ହେଡଲାଇନସ୍:

ସାମାଜିକ ବାଛବିଚାରରୁ ହୋଇଥିଲା ଧର୍ମାନ୍ତରୀକରଣ ନିଷ୍ପତ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଭିଏଚପି ନେତୃବୃନ୍ଦ,ସମାଧାନ ପାଇଁ ପ୍ରତିଶୃତି 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ଉଦେଶ୍ୟମୂଳକ ଭାବରେ ସାମାଜିକ ବାଛବିଚାରର ଶିକାର ହୋଇଥିବା ଯୋଗୁଁ ସାମୁହିକ ଭାବରେ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ କଷଡା ଗ୍ରାମର 80 ପରିବାର ଷଡ଼ବଂଶୀ ଗୋଣ୍ଡ ସମାଜର ସଦସ୍ୟଙ୍କୁ ଆଜି ସାକ୍ଷାତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ତାସହିତ ହିନ୍ଦୁ ସମାଜ ଓ ସଂସ୍କୃତିର ମହତ୍ୱ ସମ୍ୱନ୍ଧରେ ତାଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଗୋଣ୍ଡ ସମାଜର ଉପଖଣ୍ଡ ତଥା ଜିଲ୍ଲା ସ୍ତରୀୟ ପ୍ରତିନିଧିଙ୍କ ସହ ଆଲୋଚନା କରି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ସମାଧାନ କରିବାକୁ ଭରସା ଦେଇଛନ୍ତି | ଆଜି ସକାଳେ ଭିଏଚପି କାର୍ଯ୍ୟକର୍ତ୍ତା ଶ୍ରୀ କୁସୁମ ବଣପାହାଡ଼ ଘେରା କଷଡା ଗ୍ରାମକୁ ଗସ୍ତ କରିଥିବା ବେଳେ ସାମାଜିକ ବାଛବିଚାରର ଶିକାର ହୋଇ ନିର୍ଯ୍ୟାତିତ ଜୀବନ ଅତିବାହିତ କରୁଥିବା ଗ୍ରାମବାସୀଙ୍କ ଏକ ବୈଠକ ଡାକିଥିଲେ | ଏହି ବୈଠକରେ ସାମାଜିକ ବାଛବିଚାରର କାରଣ ତଥା ସାମୁହିକ ଧର୍ମ ପରିବର୍ତ୍ତନ ଭଳି ଏକ କଠୋର ନିଷ୍ପତ୍ତି ନେବାର କାରଣ ସମ୍ୱନ୍ଧରେ କୁସୁମ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରିଥିଲେ | ଏହି ଅବସରରେ ଉପସ୍ଥିତ ଗ୍ରାମବାସୀ ମଧ୍ୟ ସାମାଜିକ ବାଛବିଚାର ଯୋଗୁଁ ସେମାନେ କେମିତି ନିର୍ଯ୍ୟାତିତ ହୋଇଛନ୍ତି ସେ ସମ୍ୱନ୍ଧରେ ଗୋଟି ଗୋଟି କରି ଦୁଃଖ କଥା କୁସୁମଙ୍କ ସମୁଖରେ ବଖାଣିଥିଲେ | ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗକୁ ଧ୍ୟାନର ସହ ଶୁଣିଲା ପରେ ଶ୍ରୀ କୁସୁମ ପ୍ରତ୍ୟେକ ସମସ୍ୟାର ସମାଧାନ ରହିଛି, ହେଲେ ଧର୍ମ ପରିବର୍ତ୍ତନ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି କହିଥିବା ବେଳେ ଖୁବ ଶୀଘ୍ର ଏ ସମ୍ୱନ୍ଧରେ ଗୋଣ୍ଡ ସମାଜର ବରିଷ୍ଠ ନେତୃବୃନ୍ଦଙ୍କ ସାଙ୍ଗରେ ଆଲୋଚନା କରି ଉକ୍ତ ସମସ୍ୟାର ସମାଧାନର ରାସ୍ତା ବାହାର କରିବାକୁ ଭରସା ଦେଇଥିଲେ | ତାସହିତ ହିନ୍ଦୁଧର୍ମ ହିଁ ଏକମାତ୍ର ମୋକ୍ଷପ୍ରାପ୍ତିର ମାର୍ଗ, ତେଣୁ ସନାତନ ହିନ୍ଦୁ ସଂସ୍କୃତିକୁ ଧାରଣକରି ସାରା ଜୀବନ ଅତିବାହିତ କରିବାକୁ  ନିବେଦନ କରିଥିଲେ | ଭିଏଚପି କାର୍ଯ୍ୟକର୍ତ୍ତା ଶ୍ରୀ କୁସୁମଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ଉପସ୍ଥିତ ଗ୍ରାମବାସୀ ମଧ୍ୟ ଧର୍ମ ପରିବର୍ତ୍ତନ ଏକ ଭୁଲ ନିଷ୍ପତ୍ତି ବୋଲି ସ୍ୱୀକାର କରିଥିବା ବେଳେ ହିନ୍ଦୁ ସମାଜ ଓ ସଂସ୍କୃତିକୁ ଧାରଣକରି ସାରା ଜୀବନ ଅତିବାହିତ କରିବାକୁ ପ୍ରତିଶୃତି ଦେଇଥିଲେ | ଷଡ଼ବଂଶୀ ଗୋଣ୍ଡ ସମାଜର ଉକ୍ତ 80 ପରିବାରରେ 90 ଜଣ ପୁରୁଷ, 105 ଜଣ ମହିଳା, 89 ଜଣ ପୁଅ, 66 ଜଣ ଝୀଅ ସର୍ବମୋଟ 350 ଜଣ ସଦସ୍ୟ ରହିଛନ୍ତି | ଆଜିକାର ଏହି ବୈଠକରେ ଗ୍ରାମର ଦୁର୍ୟୋଧନ ବେଟି, ପୂର୍ଣ୍ଣଚନ୍ଦ୍ର ପଟା, ରମାକାନ୍ତ ନାୟକ, ସନ୍ତୋଷ ଅଟି, ଜ୍ୟୋତିର୍ମୟୀ ଅଟି, ନିରଞ୍ଜନ ଅଟି, ଧୀର ବେଟି, ଫକୀର ବେଟି, ଜୀତାଞ୍ଜଳି ପଟା, ବାସନ୍ତୀ ଭୋଇ, ସୁକାନ୍ତି ଚାରଦିଆ, ତିଲୋତମା ପଟା, ଗୀତାଞ୍ଜଳି ପଟ୍ଟା, ସଞ୍ଜୁ ଭୋଇ, ଭଗବାନ ସିଂ, ଜ୍ୟୋତ୍ସ୍ନା ସିଂ, ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault