ଏକ ଦିନିଆ ଗଜପତି ଗସ୍ତରେ ବିଧାନସଭାରେ ଷ୍ଟାଣ୍ଡିଙ୍ଗ କମିଟି :ଉନ୍ନତ ମାନର ଶିକ୍ଷା ଉପରେ ଗୁରୁତ୍ୱାରୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି  ଗଜପତି ଜିଲ୍ଲା ଗ୍ରସ୍ତ କରି ଫେରିଛନ୍ତି । କମିଟିର ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଏବଂ ବିଧାୟକ ଶଙ୍କର ଓରାମ୍ ୨ଜଣଙ୍କ ସହ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଜିଲ୍ଲାର କେତେକ ଆଦର୍ଶ ବିଦ୍ୟାଳୟ , ପ୍ରାଇମେରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିକୁ ଯାଇ ସେଠାକାର ଭିତ୍ତିଭୁମି ପରଖିବା ସହ ଶିକ୍ଷାଦାନ ବ୍ୟବସ୍ଥାକୁ ଅନୁଧ୍ୟାନ କରଥିଲେ । 

ପରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମିକ୍ଷା ବୈଠକରେ ଯୋଗ ଦେଇ ଗଜପତି ଜିଲ୍ଲାରେ ଶିକ୍ଷାର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଆଦର୍ଶ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ଉନ୍ନତି ସହ ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

  ସେହିପରି ସରକାରୀ ପ୍ରାଇମେରି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକୀୟ ଉନ୍ନତି ଓ ଶିକ୍ଷାଦାନ ବ୍ୟବସ୍ଥାକୁ ଦ୍ୱିଗୁଣିତ କରି ଉତ୍ତମ ପରୀକ୍ଷା ଫଳ ଆଣିବାକୁ ପଡିବ । ଗଜପତି ଜିଲ୍ଲାରେ ରହିଥିବା ସମସ୍ତ ଛାତ୍ରବାସ ଗୁଡିକରେ ରହିଥିବା ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରି ଆବଶ୍ୟକୀୟ ଉନ୍ନତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ଜିଲ୍ଲାପରିଷଦ ସଭାପତି ଅନିତାରାଣୀ ବେହେରା , ଓଡ଼ିଶାର ଶିକ୍ଷା ବିଭାଗ ସଚିବ ଡଃ. ଅରୁଣ କୁମାର ତ୍ରିପାଠୀ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ , ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

0
0
0
s2sdefault