ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଆଜିର ଦିନକୁ ନିର୍ଭୟାଙ୍କ ମାଁ ଶ୍ରୀମତୀ ଆଶାଦେବିଙ୍କୁ ଅର୍ପଣ କଲା ମହିଳା ମୋର୍ଚ୍ଚା
‘ସମାନତାରେ ସାମର୍ଥ୍ୟ’ ବାର୍ତାକୁ ନେଇ ଦସ୍ତଖତ ଅଭିଯାନ
ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶିତା ସଂପାଦନା କରିଥିବା ମହିଳାମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶାରେ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ । ସେମାନଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ଆଜି ପ୍ରତିହତ ହୋଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଯେ, କେବଳ ମହିଳା ସଶକ୍ତିକରଣ ନୁହେଁ, ସମାଜ ସଶକ୍ତିକରଣ ପାଇଁ ମହିଳାମାନେ ବିକାଶର ବାର୍ତାବହ ହେବା ଜରୁରୀ । ବିଶ୍ୱ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମହିଳାମାନଙ୍କୁ ଅବଗତ କରାଯିବ । ଏହା ସହ ଆଗାମୀ ଦିନରେ ଉଜ୍ଜ୍ୱଳା, ମୁଦ୍ରା, ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛ ଭାରତ (ଶୌଚାଳୟ) ଏବଂ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଭଳି ପାଂଚଟି ଯୋଜନାର ସଫଳ ରୂପାୟନ ପାଇଁ ଜାଗୃତି ସଭା ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ କରାଯିବ । ମୋଦି ସରକାରଙ୍କର ଅନ୍ୟାନ୍ୟ ମହିଳା କୈନ୍ଦ୍ରିକ ଯୋଜନା ଗୁଡିକ, ଯେପରିକି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ, ସୁକନ୍ୟା, ସମୃଦ୍ଧି, ମିଶନ ଇନ୍ଦ୍ରଧନୁଷ, ପୋଷଣ ଅଭିଯାନ ଆଦି ବିଷୟରେ ଜାଗୃତି ସୃଷ୍ଟି କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା କଲ୍ୟାଣକାରୀ ଯୋଜନାରେ ମହିଳାମାନେ ସମର୍ଥ ହୋଇପାରିବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ।
ଆଜି ସମଗ୍ର ମାଁ ଓ ଭଉଣୀଙ୍କ ସମ୍ମାନର ଦିନ । ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସପଳ ନାରୀମାନଙ୍କ ପଛରେ ଥିବା ପୁରୁଷମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଆଜିର ଏହି ଦିନଟିକୁ ନିର୍ଭୟାଙ୍କ ମାଁ ଶ୍ରୀମତୀ ଆଶାଦେବୀଙ୍କୁ ଅର୍ପଣ କରାଯାଇଛି । ଯିଏକି ନିର୍ଭୟାକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଆଜି ଆର୍ନ୍ତଜାତୀକ ମହିଳା ଦିବସ ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରି ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ସର୍ବପ୍ରଥମେ ‘ସମାନତାରେ ସାମର୍ଥ୍ୟ’ ବାର୍ତାକୁ ନେଇ ଦସ୍ତଖତ ଅଭିଯାନ କରାଯିବା ସହ ‘ମହିଳା ଜାଗୃତି’ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶିତା ସଂପାଦନା କରିଥିବା ମହିଳାମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆନେ୍ଦାଳନାତ୍ମକ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରଶ୍ମୀରେଖା ଦାଶ ଓ ସୁବାଷିନୀ ପୃଷ୍ଟି; ଗତ ସାଧାରଣ ନିର୍ବାଚନରେ ନିଜ ପାରଦର୍ଶିତା ପ୍ରଦର୍ଶନ କରି ରାଜ୍ୟରେ ସ୍ଥିତ ବଜାୟ ରଖିଥିବା ପ୍ରତିଭା ଶତପଥୀ, ସ୍ମୃତି ପଟ୍ଟନାୟକ, ଶୈଳବାଳା ବାଗ୍ ଓ ସିପ୍ରା ବାଜପେୟୀ; ମହିଳା ମୋର୍ଚ୍ଚାରେ ନୂତନ ଭାବେ ଯୋଗଦାନ କରି ସାଂଗଠନିକ ଦକ୍ଷତା ପ୬ଦର୍ଶନ କରିଥିବା କସ୍ତୁରୀ ମିଶ୍ର ଓ ଯାଜ୍ଞସେନୀ ଜେନା; ତୃଣମୁଳ ସ୍ତରରୁ ସଂଗଠନରେ ଯୋଗଦାନ କରି ଅଦ୍ୟାବିଧି ପାର୍ଟି ପ୍ରତି ସମ୍ମାନ ପଦର୍ଶନ ଜାରି ରଖିଥିବା ଅମିତା ଦାଶ; ମହିଳା ମୋର୍ଚ୍ଚାର ସୁଖ ଦୁଃଖରେ ଭାଗିଦାରୀ ରହି ମାର୍ଗଦର୍ଶନ ଦେଉଥିବା ସୁରମା ପାଢୀ; ସାଂଗଠନିକ କାର୍ଯ୍ୟରେ ଦୁଇ ବରିଷ୍ଠ ଉପସଭାନେତ୍ରୀ କାନନବାଲା ପଟ୍ଟନାୟକ ଓ ନିୟତି ଗିରି; ଏକ ଜଣାଶୁଣା ଅଭିନେତ୍ରୀରୁ ନେତ୍ରୀ ଭାବେ ପ୍ରସିଦ୍ଧି ପାଇଥିବା ପିଙ୍କି ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସୁଜାତା ମୁର୍ମୁ, ଉର୍ମିଳା ମହାପାତ୍ର, ସୀମନ୍ତିନୀ ଜେନା, ସୋନାଲି ସାହୁ, ବବିତା ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଆଜି ବିଶ୍ୱ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ କାରୀ ଯୋଜନା ସଂପର୍କିତ ଏକ ପଦର୍ଶନୀ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଥିଲା ।