ହେଡଲାଇନସ୍:

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ -ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ଵାରା ପ୍ରତିଷ୍ଠିତ ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ତଥା ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ପୂର୍ବତନ ଆବାହକ ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ରୂପ ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ରଣା ଯୋଗଦେଇ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଉଦ୍ଦେଶ୍ୟ  ଜ୍ଞାପନ କରିଥିଲେ।ମୁଖ୍ୟତଃ ଦଶମ ଶ୍ରେଣୀ ଛାତ୍ରୀ ମାନେ କିପରି ଠିକ୍ ଭାବେ ଯୋଗ ଦେଇ ଏହି କିଛିଦିନ ଘରେ ଘରେ ଠିକ ପାଠ ପଢ଼ିବେ ଓ ନିୟମିତ ସ୍କୁଲ ଆସିବେ,ଛାତ୍ରୀମାନେ କିପରି ଶୃଙ୍ଖଳିତ ଭାବେ ପରୀକ୍ଷା ଦେବେ,ଅଭିଭାବକ ଓ ଛାତ୍ରୀ ମାନଙ୍କ  ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିବାସହ ପରୀକ୍ଷା ସମାପ୍ତ ପରେ ଏବର୍ଷ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ ହେବାକୁ ଥିବାରୁ ସଭାପତି ଶ୍ରୀ ମହାନ୍ତି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟଅତିଥି  ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରଣା ଶିକ୍ଷା ଦାନ ,ଛାତ୍ରୀ ଙ୍କ ଶିକ୍ଷା ଗ୍ରହଣ ଓ ଅଭିଭାବକ ମାନଙ୍କ ଭୂମିକା ଉପରେ ଚିତ୍ତାକର୍ଷକ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସେବକ ସେଠ୍,ଶିକ୍ଷୟିତ୍ରୀ ଅନୀମା ରାଉତ, ରଞ୍ଜିତା ସାହା,ନମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ   ସଙ୍ଗୀତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault