ହେଡଲାଇନସ୍:

ଚାଲେଞ୍ଜର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଭେଟିବେ ମେଲଛାମୁଣ୍ଡା ଓ କୁଚିପାଲି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ କ୍ଳବ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାଲିଥିବା ଦଶମ ଚ୍ୟାଲେଂଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଚତୁର୍ଥ ଦିବସରେ ପହଂଚିଯାଇଛି । ଚତୁର୍ଥ ଦିନରେ ୨ଗୋଟି ମ୍ୟାଚ ଅନୁଷ୍ଠିତ ହୋଇ ଘରୋଇ ମେଲଛାମୁଣ୍ଡା ଓ କୁଚିପାଲି ଦଳ ଫାନାଲରେ ପ୍ରବେଶ କରିଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚ ସିଂହନପୁର ଓ ମେଲଛାମୁଣ୍ଡା ମଧ୍ୟରେ ଅନୁଷ୍ଠିତ  ହୋଇ ମେଲଛାମୁଣ୍ଡା ଦଳ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ କୁଚିପାଲି ଓ ବିର୍ଜାମ ମଧ୍ୟରେ ଅନୁଷ୍ଠିତ  ହୋଇ କୁଚିପାଲି ଦଳ ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ ବିର୍ଜାମ ଓ ଦୁବୁଲାବାହାଲ ମଧ୍ୟରେ ଅନୁଷ୍ଠିତ ହୋଇ ବିର୍ଜାମ ଦଳ ବିଜୟୀ ହୋଇଥିଲେ । ଉଭୟ ମେଲଛାମୁଣ୍ଡା ଓ କୁଚିପାଲି ଦଳ ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲରେ ଖେଳିବା ପାଇଁ ପ୍ରବେଶ କରିଛନ୍ତି । ମ୍ୟାଚ ଗୁଡିକୁ ଦିଲ୍ଲୀପ ଭୋଇ, ବାଦଲ ଭୋଇ ଓ ପ୍ରେମଲାଲ ନାଏକ ପରିଚାଳନା କରିଥିବା ବେଳେ ମ୍ୟାଚ ଗୁଡିକର ଧାରାବିବରଣୀ କିଶୋର ବଗାର ଓ ପିଙ୍କୁ ମହାନନ୍ଦ ପ୍ରଦାନ କରିଥିଲେ । ସେହିପରି ଶିବୁନ ଭୋଇ ଓ ଲକ୍ଷ୍ମଣ ମହାନନ୍ଦ ସ୍କୋରିଙ୍ଗ ଦାୟୀତ୍ୱ ତୁଲାଇଥିଲେ । ପ୍ରଥମ ମ୍ୟାଚରେ ମେଲଛାମୁଣ୍ଡା ଦଳର ଅମନ ଭୋଇ ଏବଂ ୨ୟ ମ୍ୟାଚରେ କୁଚିପାଲି ଦଳର ମଂଟୁକୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଚତୁର୍ଥ ଦିବସର ଆମନ୍ତ୍ରୀତ ଅତିଥି ଡା.ଦିଲିପ ଭୋଇ ଏବଂ ସିଂ ବାବୁ ପୁରସ୍କୃତ କରିଥିଲେ । ଗୁଡୁ ଦେବତା କାର୍ଯ୍ୟକ୍ରମ ସବୁକୁ ସ୍ୱତନ୍ତ୍ର ଭାବେ ପରିଚାଳନା କରୁଥିଲେ । ଅଂଚଳର ହଜାର ସଂଖ୍ୟାରେ କ୍ରିକେଟ ପ୍ରେମି ମ୍ୟାଚ ଗୁଡିକୁ ଉପଭୋଗ କରିଥିଲେ । ରବିବାର ସାମୁହିକ ସାଧାରଣତନ୍ତ୍ର ଉତ୍ସବ ପାଳନ ପରେ ଫାଇନାଲ ଖେଳରେ ମେଲଛାମୁଣ୍ଡା ଓ କୁଚିପାଲି ଦଳ ମଧ୍ୟରେ ମୁକାବିଲା ହେବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ଦିଆଯାଇଛି । 

 

0
0
0
s2sdefault