ହେଡଲାଇନସ୍:

ବାବା ମଠରେ ଅଖଣ୍ଡ ବ୍ରହ୍ମଯଜ୍ଞ କଳସ ଯାତ୍ରା : ମହିମା ଧ୍ବନିରେ କମ୍ପୁଛି ପରିବେଶ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲାତୁରପେଟ ନିକଟସ୍ଥ ମହିମା ମଠ ଠାରେ ଚତୁର୍ଦ୍ଦଶୀ ଉପଲକ୍ଷେ ବାଷିର୍କ ବିଶ୍ଵଶାନ୍ତି ଅଖଣ୍ଡ ବ୍ରହ୍ମ ଯଜ୍ଞ ତଥା ମାଘ ମେଲା ମହୋତ୍ସବ ସକାଶେ ଭାବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ରଜାବନ୍ଦ ଠାରୁ କଳସ ଶୋଭାଯାତ୍ରା ବାହାରି ମୁଖ୍ୟ ସହର ପରିକ୍ରମା କରି ଯଜ୍ଞ ମଣ୍ଡପ ସ୍ଥଳରେ ପହଞ୍ଚିଥିଲେ । ଆଧ୍ୟାତ୍ମିକ ପରିବେଶରେ ଶତାଧିକ ମହିଳା ଓ ମହିମା ସାଧୁ ମାନେ ଏଥିରେ ସାମିଲ ଥିଲେ । ବାବା ବୈଷ୍ଣବ ଓ ଗୌରଚନ୍ଦ୍ର  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାନଭଞ୍ଜନ ନାଏକ, ତ୍ରିଲୋଚନ ନାଏକ  ଓ ଅର୍ଜୁନ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବ ଆସନ୍ତା ୨୯  ତାରିଖ ପର୍ଯ୍ୟନ୍ତ ଯାଏ ହେବାକୁ ଥିବା ବେଳେ ପ୍ରତ୍ୟେକ ଦିନ ଭୀମଭୋଇ ଗୀତା ପାଠ, ମହିମା ଭଜନ, ବ୍ରହ୍ମ ଧ୍ବନି ଓ ପ୍ରବଚନ କାର୍ଯ୍ଯକ୍ରମ ରହିଥିବା ବେଲେ ଅପେରା ,ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

0
0
0
s2sdefault