ହେଡଲାଇନସ୍:

କରୋନାକୁ ନେଇ ଆଶଙ୍କା ବଢୁଛି, କେନ୍ଦ୍ର ସରକାର ଦେଖାଇଲେ ତତ୍ପରତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୫ ନୂଆ ଇଟାଲୀୟ ପର୍ଯ୍ୟଟକଙ୍କ କ୍ଷେତ୍ରରେ କରୋନା ପଜିଟିଭ ଆଶଙ୍କା 

ପ୍ରଧାନ ମନ୍ତ୍ରୀ କଲେ ଟୁଇଟ, କୌଣସି ହୋଲି ମିଳନରେ ହେବେନି ସାମିଲ 

ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ନେବେ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ 

  ନୂଆଦିଲ୍ଲୀ/ ଭୁବନେଶ୍ୱର (ଶାସକ ପ୍ରଶାସକ) ଭୟ ବଢୁଛି, ହେଲେ ଏ ଖବର ଆତଙ୍କିତ ହେବ ପାଇଁ ନୁହେଁ | ଆଂକେ ସତର୍କ ରହିବା ପାଇଁ ଓ ପ୍ରଶାସନ-ସରକାର ଆଲର୍ଟ ହେବ ପାଇଁ | ଦିଲ୍ଲୀରୁ ଆଧିକାରିକ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଦିନ ତଳେ ଦୁଇ କରୋନା ଭୁତାଣୁ ପଜିଟିଭ ସୂଚନା ଦିଆ ଯାଇଥିବା ବେଳେ ଦିଲ୍ଲୀରୁ ଆଉ ୧୫ ଜଣ ଇଟାଲୀୟ ପର୍ଯ୍ୟଟକଙ୍କ କ୍ଷେତ୍ରରେ କରୋନା ପଜିଟିଭ ମିଳିଥିବା ସୂଚନା ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି | ଏହାର ଆଧିକାରିକ ପୁଷ୍ଟି ହୋଇ ନଥିବା ବେଳେ ଏହାକୁ ନେଇ ଅଧିକ ସତର୍କ ରହିବାର ତଥା ପ୍ରସ୍ତୁତି ମଜଭୁତ କରିବାର ଆବଶ୍ୟକତା ରହିଛି | ମିଳିଥିବା ସୂଚନା ଅନୁଯାୟି ଇଟାଳିରୁ ଆସିଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ କରନା ଭୁତାଣୁ ପଜିଟିଭ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଥିବା ବେଳେ ଗତକାଲି ଭାରତ ଆସିଥିବା ୨୧ ଜଣ ଇଟାଲୀୟ ପର୍ଯ୍ୟଟକଙ୍କ ପରୀକ୍ଷା କରାଯାଇଥିଲା | ହେଲେ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ କ୍ଷେତ୍ରରେ କରୋନା ପଜିଟିଭ ମିଳିଥିବା ଆଶଙ୍କା କରାଯାଉଛି | ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହଁ ହର୍ଷବର୍ଦ୍ଧନ ଏହାରି ଉପରେ ଗୁରୁତ୍ତ୍ୱପୂର୍ଣ ବୈଠକ ନେଉଥିବା ବେଳେ ଗହଳି ଭିଡ଼ରୁ ଦୁରେଇ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି | ନିଜେ ଏଥର କୌଣସିହୋଲି ମିଳନ ପାଳିବେ ନାହିଁ ବୋଲି ଘୋଷଣା କରିଛନ୍ତି | 

ଭାରତରେ ଦୁଇ କୋରୋନା ରୋଗୀ ଚିହ୍ନଟ ହୋଇଥିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ  ଗତକାଲି ଏ ପ୍ରସଙ୍ଗରେ ନେଇଥିଲେ  ସମୀକ୍ଷା ବୈଠକ | କୋରୋନା ଭୁତାଣୁ ରୋଗର ମୁକାବିଲା କରିବା ପାଇଁ କି ପ୍ରକାର ପ୍ରସ୍ତୁତି ଗ୍ରହଣ କରାଯାଇଛି ତାହାରି ଉପରେ ସବିଶେଷ ତର୍ଜ୍ଜମା କରିଥିଲେ  ବିଭିନ୍ନ ମନ୍ତ୍ରଣାଳୟର ପଦାଧିକାରୀମାନଙ୍କ ସହ | ଆଉ ଏ ବିଷୟ ଏକ ଟୁଇଟ ମାଧ୍ୟମରେ ପ୍ରକାଶ କରିବା ସହ କୋରୋନାଜେ ମୁକାବିଲା କରିବା ପାଇଁ  ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି | ବିଦେଶରୁ ଭାରତରେ ପହଂଚିବା ମାତ୍ରକେ ସେମାନଙ୍କ ସ୍କ୍ରିନିଙ୍ଗ ଠାରୁ ଆରମ୍ଭ କରି ଡାକ୍ତରୀ ଚିକିତ୍ସା ପର୍ଯ୍ୟନ୍ତ ଯେପରି ସତର୍କତାର ସହ ହୋଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଟୁଇଟରେ ଉଲ୍ଲେଖ କରିଥିଲେ | 

