ହେଡଲାଇନସ୍:

ଭକ୍ତଙ୍କ ମୁହଁରେ ସ୍ୱାୟତ୍ତତାର ସ୍ୱର : : ଦେଲେ ଚେତାବନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେବିକେ କନ୍ଧମାଳ ସ୍ୱୟଂ ଶାସିତ ପରିଷଦ ଅଞ୍ଚଳ ଗଠନ କରାଯାଉ

ନହେଲେ ନ୍ୟାଯ୍ୟ ଦାବି ପାଇଁ ହେବ ଦୁର୍ବାର ଆନ୍ଦୋଳନ 

କଳାହାଣ୍ଡି/ଜୁନାଗଡ଼(ଆଦିତ୍ୟ ମହାନ୍ତି) : କେବିକେ କନ୍ଧମାଳ ସ୍ବୟଂ ଶାସିତ ପରିଷଦ ଅଞ୍ଚଳ ଗଠନ ଦାବୀରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ  ସମ୍ବିଲନୀ କଳାହାଣ୍ଡି ଜିଲ୍ଲା ସର୍ବ ଦଳୀୟ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ରାଜନୈତିକ ଦଳ ତଥା ବୁଦ୍ଧିଜୀବି ପ୍ରତିନିଧି ମାନେ ଏକ ଜୁଟହୋଇ ସମର୍ଥନର ସଂକଳ୍ପ ନେଇ ନିଜ ନିଜର ମତ ଦେଇଛନ୍ତି । ଯେଉଁଥିରେ କେବିକେ ତଥା କନ୍ଧମାଳର ସାମଗ୍ରିକ ବିକାଶ  ପରିଷଦର ଆବଶ୍ୟକତା କାରଣ ଓ ନିରାକରଣ ବିଷୟ ଆଲୋଚନା କରାଯାଇଥିଲା । ଅଶୋକ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଜୁନାଗଡ଼ ଠାରେ ଆୟୋଜିତ ଏହି ବୈଠକରେ  ବରିଷ୍ଠ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ,ଭରତ ଠାକୁର, ଅଜୟ ମିଶ୍ର, ସୁଧାଂଶୁ ଶେଖର ନେଗି ଉପସ୍ଥିତ ରହି  ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ।  କେବିକେ କନ୍ଧମାଳ ପରିଷଦ ପାଇଁ ଆନ୍ଦୋଳନର ମୁଖ୍ୟ  ଶ୍ରୀ ଭକ୍ତଚରଣ ଦାସ କହି ଛନ୍ତି  ଯଦି ସରକାର ଆମରୀ ଦାବୀକୁ କର୍ଣ୍ଣପାତ ନକଲେ ସାରା ପଚିଂମ ଓଡିଶା କନ୍ଧମାଲ ଜିଲ୍ଲାର ସର୍ବସାଧାରଣ ରାଜରାସ୍ତାକୁ ଓଲ୍ହାଇ ତାର ନ୍ୟାଯ୍ୟ ଦାବି ହାସଲ କରିବାକୁ ବାଧ୍ୟହେବ ବୋଲି ଚେତାବନୀ ଦେଇଛନ୍ତି ।

କେବିକେ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ପ୍ରଚୁର ଖଣିଜ ସଂପଦ,ଲକ୍ଷ ଲକ୍ଷ କ୍ୟୁଣ୍ଟାଲ ଧାନ ଶସ୍ୟ ଉତ୍ପାଦନ ,୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ,କୋଟି କୋଟି ଟଙ୍କାର ରାଜସ୍ୱ ଥିଲେ ମଧ୍ୟ ଏଥିରେ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ, ଗମନାଗମନ ଭଳି ମୌଳିକ ସୁବିଧା ସାତସପନ ସାଜିଛି। ଦେଶରେ ୬୨୨ଟି ଜିଲ୍ଲା ଥିବାବେଳେ କେବିକେ ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ଏବେବି ପଛୁଆ ଜିଲ୍ଲା ରୂପେ ଭାରତର ମାନଚିତ୍ର ରେ ପରିଗଣିତ ହେଉଛି । ପ୍ରତେକ କ୍ଷେତ୍ରରେ କେବିକେ ଜିଲ୍ଲା ଓ କନ୍ଧମାଳକୁ ପକ୍ଷପାତିତା ହୋଇ ଆସୁଥିବା ବେଳେ , ଆଜି ବି ଏହି ଜିଲ୍ଲା ମାନଙ୍କରେ ବିକାଶର ପାଦଚିହ୍ନ ପଡିନି । ଏସବୁର ନିରାକରଣ ସମସ୍ତ ରାଜନୀତି ଦଳଙ୍କୁ କେବିକେ ଜିଲ୍ଲାର ବିକାଶ ପାଇଁ ଓ ତାର ଆବଶ୍ୟକତା ଦାବୀକୁ  ସମର୍ଥନ ଦେବା ପାଇଁ ମୁକ୍ତ କଣ୍ଠରେ ଆହ୍ୱାନ ଦେଇଛନ୍ତି । ଦେଖାଯାଉ ଶୋଇପଡିଥିବା  କେବିକେ ଜିଲ୍ଲାର ବିକାଶ ପାଇଁ  ଆଜି ଯେଉଁ ବ୍ୟକ୍ତିତ୍ୱ ମାନେ ଆଗେଇ ଆସିଛନ୍ତି ସେମାନଙ୍କୁ ବିଜେପି , ବିଜେଡି ଓ କଂଗ୍ରେସ ଦଳର ନେତା କେତେ ଦୁର ସମର୍ଥନ କରୁଛନ୍ତି ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

0
0
0
s2sdefault