ହେଡଲାଇନସ୍:

ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର,୨୬,୧ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଖେଳପଡିଆ ଠାରେ ରେନବୋ କ୍ରିକେଟ ଆସେସିଏସନ୍ ର ଆନୁକୂଲ୍ୟରେ  ୨୦ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ରେ ବୁକୁରାମୁଣ୍ତା  ସରପଞ୍ଚ  ଅଭିମନ୍ୟୁ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ 

ସମ୍ମାନୀତ ଅତିଥି ଭାବେ ଏ ଅଞ୍ଚଳର ଏକମାତ୍ର  ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିଚାଳକ  ଲିଙ୍ଗରାଜ ପ୍ରଧାନ, ସାମ୍ବାଦିକ ନିରଞ୍ଜନ  ତ୍ରିପାଠୀ, ଛବିଳ ବାରିକ, ଗୁଣନିଧି ପ୍ରଧାନ ଯୋଗଦାନ କରି ଖେଳାଳୀ ତଥା ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ ।  ସ୍ୱର୍ଗତ ଚକାଡୋଳା ବାରିକ ଓ ହିମାଂଶୁ ପ୍ରଧାନଙ୍କ ସ୍ମୃତି  ପାଥେୟ କରି ଦୀର୍ଘ ୫ ଦିନ ବ୍ୟାପି ଉକ୍ତ ଟୁର୍ଣ୍ଣାମେଣ୍ଟ ଜାରି ରହିବ ବୋଲି ଆସୋସିଏସନ   ସଭାପତି  ରମେଶ ଭୋଇଙ୍କ ଠାରୁ ପ୍ରକାଶ । ଉଦଘାଟନୀ ମ୍ୟାଚ ବିଜାଡିହି ଓ ଟେଣ୍ଡାପଦର ମଧ୍ୟରେ ଅନୁଷ୍ଠିତ ହୋଇଛି । ଟେଣ୍ଡାପଦର ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ।  ଚାନ୍ଦିନୀ କପ୍ ଟୁର୍ଣ୍ଣାମେଣ୍ଟ  ଦେଖିବାକୁ ଗ୍ରାମ ଅଞ୍ଚଳରୁ ହଜାର ହଜାର ସଂଖ୍ୟା ରେ କ୍ରିକେଟ ପ୍ରେମୀ ଦର୍ଶକ ଙ୍କ ସମାଗମ ପରିଲକ୍ଷିତ ହୋଇଛି ।

0
0
0
s2sdefault