦିଆଯିବ ବୋଲି ରେଞ୍ଜର ଶ୍ରୀ ପ୍ରଧାନ ଜଣାଇଛନ୍ତି ।

 

0
0
0
s2sdefault