ହେଡଲାଇନସ୍:

ସ୍ବର୍ଗତାଃ ପ୍ରିୟଙ୍କାରାଣୀଙ୍କ ମହାନ ତ୍ୟାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁରଜ ସ୍କିମ ଅନ୍ତର୍ଗତ ପରିବାର ହେବେ ସମ୍ବର୍ଦ୍ଧିତ 

ସରକାର ବହନ କରିବେ ପ୍ରିୟାଙ୍କଙ୍କ କନ୍ୟାଙ୍କ ଚିକିତ୍ସା ଖର୍ଚ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଖି ବୁଜିବା ପରେ ବି ଅମର ହୋଇଯାଇଥିବା ସ୍ବର୍ଗତାଃ ପି ପ୍ରିୟଙ୍କାରାଣୀ ପାତ୍ରଙ୍କ ମହତ ଅବଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟରୁ ସମ୍ମାନ ଜଣାଇଛନ୍ତି | ତାଙ୍କର ଏ ମହନୀୟ ତ୍ୟାଗ ବଳରେ ଏସସିବି ମେଡିକାଲ କଲେଜରେ ଜଣେ କିଡନୀ ରୋଗୀଙ୍କ ଜୀବନ ବଂଚି ପାରିଛି | ତେଣୁ ଏହି ଉଦାହରଣ ସୃଷ୍ଟିକାରୀ ତ୍ୟାଗ ପାଇଁ ସ୍ବର୍ଗତାଃ ପ୍ରିୟଙ୍କା ରାଣୀ ପାତ୍ରଙ୍କ ପରିବାରଙ୍କୁ ସୁରଜ ସ୍କିମ ଅନ୍ତର୍ଗତ ସମ୍ବର୍ଦ୍ଧିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଏତଦ ବ୍ୟତୀତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ବର୍ଗତାଃ ପ୍ରିୟଙ୍କା ପାତ୍ରଙ୍କ କନ୍ୟାଙ୍କ ଚିକିତ୍ସା ବାବଦ ସମସ୍ତ ଦେୟ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଏହାସହିତ ଏହି ସଫଳ ପ୍ରତ୍ୟାରୋପଣ କରିଥିବା  ଟିମରେ ସାମିଲ ଏସସିବି ମେଡିକାଲ କଲେଜର ଡାକ୍ତରୀ ଓ ଅନ୍ୟ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଏ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି |

ସୂଚନାଯୋଗ୍ୟ ଯେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା  ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀଙ୍କୁ ଡାକ୍ତର ଷୋମବାର ରାତିରେ "ବ୍ରେନ ଡେଡ଼" ବୋଲି ଘୋଷଣା କରିଥିଲେ | ଏହା ଜାଣିବା ପରେ ତାଙ୍କ ପରିବାର ମୃତ୍ୟୁ ପୂର୍ବରୁ ପ୍ରିୟଙ୍କାଙ୍କ ଅଙ୍ଗ ଦାନ କରିବା ପାଇଁ ରାଜି ହୋଇଥିଲେ | 

0
0
0
s2sdefault