ହେଡଲାଇନସ୍:

କରଞ୍ଜକଟା ପଞ୍ଚାୟତରେ ଭୋଟର ସଚେତନ ଦିବସ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା/ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତରେ ଭୋଟର ସଚେତନ ଦିବସ ଲୋକ କଳା ବିକାଶ କେନ୍ଦ୍ର , ସରସରା ତରଫରୁ  ପାଳନ କରାଯାଇଛି । ସ୍ଥାନୀୟ ସରପଞ୍ଚ ସ୍ବାଗତ ଭାଷଣ ଦେଇଥିଲେ ଓ ଏଭଳି ଏକ କାର୍ଯ୍ୟକ୍ରମ ଉପାନ୍ତ ଅଞ୍ଚଳରେ ରଖିଥିବାରୁ ଲୋକ କଳା ବିକାଶ କେନ୍ଦ୍ର ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ ।  ପ୍ରଲୋଭନ ରେ ନପଡି ସଠିକ୍ ଲୋକଙ୍କୁ ଭୋଟ ଦେବା , ଜାତି , ଧର୍ମ ବର୍ଣ୍ଣ , ଆଦିକୁ ନଦେଖି ନିଜ ଅଞ୍ଚଳ ର ବିକାଶ ପାଇଁ କାମ କରିବା ଲୋକଙ୍କୁ ଭୋଟ ଦେବା ତା ସହିତ କିପରି ଭାବେ ଶହେ ପ୍ରତିଶତ ମତଦାନ ହୋଇ ପାରିବ ସେ ଦିଗରେ ଲୋକ ମାନଙ୍କୁ ସଚେତନ କରାଇଥିଲେ ଲୋକ କଳା ବିକାଶ କେନ୍ଦ୍ର ର କାର୍ଯ୍ୟକ୍ରମ ସହଯୋଗୀ ବିଞ୍ଜାମିନ ନାୟକ ।  ଏହି କାର୍ଯ୍ୟକ୍ରମ ରେ ଅଲିଭା ମହାସଂଘ ର ସମ୍ପାଦିକା ରଶ୍ମିତା ବେହେରା , କୋଷାଧ୍ୟକ ଶ୍ରୀମତୀ ରିନା ଦେହୁରୀ , ସ୍ଥାନୀୟ ନାଏବ ସରପଞ୍ଚ , ସମସ୍ତ ଜନ ପ୍ରତିନିଧି ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନ ର ବ୍ଲକ୍ ସଂଯୋଜୋକ ପ୍ରତାପ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault