ହେଡଲାଇନସ୍:

ଗଜପତି ଜିଲ୍ଲାରେ ୩ୟ ପର୍ଯ୍ୟାୟ "ସ୍ୱତନ୍ତ୍ର ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ ଟୀକାକରଣ କାର୍ଯ୍ୟକ୍ରମ ଜୋରଦାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଆୟୋଜିତ କାର୍ଯ୍ୟକ୍ରମ ୩ୟ ପର୍ଯ୍ୟାୟ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ "ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦" କାର୍ଯ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି।

  ବିଭିନ୍ନ କ୍ଷେତ୍ରଅଞ୍ଚଳରେ ମୁଖ୍ୟତଃ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଭୁତାଣୁ ଓ ଜୀବାଣୁ ଜନିତ ବିଭିନ୍ନ ପ୍ରକାରର ରୋଗ ବ୍ୟାପୁଥିବା ଯୋଗୁଁ ଏହାକୁ ରୋକିବା ପାଇଁ ପ୍ରତିଷୋଧକ ବ୍ୟବସ୍ଥା ସ୍ବରୂପ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଲୋକପ୍ରିୟ କାର୍ଯ୍ୟକ୍ରମ "ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦" ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ। 

  ସରକାରଙ୍କ ଏହି ଟୀକାକରଣ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟତଃ ଦୁଇବର୍ଷ ବୟସରୁ କମ୍ ବୟସର ସମସ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ସମ୍ପୂର୍ଣ୍ଣ ଟୀକାକରଣରେ ନିଶ୍ଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ସ୍ବତନ୍ତ୍ର ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଅତ୍ୟନ୍ତ ସଫଳତାର ସହ ଆଗେଇ ଚାଲିଛି।

ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଯେଉଁ ଶିଶୁ ଓ ଗର୍ଭବତୀ ମହିଳା ମାନେ ପୂର୍ବରୁ ଏହି ଟିକାକରଣ କାର୍ଯ୍ୟକ୍ରମରେ କୌଣସି କାରଣରୁ ଟୀକା ନଦେଇ ବାଦ ପଡି ଯାଇଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଟୀକାକରଣ କରାଯାଇଛି।

  ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦ ତୃତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମରେ ୧୮୨ ଜଣ ଶିଶୁ ଓ ୩୧ ଜଣ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।     

 ଏହି ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମରେ ସମଗ୍ର ଗଜପତି ଜିଲ୍ଲାପାଇଁ ୧୩୦୦ ଜଣ ଆଶା ଓ ୨୩୭୫ ଜଣ ଅଙ୍ଗନବାଡି କର୍ମୀଙ୍କ ସାହାୟତାରେ ୧୩୬ ଗ୍ରାମରେ ଥିବା ଉପ କେନ୍ଦ୍ର ଓ ୪ ଟି ସହରାଞ୍ଚଳ ଥିବା ଉପ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ଵାରା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଟୀକାକରଣ କରାଯାଉଛି।       ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ସହିତ ଗୋଷାଣୀ ବ୍ଲକର ଆଦିବାସୀ ବହୁଳ ନୂଆଗାଁ ଗ୍ରାମରେ କେନ୍ଦ୍ର ସରକାରଙ୍କ ଏହି ଲୋକ ପ୍ରିୟ କାର୍ଯ୍ୟକ୍ରମ "ସଶକ୍ତି ମିଶନ ଇନ୍ଦ୍ରଧନୁଷ୍-୨.୦" ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଆଗେଇ ଚାଲିଛି।

ନୂଆଗାଁ ଗ୍ରାମରେ କାର୍ଯ୍ୟରତ ଥିବା ମହିଳା ସ୍ବାସ୍ଥ୍ୟ କର୍ମୀ , ଅଙ୍ଗନବାଡି ଓ ୨ ଜଣ ଆଶା କର୍ମୀ ପୂର୍ବରୁ କରାଯାଇଥିବା ଚିହ୍ନଟ ପ୍ରକାରେ ଟୀକାକରଣରେ ବାଦ ପଡ଼ିଯାଇଥିବା ଶିଶୁ ମାନଙ୍କ ଘରକୁ ଯାଇ ଶିଶୁର ମା ଓ ପରିବାର ଲୋକଙ୍କୁ ମିଶନ ଇନ୍ଦ୍ରଧନୁଷ୍-୨.୦ରେ ଟୀକାକରଣ ମହତ ସମ୍ପର୍କରେ ବୁଝାଇ ଏହି ସମ୍ପୂର୍ଣ୍ଣ ଟୀକାକରଣ ଫଳରେ ଏହା କିଭଳି ଏବଂ କେଉଁ ପ୍ରକାରର ୧୧ ଟି ପ୍ରାଣ ଘାତକ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖି ପାରିଥାଏ ତାହା ବୁଝାଇ କହିଥିଲେ। ମା ମାନେ ଏହି କାର୍ଯ୍ୟକ୍ରମ ପ୍ରତି ଅତ୍ୟଧିକ ଉତ୍ସାହିତ ହୋଇ ବହୁ ସଂଖ୍ୟାରେ ସେମାନଙ୍କ ଶିଶୁ ମାନଙ୍କୁ ଧରି ଅଙ୍ଗନାବାଡି କେନ୍ଦ୍ରକୁ ଆସିଥିଲେ।

ଅଙ୍ଗନୱାଡି କେନ୍ଦ୍ରର ଉପସ୍ଥିତ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ଟୀକାକରଣ କରାଯିବା ପୂର୍ବରୁ ସେଠାରେ ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଡଃ. ଅନଙ୍ଗ ଭୂୟାଁ , ଏ ଏନ୍ ଏମ୍ ସବିତା ଗୌଡ ଏବଂ ବିପିଏମ୍ ଏମ୍. ଖଗେଶ୍ବର ରାଓ ଓ ସ୍ବାସ୍ଥ୍ୟ କର୍ମୀ ଗଣେଶ ବାରିକ ପ୍ରମୁଖ ଉପସ୍ଥିତ ରହି ମା ମାନଙ୍କୁ ଟୀକାକରଣ ଦ୍ୱାରା କିଭଳି ସମସ୍ତ ରୋଗରୁ ସୁରକ୍ଷିତ ହୋଇଥାଏ ବୁଝାଇ କହିଥିଲେ।

   ତା ପରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଟୀକାକରଣ କାର୍ଯ୍ୟକ୍ରମରେ ଡଃ. ଅନଙ୍ଗ ଭୂୟାଁ ଶିଶୁଙ୍କୁ ପୋଲିଓ ଓ ରୋଟା ବୁନ୍ଦା ଖୁଆଇବା ପରେ ଏ ଏନ୍ ଏମ୍ ଶିଶୁ ମାନଙ୍କ ୨ଟି ଲେଖାଏଁ ଇନ୍ଦ୍ରଧନୁଷ୍ ଟୀକା ଦେଇଥିଲେ।

0
0
0
s2sdefault