ହେଡଲାଇନସ୍:

ଓଡିଶା ସରକାରଙ୍କ  "୫-ଟି  ଓ ମୋ ସରକାର" କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାସନାଲ ଡିଫେନ୍ସ କଲେଜ ପ୍ରତିନିଧି ଦଳ 

 ଭୁବନେଶ୍ୱର(ଶାସକ ପ୍ରଶାସକ) :  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନ୍ୟାସନାଲ ଡିଫେନ୍ସ କଲେଜ ପ୍ରତିନିଧି ଦଳ | ଓଡ଼ିଶାର ସାମାଜିକ ଓ ରାଜନୈତିକ ବାତାବରଣ, ଶାସନ ବ୍ୟବସ୍ଥା ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ  ଏୟାର ଭାଇସ ମାର୍ଶାଲ ବି ଭି ଉପାଧ୍ୟାୟଙ୍କ ନେତୃତ୍ୱରେ ୫ ଦିନିଆ ଓଡିଶା ଗସ୍ତରେ ଆସିଥିବାଏହି ପ୍ରତିନିଧି ମଣ୍ଡଳୀ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ୫-ଟି  ଓ ମୋ ସରକାର କାର୍ଯ୍ୟକ୍ରମ ଭୁୟସୀ ପ୍ରଶଂସା କରିଥିଲେ | ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସେବା ଜୋଗାଇଦେବା ପାଇଁ ନିଆଯାଇଥିବା ପ୍ରଭାବଶାଳୀ ପଦକ୍ଷେପ ଲ୍ୟାଣ୍ଡ ରେକର୍ଡ ର ଅଟୋମେସନ ଓ ଡିଜିଟାଇଜେସନ ବ୍ୟବସ୍ଥା ବିଷୟରେ ଜାଣି ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ | 

ଏହି ପ୍ରତିନିଧି ମଣ୍ଡଳରେ ପ୍ରତିରକ୍ଷା- ପ୍ରଶାସନିକ ସେବାର ୧୪ଜଣ ବରିଷ୍ଠ ପଦାଧିକାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୪ ବିଦେଶୀ ପ୍ରତିନିଧି  ଦୁଇ ଜଣ ମହିଳା ଅଧିକାରୀ (ଜଣେ ଆଇପିଏସ ଆଉଜଣେ ଆଇଆରଏସ)ସାମିଲ ଅଛନ୍ତି |

0
0
0
s2sdefault