ହେଡଲାଇନସ୍:

ବିଜେଡିରେ ଯୋଗଦେଲେ ସୁନ୍ଦରଗଡ ଜିଲ୍ଲାର ବହୁ କର୍ମୀ ଓ ନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବବେଶ୍ୱର( ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ, ଲୋକପ୍ରିୟତା, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଦଳର ସ୍ଥାନୀୟ ନେତା ଓ କର୍ମକର୍ତ୍ତା ବିଜେଡିରେ ଯୋଗଦେଇଛନ୍ତି | ଆଜି ନବୀନ ନିବାସ ଠାରେ ଅନୁଷ୍ଠିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଜେପି, ଜେଏମଏମ ଓ କଂଗ୍ରେସ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦଳରେ ସ୍ୱଗତ କରିବା ସହ ସେମାନଙ୍କ ଯୋଗଦାନ ଦଳକୁ ସୁନ୍ଦରଗଡ ଜିଲ୍ଲାରେ ଅଧିକ ମଜଭୁତ କରିବ ବୋଲି ମତପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶ ଆଉ ସ୍ୱଚ୍ଛ ଶାସନ ସର୍ବୋପରି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ଆମେ ବିଜେଡିରେ ଯୋଗ ଦେଲୁ ବୋଲି କହିଛନ୍ତି ଆଜି ବିଜେଡିରେ ମିଶିଥିବା ସୁନ୍ଦରଗଡ ଜିଲ୍ଲାର ସ୍ଥାନୀୟ ନେତା ଓ କର୍ମୀମାନେ | 

0
0
0
s2sdefault