ହେଡଲାଇନସ୍:

ଦାୟିତ୍ବହୀନତା ନେଲା କୁନି ଝିଅର ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଦିବାସୀ ଛାତ୍ରୀ ନିବାସରେ ଛାତ୍ରୀଙ୍କ ମୃତ୍ୟୁ , ପ୍ରଧାନ ଶିକ୍ଷକଙ୍କୁ ଉତ୍ତରଦାୟୀ କଲେ ପରିବାର ସଦସ୍ୟ

  • ପ୍ରଧାନ ଶିକ୍ଷକ ଓ ରୋଷେୟାଙ୍କ କଥାରେ ତାଳମେଳ ରହୁନାହିଁ ।

  • ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ପରିବାର ସଦସ୍ୟ

 ବାରିପଦା (ଦିଲ୍ଲୀପ ମହାନ୍ତି)-  ଆଦିବାସୀ ଛାତ୍ରଛାତ୍ରୀଙ୍କ ବିକାଶ ତଥା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାରୀ ସ୍ତରରେ ଯୋଜନ| ପରେ ଯୋଜନା ପ୍ରଣୟନ କରି ରାଜକୋଷରୁ ପ୍ରତ୍ୟେକ ବର୍ଷ କୋଇ କୋଟି ଟଙ୍କା ବ୍ୟୟବରାଦ କରିଚାଲିଛନ୍ତି। କିନ୍ତୁ ସରକାରୀ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଖମଖିଆଲି  ମନୋଭାବ କାରଣରୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ପରିବର୍ତ୍ତନ ଆସିବା ପରିବର୍ତ୍ତେ ଅସମୟରେ  ନିରୀହ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଜୀବନ ଅସମୟରେ ଝଡ଼ି ଯାଉଥିବାର ଅଭିଯୋଗ ହେଉଛି  । ଏହାର ନଗ୍ନ ଉଦାହରଣ ପାଲଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ପଞ୍ଚାୟତ ର ପି.ପି ଉଚ୍ଚ ବିଦ୍ୟାଳୟର ୨୦୦ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ ର ଜଣେ ଅନ୍ତେବାସୀ ଙ୍କ ମୃତ୍ୟୁ ହୋଇଯାଇଥିବା ଘଟଣାରୁ । ମୃତ ଛାତ୍ରୀଙ୍କ ପରିବାର ସଦସ୍ୟମାନେ ଗଣମାଧ୍ୟମ ସମ୍ମୁଖରେ ଆଣିଥିବା ଅଭିଯୋଗ ଆଧାରରେ, ସାରସକଣା ଅଞ୍ଚଳର ନନ୍ଦ ସିଂଙ୍କ ଝିଅ ମିନତି ସିଂ (୧୨) ଧାଙ୍ଗିଡ଼ିଶୋଳ  ପି ପି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ।ଗତ କାଲି ଫେବୃଆରୀ ୧୬ରେ ହଠାତ ତାଙ୍କର ପେଟ ବ୍ୟଥା ହେଉଥିବା କଥା ହଷ୍ଟେଲ ଦାୟିତ୍ୱରେ ଥିବା ରୋଷେୟା  ମିିତାଲି ସୋରେନଙ୍କୁ ଜଣାଇଥିଲେ । କିନ୍ତୁ ତାଙ୍କ କଥାକୁ ଧ୍ୟାନ ଦେଇନଥିଲେ ରୋଷେୟା ଜଣକ । ତେବେ ଦୀର୍ଘ ସମୟ ପରେ ମିନତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଖରାପ  ହେବାରୁ ରୋଷେୟା ପ୍ରଧାନ ଶିକ୍ଷକ   ସୁବ୍ରତ ସାହୁଙ୍କୁ ଖବର ଦେଇଥିଲେ । ଖବରପାଇ ପ୍ରଧାନ ଶିକ୍ଷକ ସୁୁୁବ୍ରତ ଏବଂ ରୋଷେୟା ମିତାଲି ଛାତ୍ରୀ ମିନତୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପି ଆର ଏମ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମିନତୀଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମିନତିଙ୍କ ଶରୀର ଅସୁସ୍ଥ ଥିବା କଥା ପରିବାର ଲୋକଙ୍କୁ ଜଣାଯାଇ ନଥିବା ବେଳେ ତାଙ୍କ ମୃତ୍ୟୁ ପରେ ଘଟଣା ସଂପର୍କରେ ସୁଚନା ଦିଆଯିବା ସହ ସାପ କାମୁୁୁଡ଼ାରେ ମୃତ୍ୟୁ ହୋଇଛି ବୋଲି ଡାକ୍ତର କହୁଥିବାର 

