ହେଡଲାଇନସ୍:

 ଦିନିକିଆ ନୂଆପଡ଼ା ଗସ୍ତରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ମିଶ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା/ଅମିତ ପୁରୋହିତ :  ନୂଆପଡ଼ା ଜିଲ୍ଲାକୁ  ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦିନିକିଆ ଗସ୍ତରେ ଆସିଥିଲେ । ରାୟପୁରରୁ ସଡକ ପଥରେ ଆସି ପ୍ରଥମେ ଖରିଆରରୋଡରେ ପହଚିଂଥିଲେ । ପହଚିଂବାକ୍ଷଣି ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଖରିଆରରୋଡବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ  ମନ୍ତ୍ରୀ ଜନଜାଗରଣ ବିଶାଳ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ସାମିଲ ହୋଇ ଯଜ୍ଞପୀଠ ଉଦ୍ଘାଟନ କରିବା ସଂଙ୍ଗେ ସଂଙ୍ଗେ ଅଚଂଳବାସୀଙ୍କ ମଙ୍ଗଳ  କାମନା କରିଥିଲେ । ପରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ସେଠାରୁ ବାହାରି କୋସଲୀ ଧନୁଯାତ୍ରାର ଗୋପପୁର ମହୁଲଭଟା ଗାଁ ପରିଦର୍ଶନ କରିଥିଲେ । ସେଠାରେ ଅନୁଷ୍ଠିତ  ଏକ ସଭାରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗେ ଦେଇଥିଲେ । ବିଧାୟକ ରାଜେନ୍ଦ୍ର ଢୋଲକିଆ, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, କୋସଲୀ ଧନୁଯାତ୍ରା ସଭାପତି ପ୍ରଶନ୍ନ ପାଢୀ, ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ପତି, ଅବନୀରଞ୍ଜନ ଯୋଷୀ, ସୁରଜିତ ସିଂ ମହାରଥା ମଞ୍ଚାସୀନ ଥିଲେ । ପରେ ସାରାବଙ୍ଗ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ପରେ କୋସଲୀ  ଧନୁଯାତ୍ରାର ରଙ୍ଗମଚଂରେ ଅନୁଷ୍ଠିତ  ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଥିଲେ । 

 

0
0
0
s2sdefault