ହେଡଲାଇନସ୍:

ବିପଦ ସଂକୁଳ ଘରେ ଚାଲିଛି ବୀରମହାରାଜପୁର ଅବକାରୀ କାର୍ଯ୍ୟାଳୟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବର୍ଷକୁ ଦୁଇ କୋଟି ରାଜସ୍ବ , କର୍ମଚାରୀ ଅଭାବ ସାଙ୍ଗକୁ ସରକାରୀ ଗାଡି ର ବ୍ୟବସ୍ଥା ନାହିଁ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବୀରମହାରାଜପୁର ଠାରେ ଥିବା ଅବକାରୀ କାର୍ଯ୍ୟଳୟ ଟି ଦୀର୍ଘ ବର୍ଷ ହେବ ଭଙ୍ଗା ଦଦରା ବିପଦପୂର୍ଣ୍ଣ ଗୃହ ଅଫିସ କାମ ଚାଲିଛି । ଘରଟି ଭାଙ୍ଗିରୁଜି ଯାଇଥିବାରୁ ଘରର ଏକ କଣରେ ଖପର ଓ ଆଜବେଷ୍ଟସ୍ ଛାଉଣୀ ତଲେ ବିପଦ ଅବସ୍ଥାରେ ସରକାରୀ କାର୍ଯ୍ୟ ତୁଲାଉଛନ୍ତି । ଏଠାରେ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା ନଥିବାରୁ କାଯ୍ୟରତ  କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟାଳୟ ଅଧିନରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ରହିଛି । ଅଫିସରେ ଜଣେ ଇନ୍ସପେକ୍ଟର, ଜଣେ ଏସ୍ ଆଇ ଓ ତିନି ଜଣ କନେଷ୍ଟବଳ କାର୍ଯ୍ୟରତ ଥିଲାବେଳେ ପେଟ୍ରୋଲିଂ ଓ  ଚଢାଉ ପାଇଁ ବିଭାଗ ପକ୍ଷରୁ ନିଜସ୍ବ ଗାଡି ଟିଏବି ନାହିଁ । ବୀରମହାରାଜପୁର ବ୍ଲକରେ ୩ ଟି ଦେଶି ମହୁଲି ଭାଟି ରହିଥିବା ବେଳେ ୪ ଟି ଶାଖା ଭାଟି ଓ ୨ ଟି ବିଦେଶୀ ମଦ ଦୋକାନ ରହିଛି । ସେହିପରି ଉଲୁଣ୍ଡା ବ୍ଲକ ରେ ମଧ୍ଯ ୩ଟି ଦେଶି ମହୁଲି ଭାଟି ରହିଥିବା ବେଳେ ୨ ଟି ଶାଖା ଭାଟି ଓ ଗୋଟିଏ ବିଦେଶୀ ମଦ ଦୋକାନ ରହିଛି । ଏଥିରୁ ବାଷିର୍କ ୨ କୋଟି ୩୦ ଲକ୍ଷରୁ ଅଧିକ ରାଜସ୍ବ ଆଦାୟ ହେଉଛି । ତଥାପି ବିଭାଗୀୟ କାର୍ଯ୍ୟଳୟ ଅବସ୍ଥା ଯେ କେହି ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ ।ଏହି କାର୍ଯ୍ୟଳୟ ଆର ଡି ବିଭାଗ ପକ୍ଷରୁ ସତୁରି ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଅଟକଳ ଏକ ଯୋଜନା ପ୍ରସ୍ତୁତ କରି ପ୍ରଶାସନିକ ମଞ୍ଜୁର ପାଇଁ ପଠାଇଥିଲେ ହେଲେ ଟଙ୍କା ନାହିଁ ବୋଲି କହି ଏହାକୁ ମଞ୍ଜୁର ଦିଆଯାଉ ନାହିଁ ବୋଲି ଶୁଣିବାକୁ ମିଳୁଛି । ବିଭାଗୀୟ ଉଚ୍ଚ କତୃପକ୍ଷ ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।

0
0
0
s2sdefault