ହେଡଲାଇନସ୍:

 ବାହୁଡ଼ିଲେ ମଧୁସୂଦନ, ପ୍ରମୋଦ ଗଲେ ରାଜଭବନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ବରିଷ୍ଠ ଆଇଏଏସ ଅଫିସର  ତଥା ରାଜ୍ୟପାଳଙ୍କ ସଚିବ ଥିବା ଶ୍ରୀ ମଧୁସୁଦନ ପାଢୀଙ୍କର ଶେଷରେ ଲେଉଟାଣି ହୋଇଛି | ତାଙ୍କୁ ସରକାର ରାଜ୍ୟପାଳଙ୍କ ସେବାରୁ ଫେରାଇ ଆଣି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି |   ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିକଟରେ ନିଯୁକ୍ତ ହୋଇଥିବା ଡ଼ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସେବାରେ ନିୟୋଜିତ କରାଯାଇଛି | ତାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି | 

0
0
0
s2sdefault