କୁଚିଣ୍ଡା (ଶାନ୍ତନୁ ବେହେରା) ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଂଟିଆ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସୁପ୍ରିମକୋର୍ଟର ଆନ୍ଦୋଳନ ନେଇ କଟକଣା ପରେ ପଶ୍ଚିମ ଓଡ଼ିଶାର ଓକିଲମାନେ ଏକଜୁଟ ହୋଇ ବନ୍ଦରେ ସାମିଲ ହୋଇଛନ୍ତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘ ତରଫରୁ ଏହି ବନ୍ଦ ସଂକ୍ରାନ୍ତରେ ପୂର୍ବରୁ ଘୋଷଣା କରାଯାଇଥିବାରୁ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ଏହାକୁ ସମର୍ଥନ କରିଥିବା ଦେଖାଯାଇଛି। ଆଜି ଏହି ବନ୍ଦରେ ସାମିଲ ହୋଇଛି କୁଚିଣ୍ଡା ଓକିଲ ସଂଘ | ସଂଘ ତରଫରୁ ହାଇକୋର୍ଟ ବେଞ୍ଚ ଦାବୀ ନେଇ ବନ୍ଦ ପାଳନ ହୋଇଛି | ସକାଳୁ ଓକିଲ ମାନେ ବୁଲି ବୁଲି ଦୋକାନ, ଗାଡି ମୋଟର ସବୁ ବନ୍ଦ କରିଛନ୍ତି | ଯାନବାହାନ ଚଳାଚଳ ବନ୍ଦ ଥିବାରୁ ରାସ୍ତାରେ ବହୁତ ଗାଡି ଛିଡା ହୋଇଛି |
ରାଜ୍ୟ
୧୨ ଘଂଟିଆ ପଶ୍ଚିମ ଓଡିଶା ବନ୍ଦ : ବନ୍ଦରେ ସାମିଲ ହୋଇଛି କୁଚିଣ୍ଡା ଓକିଲ ସଂଘ
- Hits: 291