ହେଡଲାଇନସ୍:

୨୦ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମ୍ୟ ଖେଳପଡ଼ିଆ ଠାରେ ରେନବୋ କ୍ରିକେଟ ଆସୋସିଏସନ୍ ର ଆନୁକୂଲ୍ୟ ରେ୨୦ତମ ଚାନ୍ଦିନୀ କପ୍ ଟୁର୍ଣ୍ଣାମେଣ୍ଟ ର ଆଜି ଦ୍ୱିତୀୟ ଦିବସ ରେ ପୂର୍ବତନ ସରପଂଚ ଶ୍ରୀ ଝସକେତନ ସ୍ୱାଇଁ ମୁଖ୍ୟ ଅତିଥି ତଥା ବରଗଡ଼ ଜିଲ୍ଲା ର ପ୍ରଗତିବାଦୀ ର ପ୍ରତିନିଧି ଶ୍ରୀ ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ |  କର୍ମକର୍ତା ମାନଙ୍କ  ଅକ୍ଲାନ୍ତ ପରିଶ୍ରମରେ ଗ୍ରାମାଞ୍ଚଳରେ ଏଭଳି ସୁନ୍ଦର ପ୍ରୟାସ କୁ ଶ୍ରୀଯୁକ୍ତ ସାହୁ ତାରିଫ୍ କରିଥିଲେ

ଆଜିର ମ୍ୟାଚ୍ ନାଗଡିହି ଓ ବୁକୁରାମୁଣ୍ଡା(ଆର୍.ସି.ଏ)ମଧ୍ୟରେ  ଥିଲାା ବୁକୁରାମୁଣ୍ଡା ଟସ୍ ଜିତି ପ୍ରଥମ ବ୍ୟାଟଙ୍ଗ୍ ର ସୁଯୋଗ ହାସଲ କରିଥିଲାା ଉକ୍ତ ମ୍ୟାଚ୍ ରେ ଖେଳ ପରିଚାଳନା କରିଥିଲେ ରମେଶ ଭୋଇ ଓ କମଳ ନାୟକ,ସ୍କୋର୍ ର ଦାୟିତ୍ୱ ନେଇଥିଲେ | ପୃଥିରାଜ ପ୍ରଧାନ  ଧାରାବିବରଣୀ ପ୍ରଦାନ କରିଥିଲେ ଅଜିତ ବାରିକ ଓ ରାହୁଲ ବିଶ୍ୱାଳ | 

0
0
0
s2sdefault