ହେଡଲାଇନସ୍:

ଆନ୍ତର୍ଜାତିକ ମହିଳା ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ତରପରୁ ଓଡ଼ଗାଁ ବ୍ଲକର ଗୋଡିପଲ୍ଲୀ, ବରସାହି, ସୁନାମୁହିଁ, ଭାଡିକିଳା ପାଣ୍ଡେରୀପଡା, ସୋଲପଟା, ଗୈାଡପୁଟୁ ଏବଂ ସରଧାପୁରୁ ୮ଟି ପଂଚାୟତରେ ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ  ମହିଳା ଦିବସ ପାଳିତ ହୋଇଯାଇଛି । ଝିଅକୁ ବଂଚାନ୍ତୁ ଝିଅକୁ ପଢାନ୍ତୁ, ବାଲ୍ୟ ବିବାହ ବନ୍ଦ କରନ୍ତୁ ସ୍ଲୋଗାନ ଦେଇ ମହିଳାମାନେ ସଚେତନତା ସଭା କରିଥିଲେ । ଏଠାରେ ସୁଚନା ଥାଉକି ଏହି ପଂଚାୟତ ଗୁଡିକରେ ପୁଅମାନଙ୍କ ସଂଖ୍ୟା ତୁଳନାରେ ଝିଅମାନଙ୍କ ସଂଖ୍ୟା ବହୁତ କମ୍  । ୨୦୧୯/୨୦ ବର୍ଷ ପାଇଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀ ପାଟଣା କେନ୍ଦ୍ରର କୃଷ୍ଣପ୍ରୀୟା ଉପଉଧ୍ୟାୟଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ  ଅଙ୍ଗନଓାଡି ଓାର୍କର ଭାବେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ପରସ୍କୃତ କରାଯାଇଥିଲା । 

ସେହିପରି ଓରିକମ୍ ଏଡୁକେସନ ଓଡ଼ଗାଁ ତରଫରୁ ମହିଳା ଦିବସ ପାଳିତ ହୋଇଥିଲା । ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ୱରେ  ଅନୁଷ୍ଠିତ  ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରିୟା ଦେବୀ ଯୋଗ ଦେଇଥିଲେ । ଝୋଟି, ନୃତ୍ୟ ଓ କୁନି ପ୍ରତିଭା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

 

 

0
0
0
s2sdefault