ହେଡଲାଇନସ୍:

ପଦ୍ମପୁର ଉପଖଣ୍ଡରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକ ପ୍ରଶାସକ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ୭୧ତମ ସାଧାରଣତନ୍ତ୍ର ଦିବସ ପଦ୍ମପୁର ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମହା ସମାରୋହରେ ପାଳିତ ହୋଇଥିଲା। ଏହି ଉତ୍ସବରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କର ଅଭିଭାଷଣରେ ଜାତୀୟ ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ସହିତ ସମ୍ମିଳିତ ଉଦ୍ୟମରେ ଦେଶର ପ୍ରଗତିର ସହାୟକ ହେବା ପାଇଁ ଆହ୍ବାନ ଜଣାଇ ଥିଲେ।

ସେହିପରି ସାଧାରଣତନ୍ତ୍ର ଦିବସ ପାଇକମାଳ ବ୍ଲକ ପୁରପଲ୍ଲୀରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ଲକର ସାମୁହିକ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ସାମୁହିକ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ବିନ୍ଧବାସିନି ମହାବିଦ୍ୟାଳୟ ଓ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ,ପାଇକମାଳ ଥାନା କାର୍ଯ୍ୟାଳୟରେ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ରେ ଏ.ବି.ଓ.କୁବେର ରଣା,ବରତୁଣ୍ଡା  ଇଂରାଜୀ ବିଦ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ବାଗ,ଆଜାଦ୍ ହିନ୍ଦ୍ ଯୁବକ ସଂଘ ସାଲେପାଲିରେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦିଲିପ ବେହେରା,ନୃସିଂହନାଥରେ  କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ  ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ବ୍ଲକର  ସମସ୍ତ ଶିକ୍ଷାନୁଷ୍ଠାନ  ଚେୟାରମେନ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମାନଙ୍କରେ ସରପଞ୍ଚ ମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏ ଉପଲକ୍ଷେ ଅନୁଷ୍ଠାନ ମାନଙ୍କ ରେ ବିଭିନ୍ନ ଖେଳ ପ୍ରତିଯୋଗିତା ଓ ସଂସ୍କୃତି କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

0
0
0
s2sdefault