ହେଡଲାଇନସ୍:

ଗୁଣୁପୁର ପୋଲିସକୁ ବଡ ସଫଳତା : ଧଇଲା ବେଟିଂ ରାକେଟ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାତିଛନ୍ତି ଅନଲାଇନ କ୍ରିକେଟ ବ୍ୟାଟିଂ ମାଫିଆ :ଗୁଗୁଲ ପେ, ଫୋନ ପେ ମାଧ୍ୟମରେ ଟଙ୍କା କାରବାର

ଗୁଣୁପୁର / ଶାସକ ପ୍ରଶାସକ :ରାୟଗଡା ଜିଲ୍ଲା ଗୁଣପୁର ରେ ମାତିଛନ୍ତି ଅନଲାଇନ କ୍ରିକେଟ ବେଟିଂ ମାଫିଆ । ଲକ୍ଷ ଲକ୍ଷ ଟଙ୍କାର ବାଜି ଲଗାଉଛନ୍ତି ଏହି ପେଶାଦାର ଅନଲାଇନ ଜୁଆଡ଼ି । ଖାଲି ରାୟଗଡା ନୁହେଁ ପଡୋଶୀ ଆନ୍ଧ୍ରପ୍ରଦେଶ , ହାଇଦ୍ରାବାଦ , ରାୟପୁର ଓ ପାକିସ୍ତାନ ପ୍ରିମିୟର ଲିଗ ମ୍ୟାଚ ଯାଏଁ ଏମାନଙ୍କ ଚେର ଲମ୍ବିଥିବା ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜକିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଏହି ଗ୍ୟାଙ୍ଗରେ ୧୫ ଜଣ ଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସ ସୂଚନା ଅନୁଯାୟୀ ବର୍ତ୍ତମାନ ଚାଲିଥିବା ମହିଳା କ୍ରିକେଟ ଲିଗ ଓ ପାକିସ୍ତାନ କ୍ରିକେଟ ଲିଗ ମ୍ୟାଚ ପାଇଁ ଏମାନେ ଅନ ଲାଇନରେ ଚେନସିଷ୍ଟମ ଦ୍ୱାରା ବାଜି ଲଗାନ୍ତି । ଏକ ସଫ୍ଟୱେର ମାଧ୍ୟମରେ ଏହି ସବୁ ବ୍ୟାଟିଂ ଅନଲାଇନ ମାଧ୍ୟମରେ ଖେଳ କରୁଥିବା ପୋଲିସ ପକ୍ଷରୁସୂଚନା ମିଳିଛି । ଅନଲାଇନ ବ୍ୟାଟିଂ ମାଫିଆ  ସ୍ଥାନୀୟ ଗାନ୍ଧିନଗର ଅଞ୍ଚଳରେ ଆଡା ଜମେଇଥିବା ବେଳେ ସ୍ଥାନୀୟ SDPO ଶ୍ରୀ ରାଜ କିଶୋର ଦାସ ଙ୍କ ନେତୃତ୍ୱ ରେ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ପ୍ରଧାନ , SI ରାଜ କିଶୋର ବେହେରା ଓ SI କେ ସାମାରିଆ  ଅତର୍କିତ ଚଢ଼ାଉ କରି ୩ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଗିରଫ ତିନି ଜଣ ହେଲେ ପି ଈଶ୍ୱର ରାଓ , ଡ଼ି ରାଜେଶ ଓ ସନ୍ତୋଷ ବାଉରୀ । ଏମାନଙ୍କ ଠାରୁ ଏକ ଲକ୍ଷ ଛବିସି ହଜାର ଟଙ୍କା ,  ୬ ଟି ମୋବାଇଲ, ୨ଟି ବାଇକ, ୩ଟି ଏଟିଏମ କାର୍ଡ ଜବତ କରାଯାଇଛି । ମୋବାଇଲ ଚେକିଂରୁ ଏମାନେ ଗୁଗୁଲ ପେ, ଫୋନ ପେ ମାଧ୍ୟମରେ ଟଙ୍କା କାରବାର କରୁଥିବା ଓ ରାଜ୍ୟ ବାହାରେ ମଧ୍ୟ ଖେଳ କରୁଥିବା ପୋଲିସ ଜାଣିବାକୁ ପାଇଛି । ଆଜି ଉକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିରେ ସଂପୃକ୍ତ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ସେମାନଂକ ବିରୋଧ ରେ ଭାରତୀୟ ପିଙ୍ଗୋଳ ଧାରା ୨୯୪ କ , ୪୨୦ , ୧୨୦ ଖ , ୪ ଓ ୫ ଦଫା ଲଗାଇ କୋର୍ଟ ଚାଲାଣ କରିଛି । ଏହାର  ଅନ୍ୟ ସହଯୋଗୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି SDPO ସୁଚନା ଦେଇଥିଲେ । ଏମାନଙ୍କ ବିରୋଧ ରେ ପ୍ରାଇଜ୍ ଚିଟ୍ ତଥା ମନି ସର୍କୁଲେସନ୍ ବ୍ୟାନିଂ ଆକ୍ଟ ରୁଜୁ କରିଥିବା ଜଣା ପଡ଼ିଛି । ଚିଟ୍ ଫଣ୍ଡ କେଳେଙ୍କାରି ମାମଲା ରେ ଲାଗୁଥିବା ଦଫା ଏମାନଙ୍କ ବିରୋଧ ରେ ଲଗାଯାଇଛି । ଆବଶ୍ୟକ ସ୍ଥଳେ ଗିରଫ ଯୁବକ ମାନଙ୍କୁ ରିମାଣ୍ଡ ରେ ଅଣା ଯାଇ ତଦନ୍ତ କରାଯିବ ବୋଲି ଶ୍ରୀ ଦାସ ସୁଚନା ଦେଇଛନ୍ତି ।

 

0
0
0
s2sdefault