ହେଡଲାଇନସ୍:

ହରଭଙ୍ଗାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା/ ପ୍ରତାପ ମେହେର: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ସମସ୍ତ ସରକାରୀ , ବେସରକାରୀ ଅନୁଷ୍ଠାନ , ବିଦ୍ୟାଳୟ ମହାବିଦ୍ୟାଳୟ ଆଦି ମାନଙ୍କରେ ପାଳିତ ହେଇଛି । ହରଭଙ୍ଗା ବ୍ଲକ୍ ର କରଞ୍ଜକଟା ପଞ୍ଚାୟତ ଅଫିସ୍ , ରଧାନଗର୍ ପଞ୍ଚାୟତ ଅଫିସ୍ , ଲୋକ କଳା ବିକାଶ କେନ୍ଦ୍ର, ସରସରା ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ , ଭୈରବୀ ଜୁନିୟର କଲେଜ ପୁରୁଣା କଟକ , ଆଦର୍ଶ ମହାବିଦ୍ୟାଳୟ, ମଣିପୁର ପ୍ରାଥମିକ ବିଦ୍ୟାଳୟ,  ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପୁରୁଣା କଟକ ଆଦି ସମସ୍ତ ଅନୁଷ୍ଠାନରେ ପାଳିତ ହେଇ ଅଛି । ପୁରୁଣା କଟକ ଭୈରବୀ ଜୁନିୟର ମହାବିଦ୍ୟାଳୟ  ଜିଲ୍ଲା ପରିଷଦ ଉପାଧ୍ୟକ ଅକ୍ରୁର ସେଠୀ , ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ ପାଠୀ, ପ୍ରଫେସର୍ କୈଳାସ ଦାସ , ପ୍ରଶାନ୍ତ ସେଠୀ ଅତିଥି ମଞ୍ଚାସିନ ଥିଲେ । ଅତିଥିମାନେ ଭାଷଣ, ସଙ୍ଗୀତ, ଅଭିନୟ , ଝୋଟି , ମେହେନ୍ଦି ଆଦି ପ୍ରତିଯୋଗିତାର କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ମାନପତ୍ର ସହିତ ପୁରସ୍କାର ମଧ୍ୟ ଦେଇଥିଲେ ।

0
0
0
s2sdefault