ହେଡଲାଇନସ୍:

୪ଜଣ ଜିଲ୍ଲାପାଳ କହିଥିଲେ ଅସୁରକ୍ଷିତ, ଏବେ କିନ୍ତୁ ସୁରକ୍ଷିତ : କଣ ଗୋଟେ ହେଇଥିବ !!1

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିବାଦୀୟ ଦ୍ ଲିଲାଜ୍ ମୁଭିଜ୍ ଟକିଜ୍ ଉଦ୍ଘାଟିତ, ମନୋରଂଜନ ସହ ଲୋକେ ନିଯୁକ୍ତି ପାଇବେ

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା ଖରିଆରରୋଡ ସହରର ବିବାଦୀୟ ଦ୍ ଲିଲାଜ୍ ମୁଭିଜ୍ ସିନେମା ଟକିଜ୍  ଉଦ୍ଘାଟିତ ହୋଇ ଯାଇଛି । ରାଜ୍ୟ ସରକାରଙ୍କ ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପୁରାତନ କୋଠାଗୃହରେ ସିନେମା ଟକିଜ୍ ନିର୍ମାଣ ହୋଇଥିବାରୁ ୪ ଜଣ ଜିଲ୍ଲାପାଳ ଅନୁମତି ଦେଇନଥିଲେ । ବର୍ତ୍ତମାନର ଜିଲ୍ଲା ପ୍ରଶାସନ ତାଙ୍କୁ ସେହି ପୁରାତନ କୋଠାଗୃହରେ ବିନା ମାନଦଣ୍ଡ ପୂରଣ ସତ୍ତ୍ୱେ  କେମିତି ଅନୁମତି ପ୍ରଦାନ କଲେ, ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଶେଷରେ ଦିର୍ଘ ୬ ବର୍ଷ ଧରି ଚାଲିଥିବା ବିବାଦୀୟ ଲିଲାଜ୍ ମୁଭିଜ୍ ଟକିଜ୍ ଉଦଘାଟିତ ହୋଇ ଯାଇଛି । 

      ରାଜ୍ୟ ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ର ଓ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ଦ୍ ଲିଲାଜ୍ ମୁଭିଜ୍ ଟକିଜ୍ ନିକଟରେପହଂଚି ଥିଲେ । ସହରବାସୀଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦି୍ ଲିଲାଜ୍ ମୁଭିଜ୍ ମାଳିକ ମନୋଜ ସକ୍ଲେଜାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଓ ବିଧାୟକ ଢୋଲକିଆ ସମ୍ମାନିତ ଅତିଥି ଭାବେ ଯୋଗ ଫିତା କାଟି ଟକିଜକୁ ଉଦ୍ଘାଟନ କରିଥିଲେ । ପରେ ଟକିଜ୍ ଭିତରେ ବସି କିଛି ସମୟ ଧରି ସିନେମା ଦେଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷା ଭଗବତୀ ପଟେଲ, ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ଶିକ୍ଷାବିତ୍ ଡ. ଶିବପ୍ରସାଦ ବେହେରା, ପିସିସି ସଦସ୍ୟ ହାଲ୍ଲା ସିଂ, ରାଜେନ୍ଦ୍ର ଜୈନ, ଯୁବ ବିଜେଡି ବିଧାନ ସଭା ମଣ୍ଡଳୀ ସଭାପତି ସୁଧିର ମିଶ୍ର, ମହେଶ ନିଆଲ, ଶେଖର ଜୈନ, ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । 