ଅଭିଯୋଗ କରିବା ସଂଗେ ସଂଗେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବଡ ଭଉଣୀ ମମତା ସିଂ, ବଡ ବାପା ହାଁସୁ ସିଂ ପ୍ରମୁଖ ପରିବାରର ସଦସ୍ୟମାନେ । ଏହାବ୍ୟତୀତ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଅବହେଳା ଓ ଖାମାଖିଆଳି ମନୋଭାବ ପାଇଁ ନିଜ ଝିଅ ମିନତୀକୁ ଶେଷ ଥର ଦେଖି ନ ପାରିଥିବାରୁ ଦୁଃଖରେ ଭାଙ୍ଗି ପଡ଼ି ଥିବାର ଦେଖିବାକୁ ମିଳିଥିଲା । ଏବାବଦରେ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଛାତ୍ରୀ ମିନତୀ ସିଂଙ୍କୁ ମେଡ଼ିକାଲ ପଠାଇବା କଥା କହିଛନ୍ତି ପ୍ରଧାନ ଶିକ୍ଷକ ସୁବ୍ରତ । ଅନ୍ୟପଟେ ମିନତୀଙ୍କ ଶରୀର  ସକାଳୁ ଅସୁସ୍ଥ ଥିବା ବେଳେ ସନ୍ଧ୍ୟା ସମୟରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ବୋଲି ସ୍ବୀକାର କରିଛନ୍ତି ହଷ୍ଟେଲ ଦାୟିତ୍ୱରେ ଥିବା ରୋଷେୟା ମିିତାଲି ସୋରେନ । ବିଦ୍ୟାଳୟର ପ୍ରଧାନଶିକ୍ଷକ, ରୋଷେୟାଙ୍କ ବୟାନ ମଧ୍ୟରେ ତାଳମେଳ ରହୁନାହିଁ । ପୁଣି ଛାତ୍ରୀ ନିବାସରେ ୨୦୦ ଛାତ୍ରୀ ରହୁଥିବା ବେଳେ ସେମାନଙ୍କ ଭଲମନ୍ଦ ବୁଝାବୁଝି ପାଇଁ ମେଟ୍ରନ ଗତ ନଭେମ୍ବରରୁ ଆସୁନାହିଁ ଏବଂ ଏବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବାର ପ୍ରଧାନଶିକ୍ଷକ କହିଛନ୍ତି ।

           ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ମାଗଣାରେ ପାଠପଢା ସହ ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପ୍ରତି ଅବହେଳା ପ୍ରଦର୍ଶନ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା । ଯଦି କର୍ତ୍ତୃପକ୍ଷ ଙ୍କ ତରଫରୁ ଉଚିତ ସମୟରେ ଅନ୍ତେବାସୀ ଙ୍କୁ ଚିକିତ୍ସା କରାଯାଇଥାନ୍ତା , ହୁଏତ ହଷ୍ଟେଲ ରେ ରହୁଥିବା ଛାତ୍ରଛାତ୍ରୀ ଙ୍କ ଜୀବନ ରକ୍ଷାକରିବାରେ ସହାୟକ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି ।

0
0
0
s2sdefault