ହେଡଲାଇନସ୍:

ମାରିନେଲେ ମହାପାତ୍ରେ ଚାହିଁଥିଲେ ଜଳକା :ବେପାରରେ ମୋହରା ହେଲେ ୬ ଘୋଡା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କଂଗ୍ରେସରେ ଘାଇ ଫିଟିଲା ଆଉ ଧୋଇ ନେଲା ଅଧା 

  • ବିଜେପିର ହୁଇପରେ "ସି " କଲେନି ଦୁଇ ସଭ୍ୟ 

  • ପତିଆରା ଜାହିର କଲେ ଭାସ୍କର ଓ ସୁଧୀର, 

  • ଇଏ ବିଜେପି କଂଗ୍ରେସ ନେତୃତ୍ୱଙ୍କ ଅପାରଗତା ନ ସଲାକୁସ୍ତି !

ରାୟଗଡ(ସରୋଜ ସାହୁ) : କଂଗ୍ରେସ ଥିଲା ୧୧ | ବିଜେଡି ଥିଲା ୭ ଆଉ ବିଜେପି ଥିଲା ୪ | କଂଗ୍ରେସରୁ ଜଣକର ପ୍ରାଣହାନୀ ହେଲା, ରହିଲେ ଆଉ ୧୦ | ତେଣୁ ମୋଟ ସଭ୍ୟସଂଖ୍ୟା ୨୨ରୁ ଭୋଟ ହେଲେ ଭୋଟ ପଡିବା କଥା ୨୧ | ବିଜେପିର ହୁଇପ ହେଲା | ତେଣୁ ୪ ଭୋଟ କଟିଗଲା ପରେ ଭୋଟ ପଡିବା କଥା ୧୭ | ହେଲେ ଭୋଟ ହେଲା | ବିଜେଡି ପାଇଲା ୧୩ କଂଗ୍ରେସ ପାଇଲା ୫ ଆଉ ଗୋଟେ ନାକଚ | ମାନେ ଭୋଟିଂ ହେଲା ୧୯ | ମାନେ ଜଳ ଜଳ ବିଜେପିରୁ ୨ ଘୋଡା ହେଲେ ! ଆଉ ସେ ଦିଜଣ କୁଆଡେ ଭୋଟିଂକୁ ସାମନା ପଟେ ନ ଆସି ପାଚେରୀ ଡେଇଁ ପଛବାଟ ଆସିଥିଲେ | ମାନେ କି ପ୍ରକାର ଜୋସ ଖାଇଛନ୍ତି ବା ଖୁସି ହେଇଛନ୍ତି !! ୟା ମାନେ ସବୁଠାରୁ ଶୃଙ୍ଖଳିତ ଦଳ ବୋଲି ଦାବି କରୁଥିବା ବିଜେପି ରାଜ୍ୟ ନେତୃତ୍ୱ ଜାରି କରିଥିବା ହୁଇପକୁ ପରିଶ୍ରା ବି କଲେ ନାହିଁ | ତାପରେ ଯିବା କଂଗ୍ରେସକୁ | କଂଗ୍ରେସ ୧୦ ପାଇବା ବଦଳରେ ପାଇଲା ୫ | ଭୋଟ ଦେବାକୁ କଂଗ୍ରେସର ୧୦କୁ ୧୦ ଯାଇଥିଲେ |  ମାନେ ୫ ଘୋଡା ହେଲେ କଂଗ୍ରେସରୁ | ଆଉ କଂଗ୍ରେସର ନାକଚ ହୋଇଥିବା ଭୋଟଟି ବି ଘୋଡା | ମୋଟାମୋଟି ଭାବେ କଂଗ୍ରେସର ୪ ଆଉ ବିଜେପିର ୨ ଘୋଡାରେ ଚଢି ବିଜେଡି କଂଗ୍ରେସ କବ୍ଜାରେ ଥିବା ରାୟଗଡ଼  ଦୁର୍ଗ(ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ)  ଦଖଲ କରିଛି | ପୁରୁଣା ପରାଜୟର ବଦଲା ନେଇଛନ୍ତି ଭାସ୍କର ରାଓ ଆଣ୍ଡ କୋ ଗତକାଲିର ଉପ ନିର୍ବାଚନରେ  | ଜିଲ୍ଲା ପରିଷଦ ନିର୍ବାଚନ ବେଳେ ବହୁ ଉଦ୍ୟମ କରି ଓ ଅଧ୍ୟକ୍ଷପଦ କଂଗ୍ରେସ ଜିତିଥିବା ବେଳେ ଫଳକୁ ଅହେତୁକ ବିଳମ୍ବ କରି , କିଣାବିକା ଉଦ୍ୟମ କରି ବିଫଳ ହୋଇଥିଲେ ବିଜେଡି | ସେତେବେଳେ କଂଗ୍ରେସ ଜିଲ୍ଲା ନେତୃବୃନ୍ଦଙ୍କ ଏକତା ଓ ଜିଦ ସର୍ବୋପରି ନିର୍ବାଚନ କମିଶନଙ୍କ ଆଗରେ ତତ୍କାଳୀନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଂକ ବଳିଷ୍ଠ ଯୁକ୍ତି ତଥା ଅନଶନ ଧମକର ପରିଣତି ସ୍ୱରୂପ  ଫଳାଫଳ ଅଟକାଇ ରଖିଥିବା ଜିଲା ପ୍ରଶାସନ ଭୋଟ ଫଳ ଘୋଷଣା କରିଥିଲା |  ବିଜେଡ଼ିକୁ ନିରାଶ ହେବାକୁ ପଡିଥିଲା | ହେଲେ ଉପନିର୍ବାଚନରେ ସୁଧ ମୂଳ କରି ବଦଲା ନେଇଛି ବିଜେଡି | ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି | ବିଜେପି ଆଉ କଂଗ୍ରେସ ବିଜେଡ଼ିକୁ ଦୋଷ ଦେଇଛନ୍ତି ଅର୍ଥ ଓ ସରକାରୀ କଳ ପ୍ରୟୋଗ କରି ବିଜେଡି ଏ ପଦ ହାତେଇଲା | ହେଲେ ବିଜେଡ଼ିକୁ ଦୋଷ ଦେଇ ଲାଭ କଣ ! ରାଜନୀତିରେ "ଜୋ ଜିତା ୱହି ସିକନ୍ଦର " | ବିକ୍ରି ନହେବାକୁ ଚାହିଁଲେ କିଣିବା ବା କିଏ ! ତୁମେ ଦର ଫିକ୍ସ କରି ବସିଛ, କିଏ କିଣିଲା ! କିଣିବା ଲୋକର ଦୋଷ କଣ ରାଜନୀତିର ଜୁଆ ଖେଳରେ | ହାତର ସୁନା ବେଙ୍ଗି, ବଣିଆକୁ ଦୋଷ ଦେଇ ଲାଭ ବା କଣ !  ଦଳର ନିର୍ବାଚିତ ପ୍ରତିନିଧି ଅନ୍ୟ ଦଳକୁ ସମର୍ଥନ କରିବା,  ଦଳ ନେତୃତ୍ୱ ପ୍ରତି ଅନାସ୍ଥା ବା ବ୍ୟକ୍ତିଗତ ସ୍ୱାର୍ଥ ହୋଇପାରେ | ଫଳର ଦୁଇଟି ଦିଗ | ପ୍ରଥମତଃ ନିଜ ଦଳର ସଭ୍ୟଙ୍କୁ ସୁରକ୍ଷା ଓ ବିଶ୍ୱାସ ଦେଇ ନରଖିପାରିବା   କଂଗ୍ରେସ-ବିଜେପିର ନେତୃତ୍ତ୍ୱଗତ ଅପାରଗତା, ଯାହା ବାହାରକୁ ଦେଖାଯାଉଛି  | ନଚେତ ବିଜେଡି ସହ କଂଗ୍ରେସ-ବିଜେପିର ସଲାକୁସ୍ତି ଯାହା ବାହାରକୁ ଦେଖା ନଯାଇ ଗୋପନ ଅଛି | ନହେଲେ ଦଳର ଅଧା ଅଧା ସଭ୍ୟ ଦଳ ଛାଡି ଅନ୍ୟକୁ ଭୋଟ ଦେବେ କେମିତି | ଏହି ସଫଳତା ପରେ ସାଂସଦ ଭାସ୍କର ରାଓ ଓ ଜିଲ୍ଲା ସଭାପତି(!) ସୁଧୀର ଦାସ ସେମାନଙ୍କ  ରାଜନୈତିକ ପତିଆରା ପ୍ରମାଣିତ କରିଛନ୍ତି |