      ଦି ଲିଲାଜ୍ ମୁଭିଜ୍ ଟକିଜ୍ ଆରମ୍ଭ କରିବାକୁ ନେଇ ୬ ବର୍ଷ ଧରି ବିବାଦ ଲାଗି ରହିଥିଲା । ତତ୍କାଳୀନ  ଜିଲ୍ଲାପାଳ ସୁରକ୍ଷା ଦୃଷ୍ଟି କୋଣରୁ ପୁରାତନ କୋଠାଗୃହରେ ଟକିଜ୍ ନିର୍ମାଣ ହୋଇ ଥିବାରୁ ଏନଓସି ଦେଇନଥିଲେ । ପରବର୍ତ୍ତି ସମୟରେ ପୁନମ ଗୁହା , ମହମ୍ମଦ ସିଦ୍ଧିକ ଆଲମ, ଡ. ପୋମା ଟୁଡୁ ମଧ୍ୟ ଏନଓସି ଦେବାକୁ ମନା କରି ଦେଇଥିଲେ । ତେବେ ୬ ବର୍ଷ ପରେ ସହି ପୁରୁଣା କୋଠା ଗୃହକୁ ଜିଲ୍ଲା ପ୍ରଶାସନ କେମିତି ଏନଓସି ଦେଇ ଦେଲା, ତାକୁ ନେଇ ପ୍ରଶ୍ନ ଉଠିଛି । ୬ ବର୍ଷ ପୂର୍ବେ କୋଠାଗୃହ ଅସୁରକ୍ଷିତ ହୋଇଥିଲ, ଏବେ କେମିତି ସୁରକ୍ଷିତ ହୋଇଗଲା । ପୂର୍ବରୁ ଅଧିକାରୀ ମାନେ ତଦନ୍ତ କରି ଅସୁରକ୍ଷିତ ବୋଲି ରିପୋର୍ଟ ଦେଇଥିଲେ । ଏବେ କେଉଁ ଦୃଷ୍ଟିରୁ ତାହା ସୁରକ୍ଷିତ ହୋଇଗଲା । ଏଥିରେ ଜିଲ୍ଲା ପ୍ରଶାସନର ପ୍ରଶାସନିକ ଅଧିକାରୀ, ରାଜନେତା, ମନ୍ତ୍ରୀଙ୍କ ହାତ ନାହିଁ ତ ? ତକ୍ରାଳୀନ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ପୂର୍ତ୍ତ, ୱେସ୍କୋ ବିଭାଗର ଅଧିକାରୀ କୋଠାଗୃହକୁ ଅସୁରକ୍ଷିତ ବୋଲି ରିପୋର୍ଟ ଦେଇଥିଲେ । ଏବେ ସେହି ବିଭାଗର ଅଧିକାରୀ କେଉଁ ଆଧାରରେ ସୁରକ୍ଷିତ ଥିବା ରିପୋର୍ଟ ପ୍ରଦାନ କଲେ । ଆଜି ଦିର୍ଘ ୬ ବର୍ଷ ପରେ ବିବାଦୀୟ ଲିଲାଜ୍ ମୁଭିଜ୍ ଟକିଜ୍ ଉଦ୍ଘାଟିତ ହୋଇଛି । ତେବେ ପୁରୁଣା କୋଠାଗୃହରେ ଟକିଜ୍ ଆରମ୍ଭ କେତେ ସୁରକ୍ଷିତ ରହୁଛି, ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା । ଏନେଇ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ, ଆଜି ବିକାଶର ଆଉ ଏକ କଡ଼ି ଖରିଆରରୋଡ ସହିତ ଯୋଡ଼ି ହୋଇ ଯାଇଛି । ଜିଲ୍ଲାର ସମସ୍ତ ବୁଦ୍ଧିଜିବି, ନିର୍ବାଚିତ ପ୍ରତିିନିଧିଙ୍କ ଉପସ୍ଥିତିରେ ମନୋରଂଜନ କେନ୍ଦ୍ର ଖୋଳା ଯାଇଛି । ଏଥିରେ ୩୫ ଜଣ ଲୋକ ନିଯୁକ୍ତି ପାଇ ତାଙ୍କର ପରିବାର ଚଳିବ । ଏଭଳି ଛୋଟ  ପ୍ରୋସôହନ ଦେବାକୁ ରାଜ୍ୟ ସରକାରଙ୍କ ପ୍ରୟାସ ରହିଛି । ଆଗାମୀ ଦିନରେ ଏମିତି ଛୋଟ ଛୋଟ  ମାଧ୍ୟମରେ ଯୁବ ପିଢି ଅର୍ଥନିତିକ ଓ ସାମଜିକ ସ୍ଥିତିକୁ ସୁଦୃଢ କରିବେ ବୋଲି କହିଥିଲେ । ସେହିପରି ପୂର୍ବତନ ଜିଲ୍ଲାପାଳ ଜୟକୁମାର ଭି ଏହି ଟକିଜ୍କୁ ଏନଓସି ଦେବାକୁ ମନା କରି ଦେଇଥିଲେ ଓ ଏବେ କେମିତି ଏନ୍ଓସି ମିଲିଲା ବୋଲି ପ୍ରଶ୍ନ କରିବାରୁ, ଯାହା ସବୁ ଫାୟାର ଓ ବିଲ୍ଡିଂ ସାଇଡରୁ କରେକ୍ସନ କରିବା କଥା, ତାକୁ ଭଳ ଭାବେ ତର୍ଜମା କରି କରେକ୍ସନ କରିଛି । ସବୁ ଜିନିଷର କରେକ୍ସନ କରି ପରିବର୍ତ୍ତନ କରିବାରୁ ତାଙ୍କୁ ଟକିଜ୍ ଆରମ୍ଭ କରିବାକୁ ଅନୁମତି ମିଳିଛି ଓ ଏବେ ଥିଏଟର ବହୁତ ସୁନ୍ଦର ତିଆରି ହୋଇଛି । ଏଥିରେ ଲୋକଙ୍କ ମନୋରଂଜନ ହେବା ସହ ଲୋକେ ନିଯୁକ୍ତି ପାଇବେ ବୋଲି କହିଥିଲେ ।      

 

 

0
0
0
s2sdefault