ଏହା ସହିତ ସତର୍କ ରହିବା  ପାଇଁ ଦେଶବାସୀଙ୍କ ଅନୁରୋଧ କରିବା ସହ କିଛି ପରାମର୍ଶ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ଜାରି କରିଥିବା ମାର୍ଗଦର୍ଶିକାରେ କୌଣସି ପ୍ରକାରେ ଭୟଭୀତ ନହେବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି | ସମସ୍ତେ ମିଶି ଏକାଠି ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ କହିବା ସହ କିଛି ସୁସ୍ଥ ଅଭ୍ୟାସ ହଣା ସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି | ନିଜ ହାତକୁ ବାରମ୍ବାର ସଫା କରିବା, ସାମାଜିକ ଦୂରତା ବଜାୟ ରଖିବା , ଆଖି ନାକ ପାଟିକୁ ଛୁଇଁବା ଅଭ୍ୟାସରୁ ବିରତ ରହିବା, କାଶିବା ଛୀଙ୍କିବା ବେଳେ ନିଜ ମୁହଁକୁ ଟିସୁ ପେପର ବା ରୁମାଲ ରେ ଆବୃତ କରିବା, କାଶ-ଜର ଆଉ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କଲେ ତୁରଙ୍କ ଡାକ୍ତରଙ୍କ ସହାୟତା ନେବା ଓ ସଚେତନ ରହିବ ସହ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ପରାମର୍ଶକୁ ପାଳନ କରିବା ଆଦି ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରିଛନ୍ତି | 

ଆଜି ଆଣି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟି କେନ୍ଦ୍ର  ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ କରୋନା ଉପରେ ଗୁରୁତ୍ତ୍ୱପୂର୍ଣ ବୈଠକ ନେଉଥିବା ବେଳେ ଗହଳି ଭିଡ଼ରୁ ଦୁରେଇ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି | ନିଜେ ଏଥର କୌଣସିହୋଲି ମିଳନ ପାଳିବେ ନାହିଁ ବୋଲି ଘୋଷଣା କରିଛନ୍ତି | ଆଜି ଏକ  ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ  "ବିଶ୍ୱସ୍ତରର ବିଶେଷଜ୍ଞ ମାନେ କରୋନା ସଂକ୍ରମଣ ରୋକିବା ବା ନିରାପଦ ରହିବା ପାଇଁ ଗହଳି ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି |ତେଣୁ ମୁ ଏ ବର୍ଷ କୌଣସି ହୋଲି ମିଲନ ରେ ଅଂଶ ଗ୍ରହଣ କରିବି ନାହିଁ | " 

ସୂଚନା ଯୋଗ୍ୟ ଯେ ଭାରତରେ କୋରୋନା ଭୁତାଣୁ ଚିହ୍ନଟ ସମ୍ପର୍କରେ ଶାସକ ପ୍ରଶାସକରେ ଖବର ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲା ବିଜେପୁରର ସମାଜିକ କର୍ମୀ ଦିବସ ସାହୁ ସେ ଖବର ଉପରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ଏ ଉପରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ |

ଆମେ ଏଠି ମନେପକାଇ ଦେଇପାରୁ,  ଦୁଇଦିନ ତଳେ   ଖୋଦ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସୂଚନା ଦିଆ ଯାଇଥିଲା ଯେ  nCoV19କରୋନା ଭୁତାଣୁ ଭାରତରେ ଚିହ୍ନଟ କରାଯାଇଛି | ମନ୍ତ୍ରଣାଳୟ ପକ୍ଷରୁ ପିଆଇବି ମାଧ୍ୟମରେ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ଯେ  ଯେ ନୂଆ ଦିଲ୍ଲୀରେ ଜଣକ ଦେହରେ  nCoV19କରୋନା ଭୁତାଣୁ ଚିହ୍ନଟ ହୋଇଛି, ଯେ କି ଇଟାଲୀରୁ ଫେରିଛନ୍ତି | ଆଉ ଗୋଟିଏ ତେଲେଙ୍ଗାନାରୁ ଚିହ୍ନଟ ହୋଇଛି, ଯେ କି ଦୁବାଇରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି |

0
0
0
s2sdefault