ହେଡଲାଇନସ୍:

ଓଡ଼ିଶାରେ ଦୁଇ ସନ୍ଦିଗ୍ଧ କାରଣ ସଂକ୍ରମିତ : ସ୍ୱାସ୍ଥ୍ୟବିଭାଗ ଦେଖାଇଲା ତତ୍ପରତା, ଜାରି କଲା ସ୍ୱାସ୍ଥ୍ୟ ସୂଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାରେ  ଦୁଇ ସନ୍ଦିଗ୍ଧ କରୋନା ପଜିଟିଭ ଦେଖା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି | ସରକାରଙ୍କ ପକ୍ଷରୁ ଅଧିକାରିକ ଭାବେ ସୂଚନା ଦିଆଯାଇନଥିବା ବେଳେ ଜଣେ ସନ୍ଦିଗ୍ଧ ରୋଗୀ ଭିମସାର ବୁର୍ଲାରେ ଓ ଆଉ ଜଣେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବୋଲି ସୂଚନା ହସ୍ତଗତ ହୋଇଛି | ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି କାରଣ ସମ୍ପର୍କରେ |

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଯେ " କାରଣ ସଂକ୍ରମିତ ଅଂଚଳ ବା ଦେଶରୁ ପ୍ରତ୍ୟାବର୍ତ୍ତନ କରିବାର ୨୮ ଦିନ ଭିତରେ  ଯଦି ଆପଣଙ୍କୁ ଜର, କାଶ ଓ ଶ୍ଵାସ କ୍ରିୟା ଜନିତ ସମସ୍ୟା ହେଉଛି ତେବେ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ | ଘର ଭିତରେ ଅଲଗା ଗୋଟିଏ ଜାଗାରେ ୧୪ ଦିନ ରୁହନ୍ତୁ ଓ ପରବର୍ତ୍ତୀ ୧୪ ଦିନ ସ୍ଵପର୍ଯ୍ୟବେକ୍ଷଣରେ ରୁହନ୍ତୁ | ଆଉ କଣ କଣ କରିବେ ଆଉ କଣ ନକରିବେ ତାହାର ଏକ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ | 

ଆଶଙ୍କିତ କରୋନା ଜନିତ ପରିସ୍ଥିତି ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଦୁଇଦିନ ତଳେ ଶାସକ ପ୍ରଶାସକରେ ପ୍ରକାଶିତ ଖବର ଉପରେ  ବରଗଡ଼ ଜିଲ୍ଲା ବିଯେପୁରର ସାମାଜିକ କର୍ମୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ଟୁଇଟ କରି ଅନୁରୋଧ କରିଥିବା ବେଳେ ଆଜି ସେହି ଜିଲ୍ଲାର ଆଉଜଣେ ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଟୁଇଟ କରି ଅନୁରୋଧ କରିଛନ୍ତି |  ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇଏଏସ ଅଫିସର ଭାସ୍କର ଜ୍ୟୋତି ଶର୍ମା ଟୁଇଟ କରି କରୋନାରୁ ଦୂରରେ ରହିବ ପାଇଁ କିଛି ସ୍ୱାସ୍ଥ୍ୟ ସୂଚନା ଲୋକଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି

0
0
0
s2sdefault