ହେଡଲାଇନସ୍:

ଆରମ୍ଭ ହେଲା  ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଯତରା-୨୦୨୦ : ଝୁମିଲା ସୁନ୍ଦରଗଡ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) - ଆଜିଠାରୁ ଆରମ୍ଭ ହୋଇଛି  ସୁନ୍ଦରଗଡ଼ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରା ମହାପାର୍ବଣ "ଯତରା"  |  କଳା ସଂସ୍କୃତିର ଏହି ମହା ସଙ୍ଗମ ଆଜିଠାରୁ  ଆରମ୍ଭ ହୋଇ 31 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭବାନୀ ଭବନ ପଡ଼ିଆ ପରିସରରେ ଅନୁଷ୍ଠିତ ହେବ | ଉଦଘାଟନି ଉତ୍ସବରେ  ସ୍ୱାସ୍ଥ୍ୟ ଓ ପରିବାର୍ କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆସିନଥିବା ବେଳେ  ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ  ବିଧାୟକ ଶ୍ରୀଯୁକ୍ତ ସୁବ୍ରତ ତରାଇ ଯୋଗଦେଇଥିଲେ | ସେହିପରି ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ଆସିନଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୁନ୍ଦରଗଡ଼ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ପ୍ରମୁଖ ଯୋଗଦେଇଥିଲେ  | ଉତ୍ସବର ପ୍ରଥମ ସନ୍ଧ୍ୟାରେ ରାଉରକେଲା ଇସ୍ପାତ ନଗରୀର ନୃତ୍ୟ ମଧୁରମ , ସୋନପୁର କଲଜୀବୀ, ଡ଼ି ସି ସି ଗଞ୍ଜାମ ଜିଲ୍ଲାର ଯୋଡ଼ିଶଙ୍ଖ , ଉତ୍ତରାଞ୍ଚଳ ସଂସ୍କୃତିକକେନ୍ଦ୍ର ପାଟିଆଲ ପଞ୍ଜାବ, କାଶ୍ମୀରୀ ଦଳ, ଉତ୍ତରାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପାଟିଆଲା ପଞ୍ଜାବ, ତ୍ରିପୁରା ଦଳ, ଡ଼ି ସି ସି କଳାହାଣ୍ଡି ଘୁମୁରା ନୃତ୍ୟ,  ରାଜସ୍ଥାନ କାଲବେଲିଆ , ସିଆବାହାଲ ଖଡ଼ିଆ ଆଦିବାସୀ ନୃତ୍ୟ ପରିବେଷଣ କରିଥିବା ଜଣାପଡିଛି  | ଏହି କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ପରିଷଦ, ଓରମାସ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି |

0
0
0
s2sdefault