ହେଡଲାଇନସ୍:

ଘୋଷଣା ହେଲା ପଦ୍ମ ପୁରସ୍କାର : ଏଥର ଓଡିଶାରୁ ଏଗାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନୋଜ ଦାସଙ୍କୁ  "ଭୂଷଣ",  ଅନ୍ୟ ନ ଜଣଙ୍କୁ "ଶ୍ରୀ"

ଭୁବନେଶ୍ୱର (ଶାସକ ପ୍ରଶାସକ) ଘୋଷଣା ହୋଇଛି ପଦ୍ମ ପୁରସ୍କାର | ସାରାଦେଶରେ  ୧୪୧ ଜଣ ଙ୍କ ମଧ୍ୟରେ ୭ ଜଣ ପଦ୍ମବିଭୂଷଣ,୧୬ ଜଣ ପଦ୍ମଭୂଷଣ ଏବଂ ୧୧୮ ଜଣ ପଦ୍ମଶ୍ରୀ ସମ୍ମାନ ରେ ହେବେ ସମ୍ମାନିତ ।  ଏଥର ପଦ୍ମ ତାଲିକାରେ ଅଛି ଓଡ଼ିଶାର ୧୧  ଜଣ ବିଶିଷ୍ଟ ପ୍ରତିଭାଧାରଙ୍କ ନାମ | ଏ ଖୁସି ସହିତ ଦୁଃଖ ଗୋଟିଏ ଯୋଡି  ବି ହୋଇଯାଇଛି | ଦେଶର ମର୍ଯ୍ୟାଦାଜନକ ପଦ୍ମ ସମ୍ମାନ ପାଇବାର ମାତ୍ର କିଛି ଦିନ ଆଗରୁ ଆଖି ବୁଜିଦେଲେ ଜଣେ ପ୍ରତିଭାଧାରା | 

ଆଜି ପ୍ରକାଶିତ ତାଲିକା ଅନୁଯାୟୀ ଓଡ଼ିଆ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱି ସ୍ରଷ୍ଟା ମନୋଜ ଦାସଙ୍କୁ ପଦ୍ମଭୂଷଣ ପାଇଁ ମନୋନୀତ କରାଯାଇଥିବା ବେଲେ କିଛି ଦିନ ତଳେ ଆରପାରିକୁ ଚାଲିଯାଇଥିବା ଚଳଚିତ୍ର  ନିର୍ଦ୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ରଙ୍କୁ ମିଳିଛି ପଦ୍ମଶ୍ରୀ | ସେହିପରି ଗୁଋ ଶଶଧର ଆଚାର୍ଯ୍ୟ (ଛଉନୃତ୍ୟ), ଡ଼ା.ଦିଗମ୍ବର ବେହେରା (ଭେଷଜ),ଉଛବ ଚରଣ ଦାସ (କଳା), ବୀଣାପାଣି ମହାନ୍ତି (ସାହିତ୍ୟ), ମିତ୍ରଭାନୁ ଗୌନ୍ତିଆ, ଡା.ପ୍ରଶାନ୍ତ କୁମାର ପଟ୍ଟନାୟକ (ଶିକ୍ଷା), ପ୍ରଫେସର ରାଧାମୋହନ ଓ ତାଙ୍କ ସୁଯୋଗ୍ୟା କନ୍ୟା ସାବରମତୀ ଓ ବଟକୃଷ୍ଣ ସାହୁ ପଦ୍ମଶ୍ରୀ ସମ୍ମାନରେ ହେବାକୁ ଯାଉଛନ୍ତି |

 NB : (ହଠାତକୁ ସମସ୍ତ ପ୍ରତିଭାଧରଙ୍କ ଫୋଟୋ ଉପଲବ୍ଧ ହୋଇପାରିଲା ନାହିଁ | ପରବର୍ତ୍ତୀ ସମୟରେ ଆମେ ସବୁ ପ୍ରତିଭାଧରଙ୍କ ଫୋଟୋ ଓ ସବିଶେଷ ସ୍ୱତନ୍ତ୍ର ଆଲେଖ୍ୟ ଅପଡେଟ କରିବୁ |)  

0
0
0
s2sdefault