ବଲାଙ୍ଗିରର ସଂଜୀବ ପାଣିଗ୍ରାହୀ ହେଲେ ହାଇକୋର୍ଟ ବିଚାରପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଂଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ସଂଜୀବ ପାଣିଗ୍ରାହୀ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ଆସନ୍ତା ସୋମବାର ଦିନ ଶପଥ ନେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ୪ ମାସ ତଳେ କଲେଜିଅମ ଓଡିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କ ନାମ ସୁପାରିଶ କରିଥିଲା । ତେବେ ରାଜ୍ୟ ବାର କାଉନସିଲ ତାଙ୍କ ନିଯୁକ୍ତିକୁ ନେଇ ଆପତ୍ତି ଜାହିର କରିବାରୁ ସେ ସମୟରେ ତାଙ୍କ ଶପଥ ଗ୍ରହଣ ସ୍ଥଗିତ ରହିଥିଲା । ତେବେ ଆଜି ତାଙ୍କୁ ପୁଣି ଥରେ ବିଧିବଦ୍ଧ ଭାବେ ନିଯୁକ୍ତି ଦିଆଯାଇଛି ।

ସଂଜୀବଙ୍କ ନିଜ ଘର ବଲାଂଗୀର ସଦର ବ୍ଲକ ଅନ୍ତର୍ଗତ ବାରପୁଡଗିଆ ଗାଁରେ । ସେ ରାଜେନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢିବା ପରେ ଆଇନ ପାଠ ପଢିଥିଲେ । ଆଇନ ପାଠପଢ଼ା ସାରିବା ପରେ ସେ ସୁପ୍ରିମକୋର୍ଟ ରେ ଆଇନଜୀବୀ ଭାବେ ପ୍ରାକ୍ଟିସ ଜାରି ରଖିଥିଲେ  । ତାଙ୍କ ନିଯୁକ୍ତିକୁ ନେଇ ବଲାଙ୍ଗୀର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

0
0
0
s2sdefault