ହେଡଲାଇନସ୍:

  ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି : ଓକିଲ ସଂଘ ଡ଼ାକରାରେ ସମ୍ବଲପୁର ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ/ ରମାକାନ୍ତ ବିଶ୍ୱାଳ ସମ୍ବଲପୁର-ପଶ୍ଚିମ  ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ପକ୍ଷରୁ ବନ୍ଦ ପାଳନ ଯୋଗୁଁ ଆଜି ସମ୍ବଲପୁର ଷ୍ଟେସନରେ ଅଟକି ରହିଛି ସମ୍ବଲପୁର-ପୁରୀ ଇଣ୍ଟରସିଟି l ସମସ୍ତ  ସରକାରୀ ଓ ବେସରକାରୀ  ଅନୁଷ୍ଠାନ ବନ୍ଦ ରହିଛି l  ବସ୍ ଓ ରେଳ ସେବା ସମ୍ପୃଣ ଠପ୍ ରହିଛି l  ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, ନୁଆପଡ଼ା ଓ ସୁନ୍ଦରଗଡ଼ରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ।  ତେବେ, କଳହାଣ୍ଡି ଓକିଲ ସଂଘର ନିଷ୍ପତ୍ତିକ୍ରମେ ସେଠାରେ ଆଂଶିକ ବନ୍ଦ ରହି ଥିବା ଜଣାଯାଇଛି l

0
0
0
s2sdefault