 ରାୟଗଡ ଜିଲ୍ଲା ପରିଷଦର ସଭାପତି ପଦ ପାଇଁ ଉପନିର୍ବାଚନରେ ସଭାପତି ପଦ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ପରିଷଦ ରାୟଗଡ ଏ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ନାମାଙ୍କନ ପତ୍ର ଦାଖଲ କରି ରାଜନୈତିକ ରଣାଙ୍ଗାନାକୁ ଓହ୍ଲାଇଥିବା ବେଳେ କଂଗ୍ରେସ ତରଫରୁ କୋଲନରା ବି ଜୋନର ଜିଲ୍ଲା ପରିଷଦ ସଭ୍ୟ ଆଶୁତୋଷ କିଲାକା ମଇଦାନରେ ମୂଖ୍ୟ ପ୍ରତିଦ୍ୱାନ୍ଦି ଭାବେ ଉଭା ହୋଇଥିଲେ । ପୂର୍ବ ସୂଚନା ମୁତାବକ ଭାରତୀୟ ଜନତା ପାର୍ଟି ତରଫରୁ ଉକ୍ତ ଉପନିର୍ବାଚନରେ ଅଂଶ ଗ୍ରହଣ ନକରିବା ପାଇଁ ହ୍ୱିଇପ ଜାରି କରାଯାଇଥିଲା । ପୂର୍ବାହ୍ନରେ ଭୋଟ ଗଣତି ହୋଇଥିଲା ଏବଂ ୧୯ ଜଣ ଜିଲ୍ଲା ପରିଷଦ ସଭ୍ୟ ନିଜର ଭୋଟ ଦେଇଥିବା ଜଣାପଡିଥିଲା । ମୋଟ ୧୯ ଗୋଟି ଭୋଟ ମଧ୍ୟରୁ ୧୩ଟି ଭୋଟ ବିଜୁ ଜନତା ଦଳର ପ୍ରାର୍ଥୀ ଗଙ୍ଗାଧର ପୁଆଲାଙ୍କ ସପକ୍ଷରେ ପଡିଥିବା ବେଳେ ୫ ଟି ଭୋଟ କଂଗ୍ରେସକୁ ମିଳିଥିଲା ଓ ଗୋଟିଏ ଭୋଟ ନାକଚ ହୋଇଯାଇଥିଲା । ଫଳରେ ୧୩ ଗୋଟି ଭୋଟ ହାତେଇ ବିଜୁ ଜନତା ଦଳ ପ୍ରାର୍ଥୀ ଗଙ୍ଗାଧର ପୁଆଲା ନିର୍ବାଚନରେ ବିଜୟ ଲାଭ କରିଥିବାରୁ ବିଜୁ ଜନତା ଦଳ ଶିବିରରେ ଆନନ୍ଦର ଲହରି ଖେଳି ଯାଇଥିଲା । ଉପ-ନିର୍ବାଚନରେ ବିଜୟ ଲାଭ କରିବା ପରେ ଗଙ୍ଗାଧର ପୁଆଲା ନିଜର ବିଜୟ ପାଇଁ ସମସ୍ତ ଶ୍ରେୟ ଦଳ ଏବଂ ଏହାର ନେତୃବର୍ଗଙ୍କୁ ଦେଇଛନ୍ତି । ତାଙ୍କୁ ଦଳର ନେତୃବୃନ୍ଦ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଏକ ପ୍ରଶ୍ନର ଉତରରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା କହିଥିଲେ ଯେ, ଜିଲ୍ଲାର ଲାଗିରହିଥିବା ବିଭିନ୍ନ ସମସ୍ୟାର ସାମୁହିକ ବିକାଶ ଉପରେ ଗୁରୁତ୍ୱ ଦେବା ସହ ଆଦିବାସୀ ଅଧୁ୍ୟସିତ ଅଂଚଳରେ ଅସମାହିତ ହୋଇ ରହିଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ସମୟୋଚିତ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଥିଲେ । ୬ ଖଣ୍ଡ ଅଧିକା ଭୋଟ ପାଇ ଶ୍ରୀ ପୁଆଲା ପଦବୀ ହାତେଇ ନେଇଛନ୍ତି । କଂଗ୍ରେସ ଦଳର ୧୦ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ଗଙ୍ଗାଧର ପୁଆଲାଙ୍କୁ ୪ ଜଣ ସଭ୍ୟ ଓ ଭାରତୀୟ ଜନତା ପାର୍ଟି ହ୍ୱିପ ଜାରି କରିଥିବା ସତ୍ୱେ ୪ ଜଣ ସଭ୍ୟଙ୍କ ମଧ୍ୟରୁ ୨ ଜଣ ସଭ୍ୟ ଜାରି ହୋଇଥିବା ହ୍ୱିଇପକୁ ଅମାନ୍ୟ କରି ଶ୍ରୀ ପୁଆଲାଙ୍କ ସପକ୍ଷରେ କ୍ରସ ଭୋଟିଙ୍ଗ କରିଥିବା ଜଣାପଡିଛି । ଏଣୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଶିବିରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଜୁ ଜନତା ଦଳ ଶିବିରରେ ଆନନ୍ଦର ଲହରି ଖେଳିଯାଇଛି । ଏହି ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପରିଚାଳନା ଦାୟୀତ୍ୱ ଭାର ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ସେ ଅତି ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିଥିବା ବେଳେ ପରିଶେଷରେ ଫଳାଫଳ ଆନÂାନିକ ଭାବେ ଘୋଷଣା କରିଥିଲେ । ଉକ୍ତ ନିର୍ବାଚନ ନେଇ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇ ଜିଲ୍ଲା ପ୍ରଶାସନକୁ ନିନ୍ଦା କରାଯାଇଥିଲା । ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ସହଯୋଗରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଲାଭ କରିଥିବା କୁହାଯାଇଥିବା ବେଳେ ନବୀନ ସରକାରଙ୍କ ଦ୍ୱାରା ପ୍ରଣିତ ୫ଟି କୁ ସମାଲୋଚନା କରିଥିଲେ କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ସେହିଭଳି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟନାୟକ ମଧ୍ୟ ତାଙ୍କ ଦଳ ପ୍ରର୍ଥୀଙ୍କୁ ଅପହରଣ କରାଯାଇଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ ଏବଂ ଶାସକ ଦଳ ଓ ଏହାର ନେତା ମାନେ ଏହି ନିର୍ବାଚନକୁ ପ୍ରଶାସନିକ କଳକୁ ସଂପୁର୍ଣ୍ଣ ଭାବେ ବ୍ୟବହାର କରାଯାଇଥିବା କହି ଦୋଷାରୋପ କରିଥିଲେ । ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲାଙ୍କୁ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ପୂର୍ବତନ ଲୋକସଭା ସାଂସଦ ଝୀନ ହିକକା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମା ଯୋଜନାର ଉପଦେଷ୍ଟା ସୁଧୀର ଦାଶ ପ୍ରମୂଖ ଶୁଭେଛା ଜ୍ଞାପନ କରିଥିଲେ ।

0
0
0
s2sdefault