ହେଡଲାଇନସ୍:

ପ୍ରଶାସନ ଶୁଣୁନି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦୁଇ ଭଉଣୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବଢୁଛି କିଡ଼ନୀ ରୋଗ,  ପିଇବା ପାଣି ସମସ୍ୟା ଉତ୍କଟ : ଦୟାକରି କାଢନ୍ତୁ ସମାଧାନର ବାଟ   "

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ଓଡିଶା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉପାନ୍ତ ପାହାଡିଆ ଅଞ୍ଚଳରେ ରହିଥିବା ବହଳପଦର ପଞ୍ଚାୟତର ଅମରପାଲି ତଥା ଆଖପାଖ ଗ୍ରାମରେ ବହୁ ବର୍ଷ ହେଲା କିଡ଼ନୀ ରୋଗରେ ଆତଙ୍କ ଲାଗିରହିଛି । ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଅନେକାଂଶ ଲୋକ ଚିକିତ୍ସିତ ହେଉଛନ୍ତି । ତେବେ ଏ ଅଞ୍ଚଳରେ କିଡ୍ନୀ ରୋଗ ବୃଦ୍ଧି ପାଇବା ପଛରେ ଆମ ଦୃଷ୍ଟିରେ ସ୍ଵଚ୍ଛ ପାନୀୟଜଳର ଅଭାବ ଏକ ପ୍ରମୁଖ କାରଣ । ତେଣୁ ଆମେ ଦୁଇ ଭଉଣୀ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛୁ ଯେ ଏହାର ସଠିକ୍ କାରଣ ଅନୁଧ୍ୟାନ ପୂର୍ବକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରି ଆମ ଲୋକଙ୍କ ଜୀବନ ରକ୍ଷା ଦିଗରେ ଆପଣ ସହାୟ ହୁଅନ୍ତୁ ।

ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମର ଦୁଇ ଭଉଣୀ ଇପ୍ସିତା ଅନନ୍ୟା ସାହୁ ଓ ଆରାଧ୍ୟା ଅନୁଭା ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମସ୍ୟା ଉପରେ ପତ୍ର ଲେଖିଛନ୍ତି । ଦୁଇ ଭଉଣୀ ଗତ ୨ ତାରିଖ ନିଜ ଗାଁ ଅମରପାଲି ଡାକ ଘରୁ ଏହି ଚିଠି ପଠାଇଛନ୍ତି । ଅନନ୍ୟା ଗାଁ ସ୍କୁଲରେ ୬ଷ୍ଠ ଶ୍ରେଣୀ ଓ ଆରାଧ୍ୟା ୨ୟ ଶ୍ରେଣୀର ଛାତ୍ରୀ ପଢୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଏହି ଚିଠି ପହଞ୍ଚିଲେ ସମସ୍ୟାର ପ୍ରତିକାର ଦିଗରେ ନିଶ୍ଚିତ କିଛି ପଦକ୍ଷେପ ନେବେ ବୋଲି ଦୁଇ ଭଉଣୀ ଆଶା ବ୍ୟକ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅମରପାଲି, ଗୁଦଗୁଦା, ଦାଦରପାଲୀ, ଗୌଡଗାଡ, ସୁଧାପାଲୀ ଓ  କେନ୍ଦୁପାଲି ଆଦି ଗ୍ରାମରେ କିଡ଼ନୀ ସମସ୍ୟା  ବ୍ୟାପୁଥିବା ନେଇ ପୂର୍ବରୁ ବହୁବାର ସ୍ଥାନୀୟ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ  ଏହାର ପ୍ରତିକାର ଦିଗରେ କିଛି ବି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ସମସ୍ୟାର ପ୍ରତିକାର ଉଦ୍ଦେଶ୍ୟରେ  ଦୁଇ ଭଉଣୀଙ୍କର ଏଭଲି ଉଦ୍ୟମକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

 

0
0
0
s2sdefault