ହେଡଲାଇନସ୍:

କ୍ଷେତରେ ପଶିଲେ, ଚାଷୀଙ୍କ ଭଲମନ୍ଦ ବୁଝିଲେ ଅରୁଣ : କିଣିଲେ ବସ୍ତାଏ କୋବି , ବୋଝେ ବାଇଗଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ):  ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିସାରି ଛତ୍ରପୁରରୁ ଫେରୁଥିଲେ ଉଚ୍ଚଶିକ୍ଷା ତଥା କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ  | ବାଟସାରା ଆଖି ଥାଏ କେତେବେଳେ ମୋବାଇଲ ଉପରେ ତ କେତେବେଳ ଝରକା ବାହାରକୁ | ହଠାତ ନଜର ପଡିଲା ଲମ୍ବା ସବୁଜ ଖେତ ଉପରେ | ରାସ୍ତାର ଏପାଖେ ଆଉ ସେପାଖେ | ସବୁଜ ଖେତ ଭିତରେ ମନକୁ ଆକର୍ଷଣ କଲାଭଳି କୋବି ଫସଲ | ଏଭଳି ଫସଲ ଦେଖିଲେ ଯାହାର ବି ହେଉନା କାହିଁକି ପେଟ ପୂରି ଯିବ | 

 ଜାଗାଟି ଥିଲା ରମ୍ଭା ଅଂଚଳ | ରାସ୍ତାର ଉଭୟ ପାର୍ଶ୍ଵରେ ବିସ୍ତୀର୍ଣ୍ଣ ସବୁଜିମା ଭରା ପରିବା କ୍ଷେତ ଦେଖି ଲୋଭ ସମ୍ବରଣ କରିପାରିଲେନି | ଏମିତିରେ ଗଛପତ୍ର ପ୍ରତି ମନ୍ତ୍ରୀ ଅରୁଣଙ୍କ ଅହେତୁକ ଦୁର୍ବଳତା | ଆଉ ଏଭଳି ମନଲୋଭା ପରିବେଶ ଦେଖି ସେ ବା ପଛରେ ପକାଇ ଯାନ୍ତେ ବା କେମିତି ! ଡ୍ରାଇଭରଙ୍କୁ କହିଲେ " ଗାଡି ରଖ" |  ଡ୍ରାଇଭର ଗାଡିକୁ ସାଡୀ କରି ବ୍ରେକ ମାରୁ ମାରୁ ଫକକିନି ଗାଡ଼ିରୁ ବାହାରି ସିଧା ମାଡିଗଲେ ଫସଲ ଖେତ ଭିତରକୁ । ହିଡ଼ ରାସ୍ତାରେ ଚାଲି ଚାଲି କ୍ଷେତରେ କାମ କରୁଥିବା ଚାଷୀ ପରିବାର ପାଖରେ | ଏପଟେ କୋବି, ସେପଟେ ବାଇଗଣ | ସୁରକ୍ଷା କର୍ମୀ ଓ କିଛି ସହଯୋଗୀଙ୍କ ଗହଣରେ  ମନ୍ତ୍ରୀଙ୍କୁ ଦେଖି ଟିକେ ଅସହଜ ହୋଇ ପଡିଥିବା ଚାଷୀ ପରିବାର ସହିତ ମନ୍ତ୍ରୀ ଅରୁଣ ଆତ୍ମୀୟତାର ସହ କଥାବାର୍ତ୍ତା ହେବ ଆରମ୍ଭ କଲେ | ସୁଖ ଦୁଃଖ ବୁଝିଲେ | ଗୋଟେ କୋବିର ମୂଲ୍ୟ କେତେ,ନିଜେ ବିକୁଛ ନ ବେପାରୀ ନେଉଛନ୍ତି , ଫସଲରେ କେତେ ଖର୍ଚ ହେଉଛି, ପରିବାରର କେତେଜଣ କାମ କରୁଛ, ଠିକ ପଇସା ମିଳୁଛି ନା କ୍ଷତି ହେଉଛି ଇତ୍ୟାଦି ଇତ୍ୟାଦି  ପଚାରି ଚାଲିଲେ | ଲାଭ ହେଉଛି କି ନାହିଁ | ବେଶ କିଛି ସମୟ ଚାଷୀ ମାନଙ୍କ ଭଲ ମନ୍ଦ ବୁଝିବା ସହ ଚାଷବାସରେ ନିୟୋଜିତ ହୋଇଥିବା ଯୋଗୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ | ସେମାନଙ୍କ ଠାରୁ ବିଦାୟ ନେଇ ଆସିଲାବେଳକୁ ବସ୍ତାଏ ଫୁଲ କୋବି ଆଉ ଝୁଡିଏ ବାଇଗଣ କିଣିଲେ | ଚାଷୀଙ୍କୁ ଉଚିତ ମୂଲ୍ୟ ପଚାରିଲେ | ଚାଷୀ କେତେ ଟଙ୍କା ହିସାବ କରି  କହିବା ବେଳକୁ ଜଣେ କିଏ ସେ ଭିତରେ " ଏତେ କଣ କହୁଛ, ଠିକ ରେଟ କର" | ଆକଟ କରି ମନ୍ତ୍ରୀ କହିଲେ " ନା , ଜମା ମୂଲାଅନି | ତାଙ୍କୁ କହିବାକୁ ଦିଅ | ସେ  ଝାଳବୁହା ପରିଶ୍ରମ କରୁଛନ୍ତି | ତାଙ୍କ ପରିଶ୍ରମକୁ ବୁଝା | ମୂଲଚାଲ ନକରି ଉତ୍ପାଦିତ ଦ୍ରବ୍ୟର ସଠିକ ପ୍ରାପ୍ୟ ଦେବା ଉଚିତ ।" କହି ଚାଷୀ ଯାହା କହିଥିଲେ ସେଇ ପଇସା ଦେଇ ସେମାନଙ୍କୁ ଧନ୍ୟବାଦ ଜଣାଇ ମନ୍ତ୍ରୀ ଡ଼ ସାହୁ ଫେରିଥିଲେ ଗାଡିକୁ | 

 

 

0
0
0
s2sdefault