ହେଡଲାଇନସ୍:

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ  ଜାତୀୟ କନ୍ୟା ସନ୍ତାନ ଦିବସ  ପାଳନ ଅବସରରେ  ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

  ଏହି ଅବସରରେ ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ର ବାହାରି ଥିଲା । ଏହି ଶୋଭାଯାତ୍ରକୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ.ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।                       

          ଏହି ଶୋଭାଯାତ୍ରାରେ ଏଡିପିଏଚସିଓ . ସୁଧୀର କୁମାର ଜେନାଙ୍କ ପରିଚାଳନାରେ ଏ ଏନ୍ ଏମ୍  ପ୍ରଶିକ୍ଷଣ ଛାତ୍ରୀ ଓ ନର୍ସ ମାନେ ବିଭିନ୍ନ ସଚେତନତା ମୂଳକ  ସ୍ଲୋଗାନ ମାନ ଦେଇ ନଗର ପରିକ୍ରମା କରିଥିଲେ ।

   ପରେ  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପରିସରରେ କନ୍ୟା ସନ୍ତାନ ଅମୂଲ୍ୟ ସମ୍ପଦ ସମ୍ପର୍କିତ ଏକ  ସଚେତନତା ମୂଳକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

   ଏହା ପରେ ପରେ  କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା ।

    ଏହି ସଭା କାର୍ଯ୍ୟକ୍ରମରେ ଏଡିପିଏଚସିଓ -ସୁଧୀର କୁମାର ଜେନା ସଭାପତିତ୍ୱ କରି କନ୍ୟା ସନ୍ତାନ ଏକ ଅମୂଲ୍ୟ ସନ୍ତାନ , କନ୍ୟା ନାହିଁ ତ ସଂସାର ନାହିଁ । କନ୍ୟା ମାନଙ୍କ ସମାଜ ପ୍ରତି ଏତେ ନିବିଡ଼ ସମ୍ପର୍କ ରହିଛି ଯେ , ଯାହାକୁ ବୁଝିବା ବହୁତ କଷ୍ଟକର । କନ୍ୟା ସନ୍ତାନ ଦ୍ଵାରା ହିଁ  ସଂସାର ସୃଷ୍ଟି ହୋଇଥାଏ । ଏହି କନ୍ୟା କାହା ପାଇଁ ମାଆ ଓ ଭଉଣୀ ତ କାହାପାଇଁ ଆଉ କ'ଣ ର ସମ୍ପର୍କ ହୋଇଥାଏ, ତେଣୁ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାନ୍ତୁ , ଯାହା ଫଳରେ ଏହି କନ୍ୟା ସନ୍ତାନ ସବୁ କ୍ଷେତ୍ରରେ  ସୁରକ୍ଷିତ ରହିପାରିବ ବୋଲି କହିଥିଲେ ।

     କାର୍ଯ୍ୟକ୍ରମରେ ଡିଏମଓ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ.ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ଓ କନ୍ୟା ମାନେ ସମାଜରେ ଅସମାନତା ର ଶିକାର ହେଉଛନ୍ତି , ଏହାକୁ ଦୁର କରି ଶିଶୁ-କନ୍ୟା ମାନେ କିଭଳି ଏକ ସଶକ୍ତ ସୁରକ୍ଷିତ ପରିବେଶ ପାଇପାରିବେ ଏବଂ ସମାଜରେ ବାଳିକା ମାନେ ସାମନା କରୁଥିବା ଅସମାନତାର ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା , ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । 

  ଅନ୍ୟପକ୍ଷରେ ବାଳିକା ମାନଙ୍କ ଶିକ୍ଷା , ସ୍ବାସ୍ଥ୍ୟ ଓ ପୋଷଣ ସମେତ ସମ୍ମାନ ଓ ଅଧିକାର ଉପରେ ଗୁରୁତ୍ୱ ଦିଆଯିବା ସମ୍ପର୍କରେ କହିଥିଲେ । ଏତଦ୍ ବ୍ୟତୀତ  ଭୃଣ ନିରୂପଣ କରିବା ଦ୍ୱାରା କନ୍ୟା ସନ୍ତାନ ଜାଣି ତାକୁ ନଷ୍ଟ କରି ଦିଆଯାଉଛି । ଏହା ଯେଉଁମାନେ ଏଭଳି ଘୃନ୍ୟକାର୍ଯ୍ୟ କରୁଛନ୍ତି , ସେମାନଙ୍କ ପ୍ରତି ରହିଥିବା ଆଇନଗତ ଦଣ୍ଡଭୋଗ ଉପରେ କହିଥିଲେ ।

    ଜିଲ୍ଲା ମେଲେରିଆ ଅଧିକାରୀ ଡାଃ. ଛନ୍ଦା କାନୁନଗୋ   ଅନ୍ୟତମ ଅତିଥି ଭାବେ ଯୋଗଦେଇ କନ୍ୟାମାନେ କୌଣସି ଗୁଣରେ ହେଲେ ମଧ୍ୟ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି । କନ୍ୟା ଓ ନାରୀ ଶକ୍ତି  ଏକ ଅମୂଲ୍ୟ ରତ୍ନ । ଏହା ଅବର୍ଣ୍ଣନୀୟ , ଅଦମ୍ୟ ଓ ଅତୁଳନୀୟ ବୋଲି କହି ମହିଳା ଓ ନାରୀ ମାନେ ସବୁବେଳେ ଓ ସବୁ କ୍ଷେତ୍ରରେ ନିଜ ସଂସ୍କାର ଓ ସଂସ୍କୃତି ପ୍ରତି ଅଧିକ ଯତ୍ନବାନ ହେବା ସମ୍ପର୍କରେ କହିଥିଲେ । 

    ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ସିଦ୍ଧାର୍ଥ କୁମାର ଦାସ ଏବଂ ଆଶା ସହକାରୀ ପରିଚାଳକ ନାରାୟଣ ମଲ୍ଲିକ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ସମସ୍ତ କାର୍ଯ୍ୟକ୍ରମରେ ଏଡିପିଏଚସିଓ - ସୁଧୀର କୁମାର ଜେନା , ଏକାଉଣ୍ଟାଣ୍ଟ ଶିବ ପ୍ରସାଦ ସାହୁ ,  ଡାଃ. ନମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

  ଏହି ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ କନ୍ୟା ସନ୍ତାନ ଅମୂଲ୍ୟ ସମ୍ପଦ ଶୀର୍ଷକ ବିଷୟ ଉପରେ ଏକ ବକ୍ତୃତା ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିଲା।  ଏଥିରେ ଶିଳ୍ପା ରାଣୀ ବିଶୋଇ-ପ୍ରଥମ , ଗୌରୀ ରାଣୀ ଜେନା-ଦ୍ଵିତୀୟ , ଏବଂ ଯୁଗ୍ମ ଭାବେ -ଅଞ୍ଜନା ରଥ ଓ ଚଞ୍ଚଳା ବେହେରା  -ତୃତୀୟ ହୋଇଥିବା ବେଳେ  ୮ ଜଣଙ୍କୁ ସାନ୍ତ୍ୱନା ମୂଳକ ହୋଇଥିଲେ।

ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ସଭା କାର୍ଯ୍ୟ ଶେଷରେ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବଣ୍ଟନ କରାଯାଇଥିଲା । 

0
0
0
s2sdefault