ହେଡଲାଇନସ୍:

ଦଶମ ଶ୍ରେଣୀ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ ) ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲରେ ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏଙ୍କ ସଭାପତିତ୍ଵରେ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀ ଚନ୍ଦ୍ରଭାନୁ ପଧାନ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ସୁନୀଲ ସିହ୍ନା, ଜିତେନ୍ଦ୍ର ପଣ୍ଡା,କାର୍ତ୍ତିକ ଦାଶ,ଗଙ୍ଗାଧର ମହାନ୍ତି, ରାଜେଶ ଖମାରୀ,କ୍ଷୀରସିନ୍ଧୁ ସୁନା,ପ୍ରଶାନ୍ତ ସାହୁ,ଅଭିଳାଷ ସାହୁ,ହରେକୃଷ୍ଣ ମେହେର ଛାତ୍ରମାନଙ୍କୁ ପରୀକ୍ଷା ତଥା ଜୀବନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପକ ତିୱାରୀ ,କୃଷ୍ଣଚନ୍ଦ୍ର ପଧାନ ଓ ପଦ୍ମନାଭ ବୁଡେକ  ସହଯୋଗ କରିଥିଲେ ।

0
0
0
s2sdefault