ହେଡଲାଇନସ୍:

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ରେଢାଖୋଲ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଆଜି ପଶ୍ଚିମ ଓଡ଼ିଶା ବନ୍ଦ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରେଢାଖୋଲ ରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା ତଥା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିଛି । ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମେତ ରେଢାଖୋଲ   ଓକିଲ ସଂଘ ବନ୍ଦରେ ସାମିଲ ହୋଇଛନ୍ତି ।ହାଇକୋର୍ଟ ସ୍ଥାପନ ଦାବିରେ ଅନେକ ଦିନରୁ ଆନ୍ଦୋଳନ ଚାଲି ଆସୁଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ କେତେକ ଜିଲ୍ଲା ଏଥିରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାର ଓକିଲ ସଂଘ ଏଥିରେ ସାମିଲ ହୋଇଥିବାରୁ ବନ୍ଦ ପାଳନର ଗୁରୁତ୍ୱ ବଢିଯାଇଛି ।ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ୱେ ପଶ୍ଚିମ ଓଡ଼ିଶାର ଓକିଲ ଏକଜୁଟ ହୋଇ ବନ୍ଦ ପାଳନ କରୁଛନ୍ତି ।   ସମ୍ବଲପୁର ଜିଲ୍ଲା ର ରେଢାଖୋଲ ରେ  ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି ।

0
0
0
s2sdefault