ହେଡଲାଇନସ୍:

ଏମ୍ସର ଓଡ଼ିଆ ବିରୋଧୀ ମାନସିକତା : ପ୍ରତିବାଦ ଜଣାଇଲା ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟି ପ୍ରତିବାଦ ଜଣାଇଲେ ସାଂସଦ ଓ ବିଧାୟକ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପଠାଇଲେ ଦାବିପତ୍ର 

ଭୁବନେଶ୍ୱର(ଶାସକ ପ୍ରଶାସକ) ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)। ଇଂରାଜୀ ବ୍ୟତୀତ ହିନ୍ଦୀ ଭାଷାକୁ ମେଡିକାଲ କାର୍ଯ୍ୟାଳୟରେ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ କର୍ମଚାରୀମାନଙ୍କ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଜାରି କରିଥିବା ନିର୍ଦ୍ଦେଶନାମାକୁ ବିରୋଢା କରିଛି ବିଜୁ  ଜନତା ଦଳ |  କେନ୍ଦ୍ର ସରକାରଙ୍କ ସରକାରୀ ଭାଷା ଅଧିନିୟମ ୧୯୭୬ ଅନୁଯାୟୀ, ଏଣିକି ମେଡିକାଲ କର୍ମଚାରୀମାନେ ହିନ୍ଦୀ ଭାଷାରେ ଚିଠି ପ୍ରସ୍ତୁତ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯାହାକୁ ନେଇ ବିଜେଡିର ପୁରୀ ସାଂସଦ ତଥା ଦଳର ସଂସଦୀୟ ଦଳ ନେତା (ଲୋକସଭା) ପିନାକୀ ମିଶ୍ର ଘୋର ଆପତ୍ତି ଉଠାଇଛନ୍ତି। ଏହି ମର୍ମରେ ବିଜେଡିର ଏକ ପ୍ରତିନିଧି ଦଳ ଏମ୍ସ ଯାଇ ତାହାର ନିର୍ଦ୍ଦେଶକଙ୍କୁ ଉପରକ୍ତ ଚିଠିର ପୁନର୍ବିଚାର କରି ଓଡିଶା ବାସୀଙ୍କ ସୁବିଧା ପାଇଁ ଓଡ଼ିଆ ଭାଷାର ବ୍ୟବହାର କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି | କେବକ ସେତିକି ନୁହେଁ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରେରଣ କରାଯାଇଛି |  

ଉକ୍ତ ଦାବି ପତ୍ରରେ କୁହାଯାଇଛି ଯେ ଓଡିଶା ଭାଷା ଭିତ୍ତିରେ ଗଠିତ ହୋଇଥବା ପ୍ରଥମ ରାଜ୍ୟ | ଓଡିଶା ଭିତରେ ଓଡ଼ିଆ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା କେହି ବ୍ୟକ୍ତି ବା ଅନୁଷ୍ଠାନ  ଆମ ମାତୃଭାଷାକୁ କଣ ଠେସା କରିବା ଆମେ ବରଦାସ୍ତ କରିପାରିବୁ ନାହିଁ | ହେଲେ ଏମ୍ସରେ ହିନ୍ଦୀ ଭାଷାକୁ ଲଦି ଦେଇ ଓଡ଼ିଆ ଭାଷା ଓ ଓଡ଼ିଆଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରାଯାଇଛି | ଆମେ ଏହି ସ୍ମାରକପତ୍ର ମାଧ୍ୟମରେ ତାହାର ଦୃଢ ବିରୋଧ କରୁଛୁ | ଏହା ଏମ୍ସକୁ ଚିକିତ୍ସା ପାଇବାକୁ ଆସୁଥିବା ହଜାର ହଜାର ଓଡ଼ିଆ ରଜଙ୍କ ସ୍ୱାର୍ଥର ପରିପନ୍ଥୀ ବୋଲି ବିଜେଡି ପକ୍ଷରୁ ଦିଆଯାଇଥିବା ଦାବୀପତ୍ରରେ କୁହାଯାଇଛି |

ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟି ଦାବିପତ୍ର ଦେଇଥିବା ପ୍ରତିନିଧି ଦଳରେ ସଂସଦ ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ, ଅମର ପଟନାୟକ,ଶର୍ମିଷ୍ଠା ସେଠି,  ଅନୁଭବ ମହାନ୍ତି, ଡ଼ ସସ୍ମିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନାଓ ସୁଶାନ୍ତ ରାଉତ ସାମିଲ ଥିଲେ | 

ବିଜୁ ଜନତା ଦଳ ସାଂସଦ ଶ୍ରୀ ମିଶ୍ର କହିଛନ୍ତି, ମାତୃଭାଷା ଓଡ଼ିଆକୁ ଏପରି ଅଣଦେଖା କରିଥିବା ଭୁବେନଶ୍ବର ଏମ୍‌ସ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଆଦୌ ବରଦାସ୍ତ କରାଯିବନି। ଏହି ନିର୍ଦ୍ଦେଶନାମାକୁ ବଦଳାଇବାକୁ ନେଇ କେନ୍ଦ୍ର ସରକାରଙ୍କ ଆଗରେ ଦୃଢ଼ ଦାବି ରଖାଯିବ। ଯେହେତୁ ଓଡ଼ିଶାର ଲୋକମାନେ ନିଜ ମାତୃଭାଷାରେ ଅଭ୍ୟସ୍ତ ଓ ପରିଚିତ; ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ରୋଗୀ ଓ କର୍ମଚାରୀଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନରେ ବାଧା ସୃଷ୍ଟି କରିବ ବୋଲି ଦର୍ଶାଇ ଶ୍ରୀ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। 

 ସୂଚନାଯୋଗ୍ୟ ଯେ  ଏମ୍‌ସର ଉପନିର୍ଦ୍ଦେଶକ (ପ୍ରଶାସନ) ପି.କେ ରାୟଙ୍କ ହସ୍ତାକ୍ଷରରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ ମେଡିକାଲର ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବେ |  ସବୁ ଫାଇଲପତ୍ରରେ ହିନ୍ଦୀ ଭାଷାରେ ଲେଖିବେ। ରୋଗୀସେବା ପାଇଁ ବ୍ୟବହାର ହେଉଥିବା ରେଜିଷ୍ଟାର୍‌ଗୁଡ଼ିକର ହିନ୍ଦୀରେ ନାମକରଣ କରିବେ | ଏହା ସହ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପ୍ରବେଶିକା ଫର୍ମକୁ ବି ହିନ୍ଦୀରେ ଲେଖାଯିବ। ସେହିପରି ପ୍ରଶାସନିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିବା ନୋଟ୍‌ସିଟ୍‌ରେ ଅନ୍ତତଃ ୩୦% ହିନ୍ଦୀରେ ଲେଖାହେବ । ୫୫% ଚିଠିପତ୍ର ହିନ୍ଦୀରେ ଲେଖାହେବ। ହିନ୍ଦୀ ଓ ଇଂରାଜୀ ଭାଷା ସମ୍ବଳିତ ଫର୍ମଗୁଡ଼ିକରେ ହିନ୍ଦୀରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିନ୍ଦୀ ଭାଷାରେ ଲେଖାହୋଇ ଆସିଥିବା ଚିଠି ପାଇଁ କେବଳ ହିନ୍ଦୀ ଭାଷାରେ ହିଁ ଉତ୍ତର ଲେଖାହେବ। ଏପରିକି ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ବୈଠକରେ ହିନ୍ଦୀରେ ଆଲୋଚନା କରିବା ସହ ଏହାର ବିବରଣୀ  ମଧ୍ୟ ହିନ୍ଦୀରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  | 

0
0
0
s2sdefault