ଭୁବନେଶ୍ୱର,chakradhar majhi : ଗାଲୁଆଙ୍କ ବାରବାଟୀ ଚାଷ ପରି ନବୀନ ବାବୁ ଭୁବନେଶ୍ୱରକୁ ସିଙ୍ଗାପୁର ବୋଲି ଭାବି ମନ୍ତବ୍ୟ ରଖୁଛନ୍ତି । ସେମାନେ କେମିତି ସ୍ମାର୍ଟ ସିଟିରେ ଜୀବନଯାପନ କରୁଛନ୍ତି ତାହା ଭୁବନେଶ୍ୱରବାସୀ ଭଲ ଭାବେ ଅନୁଭବ କରୁଛନ୍ତି । ରାଜଧାନୀରେ ପିଇବା ପାଣି ନାହିଁ , ବିଜୁଳି ବି ସମସ୍ତଙ୍କ ପାଖରେ ପହଂଚି ନାହିଁ, ଟ୍ରାଫିକ ବ୍ୟବସ୍ଥା କଥା ନକହିବା ଭଲ, ଅସରାଏ ବର୍ଷାରେ ସହର ଜଳମଗ୍ନ ହେବା, ସ୍ୱେରେଜ ସିଷ୍ଟମର ଆଦି ବିଭିନ୍ନ ମୈାଳିକ ସୁବିଧାର ଅଭାବ ରହିଛି । ସେହିପରି ଗୋଟିଏ ମାତ୍ର ବଡ ଡାକ୍ତଖାନା ରହିଛି ଯାହାକି ବହୁ ଆଗରୁ ଅଛି । ସହରରେ ଆଇନ କାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ସାଧାରଣ ଲୋକଙ୍କ ଭରସା ପୋଲିସ ଉପରି ଉଠିଗଲାଣି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା ନକରି କେବଳ ମିଥ୍ୟା କହି ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିବାର ଅପଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି |
ବିଶ୍ୱର ୨୦ଟି ସହର ମଧ୍ୟରେ ଭୁବନେଶ୍ୱର ରହିବାରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ । ଇନଟେଲ କଂପାନୀ ଦ୍ୱାରା କେତୋଟି ସହରକୁ ନେଇ କରାଯାଇଥିବା ଏହି ସର୍ଭେ କରାଯାଇଥିଲା । ସ୍ମାର୍ଟସିଟିରେଭୁବନେଶ୍ୱର କାହା ସାଙ୍ଗରେ ପ୍ରତିଦ୍ୱନ୍ଦିତା କରି ଏହି ତାଲିକାରେ ଆସିନାହିଁ । ଯେହେତୁ ଭୁବନେଶ୍ୱରକୁ କେନ୍ଦ୍ର ସରକାର ସ୍ମାର୍ଟ ସିଟି ହିସାବରେ ନେଇ ବିକଶିତ କରିବାକୁ ବାଛିଛନ୍ତି, ସେଥିପାଇଁ ଗ୍ଲୋବାଲ ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ସବୁ ସମୟରେ କେନ୍ଦ୍ର ଅବହେଳା କହି ବିଭିନ୍ନ ପ୍ରସଙ୍ଗକୁ ଏଡାଇ ଚାଲିଥିବା ମୁଖ୍ୟମନ୍ତ୍ରୀ ଜାଣିବା ଦରକାର କି, କେବଳ କେନ୍ଦ୍ର ସରକାରଙ୍କ “ଲୁକ ଇଷ୍ଟ ପଲିସି ” ଯୋଗୁଁ ଭୁବନେଶ୍ୱର ଏ ତାଲିକାରେ ସ୍ଥାନ ପାଇଛି । ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି, ଭୁବନେଶ୍ୱର ବିଶ୍ୱର ୨୦ଟି ସହର ମଧ୍ୟରେ ୧୯ତମ ସ୍ଥାନ ପାଇଛି । ଗମନାଗମନ ସୁବିଧା, ଉପôାଦକକ୍ଷମତା ଏବଂ ସ୍ୱାସ୍ଥ୍୍ୟ ସେବାରେ ସବୁଠୁ ତଳେ ଅର୍ଥାତ ୨୦ ତମ ସ୍ଥାନରେ ରହିଛି । ସେହିପରି ସୁରକ୍ଷାରେ ୨୦ରୁ ୧୩ତମ ସ୍ଥାନରେ ଅର୍ଥାତ୍ ଆଭେରେଜରେ ୧୯ ତମ ସ୍ଥାନରେ ରହିଛି । ଯଦି ନବୀନ ବାବୁ ୨୦ ରୁ ୧୯ତମ ସ୍ଥାନରେ ରହି ନିଜକୁ ଗର୍ବିତ ବୋଲି ଭାବୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।