ହେଡଲାଇନସ୍:

ବର୍ ହା ମାଂସ ଜବତ, ୨ ଶିକାରୀ ଗିରଫ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ସିନାପାଲି -ସାରସଦାଦର ରାସ୍ତାରୁ ବନ ବିଭାଗର ପାଟ୍ରୋଲଂ ଟିମ ଦଳ ବାର୍ ହା ମାଂସ ଚାଲାଣ କରୁଥିବା ବେଲ ଦୁଇ ଜଣ ଶିକାରୀ ଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଶିକାରୀମାନେ ହେଲେ ସିନାପାଲି ଗ୍ରାମର ବୈଷ୍ଣବ ଭୋଇ ଓ ପ୍ରଦୀପ କୁମାର ଭୋଇ । ସେମାନଙ୍କ ଠାରୁ ଗୋଟିଏ ପଲିଥିନ ବ୍ଯାଗରେ ଥିବା ୧ କେଜି ବାରହା ମାଂସ, ୪ ଟି ଗୋଡ, ଜବତ କରାଯାଇଥିଲା । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ୨ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁସାରେ ସକାଳ ୫ଟା ସମୟରେ ରେଞ୍ଜର ଶିବପ୍ରସାଦ ନାଏକ ନେତୃତ୍ବରେ ବନପାଳ ଦିନେଶ ପ୍ରସାଦ ମାଝି, ପଦ୍ମଲୋଚନ ଭୋଇ, ଫରେଷ୍ଟ ଗାର୍ଡ ଜୟନାରାୟଣ ମିଶ୍ର, ଚୌଧୁରୀ ଦଳପତି, ଆଶୁତୋଷ ହୋତା, ପଙ୍କଜିନୀ ପୁଟା ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault