ହେଡଲାଇନସ୍:

ପାତାଳୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା : ଆଧ୍ୟାତ୍ମିକ ପରିବେଶରେ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ସ୍ଥିତ ପାତାଳୀ  କ୍ଷେତ୍ରରେ ଶନିବାର ଠାରୁ ପଞ୍ଚଦଶ ପାତାଳୀ ମହୋତ୍ସବ ଅନୁଷ୍ଠିତ ହେବ ।ଏଥିପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୫୧  ଜଣ ମହିଳା ଶିବ ମନ୍ଦିର ନିକଟ ପୋଖରୀରୁ ପୂର୍ଣ୍ଣ କଳସରେ ଜଳ ଧରି ଏକ ଆଧ୍ୟାତ୍ମିକ ପରିବେଶରେ ମହୋତ୍ସବ ମଣ୍ଡପରେ ସ୍ଥାପନ କରିଥିଲେ । ଏଥିରେ ଦେବାର୍ଚ୍ଚନ ଦାସ ପୂଜକ ରହିଥିଲେ । ଯାଲୋଏ, ମେଣ୍ଡାମାଳ, କାରଦର୍, ବଢାଲୀ, ମସିଣା ପାଲୀର ଦଣ୍ଡ କଳାକାର ଓ ସୁବଳୟା ମହିଳା ସଂକୀର୍ତ୍ତନ ଦଳ ପ୍ରମୁଖ କଳସ ଶୋଭାଯାତ୍ରା ସାମିଲ ଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଆସନ୍ତା ମାସ ୧ ତାରିଖ ପର୍ଯନ୍ତ ଚାଲିବ । ଶନିବାର ଠାରୁ ୫୬ ପ୍ରହରୀ ନାମଯଜ୍ଞ, ଭାଗବତ ସପ୍ତାହ, ପ୍ରବଚନ, ଭଜନ ସମାରୋହ, ଧର୍ମ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି । ପାତାଳୀ ମହୋତ୍ସବ କମିଟିର ସମ୍ପାଦକ ଉତ୍ତର ପାତ୍ର, ଚମରା ଅମାତ, ନରସିଂହ ପଧାନ, ପୂର୍ଣ୍ଣ ଚନ୍ଦ୍ର ପାଢୀ, ରମେଶ ସାହୁ, ସହଦେବ ସାହୁ, ଜାନକୀ ରାମ ଦେହୁରୀ, ନଳୀନ ବାଘ, ବିଜୟ ମେଣ୍ଡିଳୀ, ରମା ପଧାନ, ଜଗଦୀଶ କର୍ଣ୍ଣ , ଗୋପାଳ ପାଢୀ, ରିଳୁ ସେଠୀ, ବିଜୟ ମେଣ୍ଡିଳୀ ଓ ପଦ୍ମ ଲୋଚନ ନାୟକ ପ୍ରମୁଖ ତତ୍ତ୍ବାବଧାନରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଅଛି ।

0
0
0
s2sdefault